ଦିଲ୍ଲୀ କଂଝାୱାଲା କାଣ୍ଡ: ଚଳନ୍ତା କାରରେ ଅଞ୍ଜଳିଙ୍କୁ ଘୋଷାରିଥିବା ୪ ଅଭିଯୁକ୍ତଙ୍କ ବିରୋଧରେ ଚାଲିବ ହତ୍ୟା ମୋକଦ୍ଦମା

Published By : Prameya-News7 Bureau | July 27, 2023 IST

ନୂଆଦିଲ୍ଲୀ ୨୭।୭: କଂଝାୱାଲା କେସ୍‌ର ୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବ। ଏଥି ପାଇଁ ଦିଲ୍ଲୀ ରୋହିଣୀ କୋର୍ଟ ୪ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ଧାରାରେ ଚାର୍ଜ ଫ୍ରେମ କରିଛନ୍ତି। ଏହି ୪ ଜଣ ଅଭିଯୁକ୍ତ ଅଞ୍ଜଳିଙ୍କ ମୃତ୍ୟୁବେଳେ କାରରେ ମହଜୁଦ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ କଂଝାୱାଲାରେ ଜାନୁୟାରୀ ୧ ତାରିଖର ଶିତୁଆ ରାତିରେ ୨୦ ବର୍ଷ ବୟଷ୍କା ଅଞ୍ଜଳି ସିଂହଙ୍କ ଶବ ନଗ୍ନ ଅବସ୍ଥାରେ ମିଳିଥିଲା। ଅଞ୍ଜଳିଙ୍କୁ ୧୩ କିଲୋମିଟର ପର୍ଯ୍ୟନ୍ତ କାର ଚକତଳେ ଦିଲ୍ଲୀ ସଡକରେ ଘୋଷରା ଯାଇଥିଲା।

ଦୁବାଇରୁ ଗିରଫ ହେଲା ଗ୍ୟାଙ୍ଗଷ୍ଟର ବିକ୍ରମ, ସଲମାନଙ୍କୁ ଧମକ ଦେଇଥିଲା, ମୁସେଓ୍ୱାଲା ହତ୍ୟାରେ ବି ଥିଲା ହାତ

କିପରି ହୋଇଥିଲା ଅଞ୍ଜଳିଙ୍କ ମୃତ୍ୟୁ?
୧ ଜାନୁୟାରୀ ଭୋର ପ୍ରାୟ ୩ଟା ୧୫ ମିନିଟ୍‌ ବେଳେ ପଥଚାରୀମାନେ କାର ଚକତଳେ ଶବ ଘୁଷୁରୁଥିବାର ଦେଖି ପୋଲିସକୁ ସୂଚିତ କରିଥିଲେ। ଭୋର ପ୍ରାୟ ୩ଟା ୨୪ ମିନିଟ୍‌ରେ ପୋଲିସକୁ ଏ ସମ୍ପର୍କରେ ସୂଚନା ମିଳିଥିଲା। ଭୋର ପ୍ରାୟ ୪ଟା ବେଳେ ଅଞ୍ଜଳିଙ୍କ ଶବ କଂଝାୱାଲାରେ ମିଳିଥିଲା। ସେତେବେଳେ ଅଞ୍ଜଳିଙ୍କ ଶବ ଦେହରେ ସୂତାଟିଏ ବି ନଥିଲା। କିଛି ଦୂରରେ ଅଞ୍ଜଳିଙ୍କ ସ୍କୁଟି ଦୁର୍ଘଟଣା ଗ୍ରସ୍ତ ଅବସ୍ଥାରେ ମିଳିଥିଲା।

