କର୍ଣ୍ଣାଟକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଟ୍ରକ୍‌-ବାଇକ୍‌ ମୁହାଁମୁହିଁ ଧକ୍କାରେ ୫ ମୃତ

Published By : Prameya-News7 Bureau | November 03, 2023 IST

ନୂଆଦିଲ୍ଲୀ ୦୩।୧୧: ଗୁରୁବାର କର୍ଣ୍ଣାଟକର କାଲାବୁରାଗିରେ ଏକ ଟ୍ରକ ଏବଂ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଛି । ଏହି ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା କାଲାବୁରାଗିର ବଲୁରାଗି ଗ୍ରାମ ନିକଟରେ ଘଟିଛି । ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରେ ଦୁଇ ପିଲା ସାମିଲ ଥିଲେ।

କାଲାବୁରାଗିର ଏସପି ଏ ଶ୍ରୀନିବାସୁଲୁଙ୍କ ଅନୁଯାୟୀ, କାଲାବୁରାଗି ଜିଲ୍ଲାର ବଲୁରାଗୀ ଗ୍ରାମ ନିକଟରେ ଏକ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଯାହାଫଳରେ ସେମାନଙ୍କ ଧକ୍କା ହେବା ପରେ ସମସ୍ତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ ହୋଇଛି।

wp:embed {"url":"https://www.prameyanews7.com/severe-air-pollution-in-delhi-all-these-measures/","type":"wp-embed","providerNameSlug":"prameya-news-7"}
https://www.prameyanews7.com/severe-air-pollution-in-delhi-all-these-measures/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.