ସୁବ୍ରତ ରୟଙ୍କ ପରଲୋକ ପରେ ସାହାରା ମାମଲା କ’ଣ ହେବ ? SEBI ଅଧ୍ୟକ୍ଷ କଲେ ସ୍ପଷ୍ଟ

Published By : Prameya-News7 Bureau | November 16, 2023 IST

ନୂଆଦିଲ୍ଲୀ: ସାହାରା ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରୟଙ୍କ ନିଧନ ପରେ ଏବେ ଅନେକଙ୍କ ମନରେ ପ୍ରଶ୍ନ ଯେ ଗ୍ରୁପ୍ ବିରୋଧରେ ଚାଲିଥିବା ମାମଲାର କଣ ହେବ । ଏହା ଉପରେ ବଜାର ନିୟାମକ ସେବି ପକ୍ଷରୁ ସ୍ଥତି ସ୍ପଷ୍ଟ କରାଯାଇଛି । ସେବି ଅଧ୍ୟକ୍ଷ ମାଧବୀ ପୁରୀ ବୁଚ୍ ଗୁରୁବାର କହିଛନ୍ତି ଯେ ସାହାରା ପ୍ରତିଷ୍ଠାତା ସୁବ୍ରତ ରୟଙ୍କ ମୃତ୍ୟୁ ପରେ ବି ପୁଞ୍ଜି ବଜାର ନିୟାମକ ସଂସ୍ଥା ବିରୋଧରେ ମାମଲା ଜାରି ରଖିବ । ସାହାରା ଗ୍ରୁପର ପ୍ରତିଷ୍ଠାତା ସୁବ୍ରତ ରୟଙ୍କ ୭୫ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଥିଲା । ସେ ଦୀର୍ଘ ଦିନରୁ ଚିକିତ୍ସାଧୀନ ଥିଲେ ।

ଫିକ୍କିର ଏକ କାର୍ଯ୍ୟକ୍ରମରେ ସାମ୍ୱାଦିକଙ୍କୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ସେବି ପାଇଁ ଏହି ମାମଲା ଏକ ସଂସ୍ଥାର ଆଚରଣ ସହ ଜଡିତ ଓ ଏହା ଜାରି ରହିବ । କୌଣସି ବ୍ୟକ୍ତି ଜୀବିତ ରୁହନ୍ତୁ କି ନାହିଁ । ସେହିପରି ରିଫଣ୍ଡ କମ ଉପରେ ବୁଚ୍ କହିଛନ୍ତି ଯେ ଟଙ୍କା ନିବେଶକଙ୍କ ଦାବିକୁ ପ୍ରମାଣ ଆଧାରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ କମିଟି ଜରିଆରେ ଫେରସ୍ତ କରାଯାଉଛି । ନିବେଶକଙ୍କୁ କେବଳ ୧୩୮ କୋଟି ଟଙ୍କା ଫେରସ୍ତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ ସାହାରା ଗ୍ରୁପକୁ ନିବେଶକଙ୍କୁ ଟଙ୍କା ଫେରସ୍ତ ପାଇଁ ସେବି ନିକଟରେ ୨୪,୦୦୦ କୋଟିରୁ ଅଧିକ ଟଙ୍କା ଜମା କରାଇବା ପାଇଁ କୁହାଯାଇଥିଲା ।

wp:html /wp:html

୨୦୧୧ ମସିହାରେ ସାହାର ଗ୍ରୁପର ଦୁଇ କମ୍ପାନି ସାହାରା ଇଣ୍ଡିଆ ରିୟଲ ଇଷ୍ଟେଟ୍ କର୍ପୋରେସନ ଲିମିଟେଡ୍ ଓ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡକୁ ତିନି କୋଟି ଜମାକାରୀଙ୍କଠାରୁ ପାଇଥିବା ଟଙ୍କା ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେବି ନିଜ ଆଦେଶରେ କହିଥିଲା ଯେ ଦୁଇ କମ୍ପାନି ନିୟମ ଉଲ୍ଲଂଘନ କରି ଧନ ଏକାଠି କରିଥିଲେ ।

ଲମ୍ୱା ଆଇନଗତ ଲଢେଇ ପରେ ସର୍ବୋଚ୍ଚ ଅଦାଲତ ମଧ୍ୟ ୨୦୧୨ ଅଗଷ୍ଟ ୩୧ରେ ସେବି ନିର୍ଦେଶକୁ ବଜାୟ ରଖିଥିଲେ । ଦୁଇ କମ୍ପାନିଙ୍କୁ ଏକାଠି କରିଥିବା ଧନରାଶିକୁ ୧୫ ପ୍ରତିଶତ ସୁଧ ସହ ଜମାକାରୀଙ୍କୁ ଫେରସ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟଙ୍କା ଫେରସ୍ତ ପାଇଁ ସେବି ନିକଟରେ ୨୪,୦୦୦ କୋଟି ଟଙ୍କା ଜମା କରିବାକୁ କୁହାଯାଇଥିଲା ।

Also Read: ସାହାରା ଗ୍ରୁପର ଚେୟାରମ୍ୟାନ ହେବ କିଏ? ସାରା ଦେଶରେ ରହିଛି ୫ ହଜାରରୁ ଅଧିକ ମଲ ଓ ଅଫିସ, ଜାଣନ୍ତୁ ନେଟ୍‌ୱର୍ଥ କେତେ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.