ମୁମ୍ବାଇ ୦୭।୧୧ : ନଭେମ୍ବର ୨୨ରୁ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ । ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ଟେଷ୍ଟ ସିରିଜ୍ । ଯେଉଁଥିରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବେ ଉଭୟ ଟିମ୍ । ସିରିଜ୍କୁ ଆଉ ୧୬ ଦିନରୁ କମ୍ ଦିନ ବାକି ଅଛି । ହେଲେ ଏବେଠୁ ଆରମ୍ଭ ହୋଇଗଲାଣି ଏହି ସିରିଜ୍କୁ ନେଇ ବୟାନବାଜି । ନିକଟରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପ୍ୟାଟ୍ କମିନ୍ସ ଭାରତୀୟ ବ୍ୟାଟରଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ।
କମିନ୍ସଙ୍କ ମତରେ, ବର୍ତ୍ତମାନ ଟିମ୍ରେ ଥିବା ବ୍ୟାଟରଙ୍କ ମଧ୍ୟରୁ ଜଣେ ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ବହୁତ ଖତରନାକ୍ । ସେ କୌଣସି ବି ପରିସ୍ଥିତିରେ ମ୍ୟାଚ୍ର ରୂପ ବଦଳାଇପାରିବେ । ତେଣୁ ତାଙ୍କୁ ଶୀଘ୍ର ଆଉଟ୍ କରି ପ୍ୟାଭିଲିୟନ୍ ଫେରାଇ ଦେବା ହିଁ ଟିମ୍ ପାଇଁ ଭଲ । କାହିଁକି ନା ସେ ଯେତେ ସମୟ କ୍ରିଜ୍ରେ ରହିବେ, ସେତେ ସମୟ ବିରୋଧୀ ଟିମ୍ଙ୍କ ପାଇଁ ଟେନ୍ସନ୍ ସାଜିବେ । ବାସ୍ତବରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ବିରାଟ କୋହିଲ, ରୋହିତ ଶର୍ମାଙ୍କ ବ୍ୟାଟିଂ ଶୈଳ ପରିବର୍ତ୍ତେ ଟିମ୍ ଇଣ୍ଡିଆର ଓ୍ୱିକେଟ୍ କିପର ବ୍ୟାଟସମ୍ୟାନ୍ ରିଷଭ ପନ୍ଥଙ୍କ ବିଷୟରେ କହୁଛନ୍ତି । ପୂର୍ବ ସିରିଜ୍ରେ ଅଷ୍ଟ୍ରେଲିଆ ବୋଲରଙ୍କ ବିରୋଧରେ ଖୁବ୍ ଗର୍ଜିଥିଲା ରିଷଭଙ୍କ ବ୍ୟାଟ୍ । ୨୦୨୦-୨୧ରେ ଖେଳାଯାଇଥିବା ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ର ପର୍ଥ ଟେଷ୍ଟ ହିଁ ରିଷଭ ସାଜିଥିଲେ ବିଜୟରେ ହିରୋ । ପର୍ଥରେ ପନ୍ଥଙ୍କୁ ଲଢୁଆ ୯୧ ପାରି ବଦଳରେ ଭାରତୀୟ ଟିମ୍ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।
ବର୍ଡର-ଗାଭାସ୍କର ୨୦୨୪-୨୫
ଅଷ୍ଟ୍ରେଲିଆ-ଭାରତ ପ୍ରଥମ ଟେଷ୍ଟ, ନଭେମ୍ବର ୨୨-୨୬
ସ୍ଥାନ- ପର୍ଥ
ଅଷ୍ଟ୍ରେଲିଆ-ଭାରତ ୨ୟ ଟେଷ୍ଟ, ଡିସେମ୍ବର ୦୬ରୁ ଡିସେମ୍ବର ୧୦
ସ୍ଥାନ- ଆଡିଲେଡ୍
ଅଷ୍ଟ୍ରେଲିଆ-ଭାରତ ୩ୟ ଟେଷ୍ଟ, ଡିସେମ୍ବର ୧୪ରୁ ଡିସେମ୍ବର ୧୮
ସ୍ଥାନ- ଗାବା
ଅଷ୍ଟ୍ରେଲିଆ-ଭାରତ ୪ୟ ଟେଷ୍ଟ, ଡିସେମ୍ବର ୨୬ରୁ ଡିସେମ୍ବର ୩୦
ସ୍ଥାନ- ମେଲବର୍ଣ୍ଣ
ଅଷ୍ଟ୍ରେଲିଆ-ଭାରତ ୫ୟ ଟେଷ୍ଟ, ଜାନୁଆରୀ ୦୩ରୁ ଜାନୁଆରୀ ୦୭
ସ୍ଥାନ- ସିଡ୍ନୀ