ଚୀନ ଅଧିକାରୀଙ୍କ ସହ ଉତ୍ତର କୋରିଆ ଗସ୍ତ କରିବେ ରୁଷ ପ୍ରତିରକ୍ଷା ମନ୍ତ୍ରୀ, ଜାଣନ୍ତୁ କାହିଁକି

Published By : Prameya-News7 Bureau | July 25, 2023 IST

ନୂଆଦିଲ୍ଲୀ: ରୁଷ ପ୍ରତିରକ୍ଷା ମନ୍ତ୍ରୀ ଖୁବଶୀଘ୍ର ଉତ୍ତର କୋରିଆ ଗସ୍ତ କରିବେ । ରୁଷ ରକ୍ଷା ମନ୍ତ୍ରୀଙ୍କ ସହ ଚୀନର ଏକ ପ୍ରତିନିଧିମଣ୍ଡଳ ମଧ୍ୟ ଉତ୍ତର କୋରିଆ ଗସ୍ତ କରିବ । ଉଲ୍ଲେଖଯୋଗ୍ୟ ଯେ କୋରିଆ ଯୁଦ୍ଧର ୭୦ ବର୍ଷ ପୂର୍ତ୍ତି ପାଳନ କରୁଛି ଉତ୍ତର କୋରିଆ । ଏହି ଅବସରରେ ଉତ୍ତର କୋରିଆ, ଚୀନ ଏବଂ ରୁଷ ପ୍ରତିନିଧିଙ୍କୁ ଆମନ୍ତ୍ରିତ କରିଥିଲା । ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ରୁଷ ଏବଂ ଚୀନ ପ୍ରତିନିଧି ପ୍ୟୋଙ୍ଗୟାଙ୍ଗ ଗସ୍ତ କରିବେ ।

ପଢନ୍ତୁ: ରୁଷ୍‌ କ୍ଷେପଣାସ୍ତ୍ର ଫେଲ୍‌ : ୟୁକ୍ରେନ୍‌ ଉପରେ ଭାରିପଡିବ ‘ବ୍ରହ୍ମୋସ’, ପୁଟିନ୍‌ଙ୍କ ନଜରରେ ଭାରତୀୟ କ୍ରୁଜ୍‌ ମିସାଇଲ୍‌

ଉଲ୍ଲେଖଯୋଗ୍ୟ ଯେ କରୋନା ମହାମାରୀ ପରଠୁ ଉତ୍ତର କୋରିଆ ନିଜ ସୀମା ବନ୍ଦ କରିଥିଲା । କରୋନା ମାହାମାରୀ ପରେ ପ୍ରଥମ ଥର ପାଇଁ ଉତ୍ତର କୋରିଆ କୌଣସି ବିଦେଶୀ ଅତିଥିଙ୍କୁ ଆମନ୍ତ୍ରିତ କରିଛି । ଉତ୍ତର କୋରିଆର ନ୍ୟୁଜ୍ ଏଜେନ୍ସି କେସିଏନଏ ମଙ୍ଗଳବାର କହିଛି ଯେ ରୁଷ ରକ୍ଷା ମନ୍ତ୍ରୀ ସର୍ଗେଇ ସୋଇଗୁଙ୍କ ନେତୃତ୍ୱରେ ରୁଷ ସେନାର ଏକ ଦଳ ଜୁଲାଇ ୨୫-୨୭ରେ ଉତ୍ତର କୋରିଆ ଆସିବ ।

କେସିଏନଏ ଅନୁସାରେ, ଚୀନର କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟିର ସେଣ୍ଟ୍ରାଲ କମିଟିର ସଦସ୍ୟ ଲି ହୋଙ୍ଗଝୋଙ୍ଗଙ୍କ ନେତୃତ୍ୱରେ ଏକ ଟିମ ଉତ୍ତର କୋରିଆ ଗସ୍ତରେ ଆସିବେ । ଉଲ୍ଲେଖଯୋଗ୍ୟ ଯେ ୧୯୫୩ ମସିହା ଜୁଲାଇ ୨୭ରେ କୋରିଆ ଯୁଦ୍ଧ ଶେଷ ହୋଇଥିଲା । ଉତ୍ତର କୋରିଆ ଏହି ଯୁଦ୍ଧକୁ ଗ୍ରେଟ୍ ଫାଦରଲାଣ୍ଡ ଲିବ୍ରେରେସନ ୱାର କହିବା ସହ ପ୍ରତିବର୍ଷ ଏହି ଦିନକୁ ବିଜୟ ଦିବସ ରୂପେ ପାଳନ କରୁଛି ।

Also Read: ୟୁକ୍ରେନ ଯୁଦ୍ଧରେ ରୁଷର ୫୦ ହଜାର ସୈନିକ ମୃତ, ନୂଆ ଅଧ୍ୟୟନରୁ ଆସିଲା ତଥ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.