ମହାକୁମ୍ଭରେ ବୁଡ଼ ପକାଇବାକୁ ଯାଉଥିବା ବିଜେପି ନେତ୍ରୀ ନାଜିୟା ଇଲାହୀ ଖାନଙ୍କୁ ଆକ୍ରମଣ

Published By : Prameya-News7 Bureau | February 24, 2025 IST

ନୂଆଦିଲ୍ଲୀ ୨୪।୨: ମହାକୁମ୍ଭରେ ପବିତ୍ର ସ୍ନାନ କରିବାକୁ ଯାଉଥିବା କୋଲକାତା ହାଇକୋର୍ଟର ଓକିଲ ତଥା ବିଜେପି ନେତ୍ରୀ ନାଜିୟା ଇଲାହୀ ଖାନଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ନାଜିୟା ସୁରକ୍ଷିତ ବର୍ତ୍ତିଯାଇଛନ୍ତି, ହେଲେ ତାଙ୍କ ସହ ଥିବା ୟୁ ଟ୍ୟୁବର ପ୍ରିୟା ଚତୁର୍ବେଦୀ ଗୁରୁତର ଆହତ ହୋଇଛନ୍ତି। ନାଜିୟା କହିଛନ୍ତି ଯେ ପ୍ରିୟାଙ୍କ ମୁଣ୍ଡର ଖପୁରି ବାହାରି ଯାଇଛି। ପ୍ରିୟା ଚତୁର୍ବେଦୀ ଏବେ ହସ୍ପିଟାଲରେ ଜୀବନ ସଂଗ୍ରାମ କରୁଛନ୍ତି। 


ଆଜି ସୋମବାର ନାଜିୟା, ପ୍ରିୟା ଓ ଅନ୍ୟ ଜଣେ ଯୁବତୀ କୁମ୍ଭ ସ୍ନାନ ନିମନ୍ତେ ଦିଲ୍ଲୀରୁ ପ୍ରୟାଗରାଜ ବାହାରିଥିଲେ। ରାସ୍ତାରେ ସେମାନଙ୍କ କାର ଉପରେ ଆତର୍କିତ ଆକ୍ରମଣ ହୋଇଥିଲା। ନାଜିୟା ଏକ ଭିଡିଓ ଜାରି କରି ଲୋକଙ୍କୁ ସହାୟତା ନିମନ୍ତେ ନିବେଦନ କରିଛନ୍ତି। ନାଜିୟା ଇଲାହୀ ଖାନ ପଶ୍ଚିମବଙ୍ଗର ବାସିନ୍ଦା ଓ ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚାର ସଦସ୍ୟା ଅଟନ୍ତି। ସେ ଅନେକ ଟେଲିଭିଜନ ବିତର୍କରେ ମଧ୍ୟ ଅଂଶଗ୍ରହଣ କରିଛନ୍ତି। ସେ ଇସ୍ଲାମ ମୌଳବାଦୀଙ୍କ ବିରୋଧରେ ଶ୍ୱର ଉତ୍ତୋଳନ କରୁଥିଲେ। ଏହି ଆକ୍ରମଣକୁ ନେଇ ନାଜିୟା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୟାଗ୍ କରି ଏକ ଭିଡିଓ ଜାରି କରିଛନ୍ତି। 


ଏହି ଭିଡିଓରେ ନାଜିୟା ତାଙ୍କ କାରକୁ ଇଟାରୁ ପିଛା କରାଯାଇଥିଲା ଓ ତାଙ୍କୁ ଏପରି ଦୁର୍ଘଟଣା ମୁହଁକୁ ଠେଲି ଦିଆଯାଇଥିଲା ଯେଉଁଥିରେ ପ୍ରିୟା ଚତୁର୍ବେଦୀ ଏବେ ଜୀବନ-ମରଣର ଦୁଇଛକିରେ ଛିଡା ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ପ୍ରିୟା  ‘ସ୍ପଟଲାଇଟ୍ ୱିଥ ପ୍ରିୟା’ ନାମରେ ଏକ ୟୁ ଟ୍ୟୁବ୍ ଚ୍ୟାନେଲ ଚଳାନ୍ତି। ତେବେ ତାଙ୍କ ଗାଡିକୁ ପିଛା କରିଥିବା ଗାଡି ମୋତେ ହିଁ ଟାର୍ଗେଟ କରୁଥିଲା ବୋଲି ନାଜିୟା ଉଲ୍ଲେଖ କରିଛନ୍ତି। ତେବେ ପ୍ରିୟା ଏଥିରେ ଗୁରୁତର ହୋଇପଡିଛନ୍ତି। 


ତେବେ ଏହି ଦୁର୍ଘଟଣା କେଉଁଠାରେ ଓ କେତେବେଳେ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳୁ ନାହିଁ। ଏହା ଛଡା ଏହି ଆକ୍ରମଣରେ ବ୍ୟବହାର କରାଯାଇଥିବା ଗାଡ଼ିର ମଧ୍ୟ କୌଣସି ବିବରଣୀ ନାହିଁ। ଏଣୁ ଏହି ଭିଡିଓକୁ ପୋଲିସକୁ ଟ୍ୟାଗ୍ କରି ଘଟଣାର ସୂଚନା ଦେବାକୁ କୁହାଯାଇଛି, ଯାହା ଦ୍ୱାରା ଉଚିତ ସହାୟତା ପହଞ୍ଚା ଯାଇ ପାରିବ ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.