{"id":822738,"sizeSlug":"full","linkDestination":"none"}

ପୋଲିସ ଏହାକୁ ଏକ ଦୁର୍ଘଟଣା ବୋଲି କହିଥିଲା। ପୋଲିସ ଅନୁସାରେ ଅଞ୍ଜଳିଙ୍କ ସ୍କୁଟି ବଲେନୋ କାର ସହ ଧକ୍କା ଲାଗିଥିଲା। ଏହି ଦୁର୍ଘଟଣା ପରେ ଅଞ୍ଜଳିଙ୍କ ଗୋଡ଼ କାରରେ ଫଶି ଯାଇଥିଲା। ଏହା ପରେ କାର ଅଞ୍ଜଳିଙ୍କୁ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ନେଇଯାଇଥିଲା। ମାମଲାରେ ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଞ୍ଜଳିଙ୍କ ମୃତ୍ୟୁ ପରେ ତାଙ୍କ ବାନ୍ଧବୀ ନିଧି ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ୩୧ ଡିସେମ୍ବର ଓ ୧ ଜାନୁୟାରୀ ରାତିରେ ଅଞ୍ଜଳି ପ୍ରଚୁର ମଦ୍ୟପାନ କରିଥିଲେ ବୋଲି କହିଥିଲେ।

ରାଜଧାନୀରେ ଆସନ୍ତା ୬ ଦିନ ପ୍ରବଳ ବର୍ଷା ନେଇ ଓ୍ୱାର୍ଣ୍ଣିଂ, ମୁମ୍ୱାଇରେ ରେଡ୍ ଆଲର୍ଟ

ପୋଲିସ ଅଞ୍ଜଳିଙ୍କ ପୋଷ୍ଟମର୍ଟମ କାଳରେ ନମୁନା ଭିସେରା ଯାଞ୍ଚ ପାଇଁ ପଠାଇଥିଲା। ଏଥିରୁ ସେ ମଦ୍ୟପାନ କରିଥିବା କଥା ସାମ୍ନାକୁ ଆସିଥିଲା। ଅର୍ଥାତ ଦୁର୍ଘଟଣା କାଳରେ ଅଞ୍ଜଳି ନିଶାରେ ସ୍କୁଟର ଚଳାଉଥିଲେ। ମାମଲାରୋ ପୋଲିସ ଗତ ଏପ୍ରିଲ ମାସରେ ରୋହିଣୀ କୋର୍ଟଙ୍କୁ ୮୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା। ଏଥିରେ ପୋଲିସ ୭ ଜଣଙ୍କୁ ଅଭିଯୁକ୍ତ କରିଥିଲା। ମାମଲାରେ ପୋଲିସ ୧୧୭ ଜଣ ସାକ୍ଷଙ୍କୁ ପଚରା ଉଚରା କରିଥିଲା। ରୋହିଣୀ କୋର୍ଟଙ୍କ ଅତିରିକ୍ତ ଦୌରାଜଜ୍ ନିରଜ ଗୌଡ ସବୁ ଅଭିଯୁକ୍ତ ଓ ଅଭିଯୋଗକାରୀଙ୍କ ପକ୍ଷ ଶୁଣିବା ପରେ ରାୟ ସଂରକ୍ଷିତ ରଖିଥିଲେ। ଏହା ଉପରେ ଜୁଲାଇ ୨୭ ତାରିଖ ଗୁରୁବାର ରାୟ ଆସିଛି।

{"id":822740,"sizeSlug":"full","linkDestination":"none"}

ପୋଲିସ ନିଜ ଚାର୍ଜସିଟ୍‌ରେ ଯେଉଁ ୭ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ବିରୋଧରେ ହତ୍ୟା ଅଭିଯୋଗ କରିଥିଲା, ସେମାନେ ଦୁର୍ଘଟଣା କାଳରେ ଗାଡ଼ିରେ ମହଜୁଦ ଥିଲେ। ସେମାନଙ୍କୁ ପୋଲିସ ଅମିତ ଖନ୍ନା, କୃଷ୍ଣା, ମିଥୁନ ଓ ମନୋଜ ମିତ୍ତଲ ରୂପେ ଚିହ୍ନଟ କରିଥିଲା। ମାମଲାରେ ପୋଲିସକୁ ମାମଲା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ସିସିଟିଭି ଫୁଟେଜ ମିଳିଥିଲା। ଯେଉଁଥିରେ ଅଭିଯୁକ୍ତମାନେ କାରରେ ଥିଲେବି ଗାଡି ତଳେ ଅଞ୍ଜଳି ଫଶି ରହିଥିବାର ଜାଣୁଥିଲେ ବୋଲି ପୋଲିସ ଅଭିଯୋଗ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.