ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗ : କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ରେଜିଷ୍ଟ୍ରାର

Published By : Prameya-News7 Bureau | September 05, 2024 IST

କଟକ ୫।୯: ରେଭେନ୍ସା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ଚିଠି । କ୍ୟାମ୍ପସରେ ପୋଲିସ ମୁତୟନ ପାଇଁ ଡିସିପିଙ୍କୁ ଚିଠି ଲେଖିଲେ ବିଶ୍ବବିଦ୍ୟାଳୟ ରେଜିଷ୍ଟ୍ରାର । ସେପ୍ଟେମ୍ବର ୧ ତାରିଖ ପରଠାରୁ ରେଭେନ୍ସା କ୍ୟାମ୍ପସରେ ଛାତ୍ର ଅଶାନ୍ତି ଲାଗି ରହିଛି । ରେଭେନ୍ସା ନାମ ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଆନ୍ଦୋଳନ, ବିକ୍ଷୋଭ ଲାଗି ରହିଛି । କ୍ୟାମ୍ପସରେ ଅଣଛାତ୍ର ପ୍ରବେଶ ଯୋଗୁଁ ସ୍ଥିତି ବିଗୁଡୁଥିବା ଚିଠିରେ ଉଲ୍ଲେଖ ରହିଛି । 

କ୍ୟାମ୍ପସରେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ପାଇଁ ଚିଠି ଲେଖିଛନ୍ତି ରେଜିଷ୍ଟ୍ରାର । ଗତ ୨ ତାରିଖରେ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଜିଷ୍ଟ୍ରାର ।

You Can Read:

ଡ୍ରେନ୍ କାମ ବେଳେ ଭୁଶୁଡିଲା କାନ୍ଥ, ଦୁଇ ଶ୍ରମିକ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.