ମୁମ୍ବାଇ ୧୦।୦୧ : ଆଇପିଏଲ୍ ୨୦୨୫ ଆଉ ମାତ୍ର ୨ ମାସ ବାକି। ଆଇପିଏଲ୍ ୧୮ ତମ ସିଜିନ୍ର ୧୪ ମାର୍ଚ୍ଚରୁ ଆରମ୍ଭ ହୋଇ ମେ ୨୫ ଯାଏଁ ଚାଲିବ । ଯେଉଁଥିରେ ୧୦ଟି ଟିମ୍ ପରସ୍ପର ବିରୋଧରେ ଟ୍ରଫି ପାଇଁ ଲଢିବେ । ଏସବୁ ଭିତରେ ବିରୋଟ କୋହଲି ପୁଣି ଥରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ହେବା ନେଇ ଚର୍ଚ୍ଚା ଧରିଛି । ଯାହାକୁ ନେଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଚ୍ ବଡ ଖୁଲାସା କରିଛନ୍ତି ।
ଆର୍ସିବି କୋଚ୍ କହିଛନ୍ତି ଯେ, ବିରାଟ କୋହଲିଙ୍କ ଅଧିନାୟକ ପଦ ଦିଆଯାଉ । ତାପରେ ଦେଖିବେ ତାଙ୍କ କମାଲ । ବିରାଟଙ୍କ ନିକଟରେ ଏବେବି ବହୁତ କ୍ରିକେଟ୍ ବାକି ରହିଛି । ଗତ କିଛି ମାସ ହେଲା ବିରାଟଙ୍କ ବ୍ୟାଟରୁ ରନ୍ ଆସିନି ସତ ।ତଥାପି ତାଙ୍କ ବ୍ୟାଟ୍ରୁ ଆସିବ ରନ୍ । ୨୦୨୧ରେ ଶେଷ ଥର ପାଇଁ ବିରାଟ ଆରସିବି କ୍ୟାପଟେନ୍ ହୋଇଥିଲେ ।
୨୦୨୪ରେ ଆଣ୍ଡି ଫ୍ୟାଓ୍ୱାର୍ ଆରସିବିର ମୁଖ୍ୟ କୋଚ୍ ଭାବେ ପଦ ସମ୍ଭାଳିଥିଲେ । ସେତେବେଳେ ବିରାଟ କୋହଲିଙ୍କୁ ପ୍ରାଞ୍ଚାଇଜ ୨୧ କୋଟି ଟଙ୍କାରେ ରିଟେନ୍ କରିଥିଲା । ସେତେବେଳେ ବି ଆଣ୍ଡି କହିଥିଲେ କି, ବାଙ୍ଗାଲୋର ପ୍ରାଞ୍ଚାଇଜ୍ର ବିରାଟ ହେଉଛନ୍ତି ଏକ ଅଭିନ୍ନ ଅଙ୍ଗ । ସେହିପରି ୨୦୨୪ ସିଜିନ୍ର ପ୍ରଦର୍ଶନକୁ ନେଇ କହିଥିଲେ କି, ମୋତ ଖୁସି ଲାଗୁଛି କି ଦଳ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପଏଣ୍ଟ ଟେବୁଲ୍ର ପୁରା ଶେଷରେ ଥିଲା । କିନ୍ତୁ ଟୁର୍ଣ୍ଣାମେଣ୍ଟ ଶେଷ ବେଳକୁ ଦଳ ଶ୍ରେଷ୍ଠ ୫ ଭିତରେ ରହିଥିଲା । ଯେଉଁଥିରେ ବିରାଟଙ୍କ ଯୋଗଦାନ ବହୁତ ରହିଥିଲା ।
ତେବେ ବିରାଟ କୋହଲି ୨୦୧୧-୨୦୨୧ ପର୍ଯ୍ୟନ୍ତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ର କ୍ୟାପଟେନ୍ ଥିଲେ । ଏହି ସମୟରେ ସେ ୧୪୩ ଟି ମ୍ୟାଚ୍ର କ୍ୟାପଟେନିଂ କରିଥିଲେ। ଯାହାମଧ୍ୟରୁ ୭୦ଟିରେ ପରାସ୍ତ ଏବଂ ୬୬ଟିରେ ବିଜୟୀ ହୋଇଥିଲେ । ବିରାଟଙ୍କ ବିଜୟ ପ୍ରତିଶତ ଅନିଲ କୁମ୍ବଲେ, ଡାନିଏଲ୍ ଭିଟୋରୀ, ଫାଫ୍ ଡୁ ପ୍ଲେସିସ୍ଙ୍କ ଠାରୁ ଅଧିକ ।