‘ମୋ ବିଷୟରେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ’; ଭାଇରାଲ ହେଉଛି ରତନ ଟାଟାଙ୍କ ଶେଷ ପୋଷ୍ଟ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦।୧୦: ଟାଟା ଗ୍ରୁପ୍‌ର ପୂର୍ବ ଚେୟାରମ୍ୟାନ୍ ତଥା ଭେଟେରାନ୍ ଶିଳ୍ପପତି ରତନ ଟାଟା। ବର୍ତ୍ତମାନ ତାଙ୍କର ଦେହାନ୍ତ ହୋଇଛି। ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ମୃତ୍ୟୁ ପରେ ସାରା ଦେଶରେ ଶୋକର ଲହରୀ ଖେଳିଯାଇଥିଲା। ପିଏମ ମୋଦୀଙ୍କ ଠାରୁ ଆରମ୍ଭ କରି ବଡ ନେତା, ଅଭିନେତା, ଶିଳ୍ପପତିମାନେ ତାଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଥିଲେ। ଏହା ସମଗ୍ର ଦେଶ ପାଇଁ ଅପୂରଣୀୟ କ୍ଷତି । ଏବେ ସୋସିଆଲ ମିଡ଼ିଆରେ ତାଙ୍କ ଶେଷ ପୋଷ୍ଟ ଭାଇରାଲ ହେଉଛି।

ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ, ମୋ ବିଷୟରେ ଚିନ୍ତା କରିବାରୁ ଧନ୍ୟବାଦ 'ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ। ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ସବୁ ଭିତ୍ତିହୀନ। ଏହା ଉପରେ ଧ୍ୟାନ ଦିଅନ୍ତୁ ନାହିଁ। ମୋର ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ବର୍ତ୍ତମାନ ମେଡିକାଲ ଚେକ୍‌ଅପ୍‌ ପାଇଁ ଆସିଛି। ଚିନ୍ତା କରିବାର କଥା ନାହିଁ। ମୁଁ ଭଲ ଅଛି । ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ । ଏହା ସହ ମୋ’ ବିଷୟରେ ଚିନ୍ତା କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। 

କହିବାକୁ ଗଲେ ରତନ ଟାଟା ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ। ସେ ମୁମ୍ବାଇର ବ୍ରେକ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରତନ ଟାଟାଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଟାଟା ସନ୍ସ ଚେୟାରମ୍ୟାନ୍ ଏନ ଚନ୍ଦ୍ରଶେଖରନ୍ ତାଙ୍କ ମୃତ୍ୟୁ ବିଷୟରେ ଲେଖିଛନ୍ତି ଯେ ଏହି ଘଟଣା ଦ୍ୱାରା ଆମେ ଅତ୍ୟନ୍ତ ଦୁଃଖିତ। ସେ ଜଣେ ଅସାଧାରଣ ବ୍ୟକ୍ତିତ୍ଵ ଥିଲେ। ତାଙ୍କ ନେତୃତ୍ୱରେ ଟାଟା ଗ୍ରୁପ୍ ଅନେକ ଉଚ୍ଚତାକୁ ଛୁଇଁଲା । ସେ କମ୍ପାନୀକୁ ବିଶ୍ୱ ସ୍ତରକୁ ନେଇଥିଲେ । କାର୍ଯ୍ୟ ସମୟରେ ସେ ନୈତିକତାକୁ ସବୁଠାରୁ ଗୁରୁତ୍ୱ ରଖିଥିଲେ । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.