ସେମି ଫାଇନାଲ୍ ପୂର୍ବରୁ ଶୀର୍ଷ ସ୍ଥାନ ହରାଇଲେ ସୂର୍ଯ୍ୟକୁମାର ଯାଦବ, ରୋହିତଙ୍କୁ ଜବରଦସ୍ତ ଫାଇଦା

Published By : Prameya-News7 Bureau | June 26, 2024 IST

abp live

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପର ସେମି ଫାଇନାଲ୍ ପୂର୍ବରୁ ସଦ୍ୟତମ ଟି-୨୦ ମାନ୍ୟତା ଜାରି କରିଛି ଆଇସିସି। ଏଥିରେ ଭାରତୀୟ ଦଳର ତାରକା ଖେଳାଳି ସୂର୍ଯ୍ୟକୁମାର ଯାଦବ ନମ୍ବର ଓ୍ଵାନ ମାନ୍ୟତା ହରାଇଛନ୍ତି। ସେ ଗୋଟିଏ ସ୍ଥାନ ତଳକୁ ଖସି ଦ୍ଵିତୀୟରେ ରହିଛନ୍ତି। ଅଷ୍ଟ୍ରେଲିଆର ତାରକା ବ୍ୟାଟର ଟ୍ରେଭିସ ହେଡ ଶୀର୍ଷକୁ ଉଠିଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କୁ ଜବରଦସ୍ତ ଫାଇଦା ମିଳିଛି। 

ସୂର୍ଯ୍ୟକୁମାର ଯାଦବ ଅନେକ ସମୟରେ ଦମଦାର ପ୍ରଦର୍ଶନ କରି ଦଳକୁ ଜିତାଇଛନ୍ତି। ସେ ଦୀର୍ଘ ସମୟ ଧରି ଟି-୨୦ ମାନ୍ୟତାର ଶୀର୍ଷରେ ଥିଲେ। ହେଲେ ତାଙ୍କଠୁ ଶୀର୍ଷ ସ୍ଥାନ ଛଡ଼ାଇ ନେଇଛନ୍ତି ଟ୍ରେଭିସ୍ ହେଡ। କଙ୍ଗାରୁ ଦଳର ଏହି ବ୍ୟାଟର ୮୪୪ ରେଟିଂ ପାଇଥିବା ବେଳେ ସୂର୍ଯ୍ୟଙ୍କ ରହିଛି ୮୪୨ ପଏଣ୍ଟ। ପାକିସ୍ତାନର ଅଧିନାୟକ ବାବର ଆଜମ ଗୋଟିଏ ସ୍ଥାନ ହରାଇ ଚତୁର୍ଥକୁ ଖସି ଆସିଛନ୍ତି। ଟିମ୍ ଇଣ୍ଡିଆର  ଯୁବ ଓପନିଂ ବ୍ୟାଟର ଯଶସ୍ଵୀ ଜୟସ୍ଵାଲ ନମ୍ବର ୭ରେ ରହିଛନ୍ତି।  

Also read: ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଦଳ ଘୋଷିତ, ପଦାର୍ପଣ କରିବେ ୫ ଜଣ, ମଙ୍ଗ ଧରିବେ ଏହି ଖେଳାଳି

ଇଂଲଣ୍ଡର ଫିଲ ସଲ୍ଟ ଗୋଟିଏ ସ୍ଥାନ ତଳକୁ ଖସି ତୃତୀୟ ନମ୍ବରରେ ପହଞ୍ଚିଛନ୍ତି। ପାକିସ୍ତାନର ଓ୍ଵିକେଟ୍ କିପର ବ୍ୟାଟର ମହମ୍ମଦ ରିଜଓ୍ଵାନ ଗୋଟିଏ ସ୍ଥାନ ହରାଇ ପଞ୍ଚମରେ ରହିଛନ୍ତି। ଇଂଲଣ୍ଡର ଅଧିନାୟକ ଜୋସ୍ ବଟଲର ଷଷ୍ଠ, ଦକ୍ଷିଣ ଆଫ୍ରିକାର ଆଡନ ମାରକ୍ରମ ଅଷ୍ଟମ, ଓ୍ଵେଷ୍ଟଇଣ୍ଡିଜର ବ୍ରେଣ୍ଡନ କିଙ୍ଗ ନବମ ଓ ଜନସନ ଚାର୍ଲ୍ସ ଦଶମ ସ୍ଥାନରେ ରହିଛନ୍ତି। 

ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟି-୨୦ ମାନ୍ୟତାରେ ଲମ୍ଫ ଡିଆଁ ମାରିଛନ୍ତି। ସେ ୩୮ତମ ସ୍ଥାନରେ ପହଞ୍ଚିଛନ୍ତି। ରୋହିତଙ୍କ ରେଟିଂ ପଏଣ୍ଟ ୫୨୭ ରହିଛି। ଅଷ୍ଟ୍ରେଲିଆ ବିପକ୍ଷରେ ରୋହିତ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବିରାଟ କୋହଲିଙ୍କୁ ମଧ୍ୟ ମାନ୍ୟତାରେ ୩ଟି ସ୍ଥାନ ଫାଇଦା ମିଳିଛି ଏବଂ ସେ ୪୭ତମ ସ୍ଥାନରେ ପହଞ୍ଚିଛି।                                                                                                                                                                                                                                                                                                                                                                                                       

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.