ମହାଶିବରାତ୍ରି ଦିନଟିକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ଶୁଭ ମନେ କରାଯାଏ। ଏହି ପର୍ବର ବିଶେଷ ଆଧ୍ୟାତ୍ମିକ ଓ ଧାର୍ମିକ ମହତ୍ୱ ରହିଛି। ଧାର୍ମିକ ମାନ୍ୟତା ଅନୁସାରେ ଏହି ଦିନ ଶିବ ଓ ପାର୍ବତୀଙ୍କୁ ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଗଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ। ପୁରା ଦିନଟି ଶିବ ପୂଜା ବିଧାନ ପାଇଁ ପ୍ରକୃଷ୍ଠ । ତେବେ ଶୁଭ ସମୟରେ କରାଯାଉଥିବା ପୂଜା ଫଳଦାୟୀ ହୋଇଥାଏ। ଯଦି ମନ୍ଦିରକୁ ଯାଇ ପୂଜା କରିବା ସମ୍ଭବ ହେଉ ନଥାଏ ତେବେ ଘରେ ରହି ଶିବଙ୍କ ଆରାଧନା କରନ୍ତୁ ସମାନ ଶୁଭଫଳ ମିଳିବ।
ମହାଶିବରାତ୍ରିର ବିଶେଷ ଦିନରେ ଶିବ ପୂଜା କଲେ ସବୁ ପ୍ରକାର ସମସ୍ୟାର ସମାଧାନ ହୋଇଥାଏ ଓ ପରିବାରରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଏହି ଦିନ ଚାରି ପ୍ରହରରେ ଦୁଗ୍ଧ, ଦହି, ଗଙ୍ଗାଜଳ, ଘିଅ ଓ ବେଲ ପତ୍ରରେ ଶିବଲିଙ୍ଗ ଅଭିଷେକ କରିବାର ବିଶେଷ ମହତ୍ୱ ଥାଏ। ତେବେ ଆସନ୍ତୁ ଜାଣିବା ମହାଶିବରାତ୍ରିରେ ୪ ପ୍ରହରର ବିଶେଷ ମୁହୂର୍ତ୍ତ।
ଫାଲଗୁନ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି ୨୬ ଫେବୃଆରୀ ୨୦୨୫ ପୂର୍ବାହ୍ନ ୧୧ଟା ୮ ମିନିଟରୁ ଆରମ୍ଭ ହେବ ଓ ୨୭ ଫେବୃଆରୀ ସକାଳ ୮ଟା ୫୪ ମିନିଟରେ ସମାପ୍ତ ହେବ। ପୂଜାର ଶୁଭ ମହୂର୍ତ୍ତ ରାତି ୧୨ଟା ୯ ମିନିଟରୁ ୧୨ଟା ୫୯ ମିନିଟ ପର୍ଯ୍ୟନ୍ତ ରହିବ। ଏଥିରେ ଉପବାସ ସମୟ ସକାଳ ୬ଟା ୪୮ ମିନିଟରୁ ତା ପରଦିନ ସକାଳ ୮ଟା ୫୪ ମିନିଟ୍ ପର୍ଯ୍ୟନ୍ତ।
ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସବୁବର୍ଷ ଫାଲଗୁନ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳନ ହୁଏ। ଏହି ଅବସରରେ ହଜାର ହଜାର ଭକ୍ତ ବ୍ରତ କରନ୍ତି ଓ ମହାଦେବ ଶିବଙ୍କୁ ଆରାଧନା କରନ୍ତି। ଏହି ଦିନରେ ଜଳାଭିଷେକ ଓ ରୁଦ୍ରାଭିଷେକର ବିଶେଷ ଗୁରୁତ୍ୱ ରହିଛି। ଚଳିତବର୍ଷ ମହାଶିବରାତ୍ରିରେ ସୂର୍ଯ୍ୟ, ବୁଧ ଓ ଶନି ଏକ ସଙ୍ଗରେ କୁମ୍ଭରାଶିରେ ଗୋଚର କରିବେ। ଏହା ପୂର୍ବରୁ ଏହି ବିରଳ ସଂଯୋଗ ୧୯୬୫ ମସିହାରେ ହୋଇଥିଲା। ମାନ୍ୟତା ରହିଛି ଏହି ଦୁର୍ଲଭ ଗ୍ରହ ସଂଯୋଗରେ ଶିବଙ୍କ ଆରାଧନା କଲେ ଭକ୍ତଙ୍କ ମନୋକାମନା ଅତିଶୀଘ୍ର ପୂରଣ ହୁଏ। ଏହି ବର୍ଷ ମହାଶିବରାତ୍ରିରେ ଶିବଙ୍କ ସହିତ ସୂର୍ଯ୍ୟ, ବୁଧ ଓ ଶନିଙ୍କ ବିଶେଷ ପୂଜାର ଶୁଭ ଅବସର ମିଳିବ।
ତ୍ରିଗ୍ରହୀ ଯୋଗ ଯୋଗୁ ୪ ରାଶିଙ୍କ ଭାଗ୍ୟ ବଦଳିବ। ଏଥିରେ ମେଷ ରାଶିକୁ ଆର୍ଥିକ କ୍ଷେତ୍ରରେ ବଡ଼ ସଫଳତା ମିଳିବ। ଅଚାନକ ଧନଲାଭର ଯୋଗ ସୃଷ୍ଟି ହେବ। ପାରିବାରିକ ସମ୍ପର୍କ ସୁଦୃଢ ହେବ। ସେହିପରି ମିଥୁନ ରାଶି ଜାତକଙ୍କ ନିମନ୍ତେ ଏହି ତ୍ରିଗ୍ରହୀ ଯୋଗ ପ୍ରଶିଦ୍ଧି ନେଇ ଆସିବ। ଧାର୍ମିକ କାର୍ଯ୍ୟରେ ଋଚି ବଢିବ। ସେହିପରି ସିଂହ ରାଶି ଜାତକଙ୍କ ପୁରୁଣା ବିବାଦର ସମାଧାନ ହୋଇଯିବ। ମହାଶିବରାତ୍ରିରେ ହେଉଥିବା ବିରଳ ଯୋଗ କୁମ୍ଭରାଶିରେ ସଂଘଟିତ ହେବ। ଏଣୁ ଏହି ରାଶି ନିମନ୍ତେ ମଧ୍ୟ ବିଶେଷ ଶୁଭକାରକ ହେବ। ଅଚାନକ ଧନଲାଭ ଯୋଗ ସୃଷ୍ଟି ହେବ।