୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ୪.୫%ରେ ରହିବା ନେଇ RBIର ଅନୁମାନ

Published By : Prameya-News7 Bureau | April 05, 2024 IST

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ମୁଦ୍ରାସ୍ଫୀତି ଅନୁମାନ ଶୁକ୍ରବାର ୪.୫ ପ୍ରତିଶତରେ ରଖିଛି । ଏହା ପୂର୍ବ ଆର୍ଥିକ ବର୍ଷ ୨୦୨୩-୨୪ର ୫.୪ ପ୍ରତିଶତର ଅନୁମାନଠାରୁ କମ । କେନ୍ଦ୍ରୀୟ ବ୍ୟାଙ୍କ କହିଛି ଯେ ନିକଟ ଭବିଷ୍ୟତରେ ଖାଦ୍ୟର ମୂଲ୍ୟରେ ଅନିଶ୍ଚିତା ମୁଦ୍ରାସ୍ଫୀତି ରୂପରେଖକୁ ପ୍ରଭାବିତ କରିବ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚଳିତ ବର୍ଷ ପ୍ରଥମ ଦ୍ୱିମାସିକ ସମୀକ୍ଷା ଉପସ୍ଥାପନ କରି କହିଛନ୍ତି ଯେ ଚଳିତ ବର୍ଷ ମୌସୁମୀର ସ୍ଥିତିକୁ ସାମାନ୍ୟ ଧରାଯାଇ ୨୦୨୪-୨୫ ପାଇଁ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତ ମୁଦ୍ରାସ୍ଫୀତି ୪.୫ ରହିବା ନେଇ ଅନୁମାନ ରହିଛି । 

ପଢନ୍ତୁ: ସପ୍ତମ ଥର ପାଇଁ ରେପୋ ରେଟ୍ ସ୍ଥିର; ଇଏମଆଇରେ ଗ୍ରାହକଙ୍କୁ ମିଳିବନି ଆଶ୍ବସ୍ତି

ପ୍ରଥମ ତ୍ରୈମାସରେ ମୁଦ୍ରାସ୍ଫୀତି ୪.୯ ପ୍ରତିଶତ, ଦ୍ୱିତୀୟ ତ୍ରୈମାସରେ ୩.୮ ପ୍ରତିଶତ, ତୃତୀୟ ତ୍ରୈମାସରେ ୪.୬ ପ୍ରତିଶତ ଏବଂ ଚତୁର୍ଥ ତ୍ରୈମାସରେ ୪.୫ ପ୍ରତିଶତ ରହିବା ସମ୍ଭାବନା ରହିଛି ।

ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ମାର୍ଚ୍ଚର ମଧ୍ୟରେ ପେଟ୍ରୋଲ୍ ତଥା ଡିଜେଲ ମୂଲ୍ୟରେ ହ୍ରାସ ସତ୍ତ୍ୱେ ନିକଟରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ହୋଇଛି, ଯାହା ଉପରେ ନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ସରକାର ଗତ ମାସରେ ରୋଷେଇ ଗ୍ୟାସ ଏଲପିଜିର ମୂଲ୍ୟରେ ୧୦୦ ଟଙ୍କା ହ୍ରାସ ନେଇ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.