ଭୁବନେଶ୍ବର: ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ନୂଆ ଦାୟିତ୍ବ । ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ (ଓଏଫଡିସି) ଏବଂ କଳିଙ୍ଗ ଷ୍ଟୁଡିଓର ସ୍ବାଧୀନ ନିର୍ଦ୍ଦେଶକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି।
ତେବେ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହ, ଓଡ଼ିଆ ଫିଲ୍ମକୁ ନୂଆ ଦିଶା ମିଳିବ ବୋଲି ଉତ୍ସାହିତ ଥିବା ସିନେ ପ୍ରେମୀମାନେ ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି। ବେଶ୍ କିଛି ମାସ ଧରି ଓଡ଼ିଆ ଚଳଚ୍ଚିତ୍ରର ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ନାନା ଚର୍ଚ୍ଚା ଜାରି ରହିଥିବା ବେଳେ ସବ୍ୟସାଚୀ ମହାପାତ୍ର ଏ ଦିଗରେ ଅନେକ କିଛି କରିପାରିବେ ବୋଲି ଆଶା ପୋଷଣ କରିଛନ୍ତି। ସଲାବୁଢ଼ା ସିରିଜର ଫିଲ୍ମ କରି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି ସବ୍ୟସାଚୀ ମହାପାତ୍ର।