ଡିସେମ୍ବର ମାସ ଶେଷ ସୁଦ୍ଧା ସରିବ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ, ପ୍ରତିଷ୍ଠା ତାରିଖ ହେଲା ଘୋଷଣା

Published By : Prameya-News7 Bureau | September 26, 2023 IST

ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ୩ ମହଲା ବିଶିଷ୍ଟ ରାମ ମନ୍ଦିରର ଗ୍ରାଉଣ୍ଡ ଫ୍ଲୋର୍(ଭୂତଳ) ନିର୍ମାଣ ଜାରି ରହିଛି। ଡିସେମ୍ବର ମାସ ଶେଷ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବ। ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖରେ ମନ୍ଦିରର ପ୍ରତିଷ୍ଠା ହେବ ବୋଲି ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର କହିଛନ୍ତି। ସେହିପରି ରାମ ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଜୀ ମହାରାଜ କହିଛନ୍ତି ଯେ ଜାନୁଆରୀ ୧୫ ରୁ ୨୪ ପର୍ଯ୍ୟନ୍ତ ପ୍ରତିଷ୍ଠା କାର୍ଯ୍ୟର ରୀତିନୀତି ଅନୁଷ୍ଠିତ ହେବ।

ସେ କହିଛନ୍ତି ଯେ ଆମ ତରଫରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଚିଠି ଲେଖାଯାଇଥିଲା। ଏହାର ଉତ୍ତର ମଧ୍ୟ ଆସିଯାଇଛି। ତେଣୁ ଜାନୁଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଆସିବେ ଓ ଏହି ତାରିଖରେ ହିଁ ପ୍ରାଣ ପ୍ରତୀଷ୍ଠା ହେବ ବୋଲି ସ୍ଥିର ହୋଇଛି। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି।

22 जनवरी का होगा राम मंदिर का प्राण प्रतिष्ठा समारोह

ଏ ସମ୍ପର୍କରେ ଅଧିକ ସୂଚନା ଦେଇ ନୃପେନ୍ଦ୍ର ମିଶ୍ର କହିଛନ୍ତି ଯେ ଏକ ଉପକରଣର ଡିଜାଇନ୍ କାର୍ଯ୍ୟ ଜାରି ରହିଛି। ଏହାକୁ ମନ୍ଦିର ଶିଖରରେ ସ୍ଥାପନା କରାଯିବ। ଏହାଦ୍ୱାରା ପ୍ରତିବର୍ଷ ରାମ ନବମୀ ଦିନ ସୂର୍ଯ୍ୟ କିରଣ କିଛି ସମୟ ପାଇଁ ପବିତ୍ର ମନ୍ଦିରରେ ଠାକୁରଙ୍କ କପାଳରେ ପଡ଼ିବ। ବେଙ୍ଗାଲୁରୁରେ ଏହାର ତିଆରି ତାଲିଛି। ଏହାର ତଦାରଖ ଓ ଡିଜାଇନ ବୈଜ୍ଞାନିକମାନେ କରୁଛନ୍ତି ବୋଲି ନୃପେନ୍ଦ୍ର କହିଛନ୍ତି। କେନ୍ଦ୍ର ଭବନ ଅନୁସନ୍ଧାନ ସଂସ୍ଥାନ ରୁଡକୀ ଓ ପୁଣେର ଏକ ସଂସ୍ଥାନ ମିଳିତ ଭାବରେ ଏକ କମ୍ପ୍ୟୁଟରୀକରଣ ପ୍ରୋଗ୍ରାମ ତିଆରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.