ଷ୍ଟାଲିନ୍‌ଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସଭାରେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କଲେ ଏ.ରାଜା

Published By : Prameya-News7 Bureau | September 07, 2023 IST

ତାମିଲନାଡୁ ୦୭/୦୯: ପୁଣି ସନାତନ ଧର୍ମ ପ୍ରତି କଟୁମନ୍ତବ୍ୟ । ଷ୍ଟାଲିନ୍‌ଙ୍କ ପରେ ଡିଏମକେ ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏ ରାଜା ଦେଇଛନ୍ତି ଏହି ବିବାଦୀୟ ମନ୍ତବ୍ୟ । ସେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କରିଛନ୍ତି । ଏକ ସଭାରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଏ.ରାଜା ।

ପୂର୍ବରୁ ସନାତନ ଧର୍ମକୁ ନେଇ ତାଙ୍କରି ଦଳର ନେତା ତଥା ମନ୍ତ୍ରୀ ଉଦୟନିଦ୍ଧି ଷ୍ଟାଲିନ୍ ସନାତନ ଧର୍ମକୁ ନେଇ ଦେଇଥିଲେ କିଛି ବିବାଦୀୟ ବୟାନ । ସେ କହିଥିଲେ ସନାତନ ଧର୍ମ ମୂଳ ଉତ୍ପାଟନ ସହ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହ ତୁଳନା କରିଥିଲେ । ଆଉ ଏବେ ଏ ରାଜା ଆଉ ପାଦେ ଆଗେଇ ଯାଇ ସନାତନ ଧର୍ମକୁ ଏଡସ୍ ଓ କୃଷ୍ଠ ରୋଗ ସହ ତୁଳନା କରିଛନ୍ତି । ସାଧାରଣ ନିର୍ବାଚନ ପାଇଁ ଏବେ ମାହୋଲ ସରଗରମ ରହିଛି ।

ଏହି ସମୟରେ ବିରୋଧୀ ଇଣ୍ଡିଆ ମେଂଟରେ ଥିବା ଦଳର ନେତା ଜଣେ ପରେ ଜଣେ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି । ମେଂଟର ଅନ୍ୟତମ ସହଯୋଗୀ ଆରଜେଡିର ସାଂସଦ ଜଗଦାନନ୍ଦ ସନାତନ ଧର୍ମକୁ ନେଇ କହିଛନ୍ତି ମଥାରେ ଟିକା ଲଗାଇ ଯେଉଁମାନେ ବୁଲୁଛନ୍ତି । ସେମାନେ ଏବେ ଦେଶକୁ ଗୁଲାମ କରି ରଖିବାକୁ ଯାହୁଁଛନ୍ତି । ଏହା ସହ ସେ କହିଛନ୍ତି ଦେଶରେ କେବଳ ମନ୍ଦିର ନିର୍ମାଣ କଲେ କାମ ସରେନି । ଏପରି କହି ସେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ଟାର୍ଗେଟ କରିଛନ୍ତି ।

you can also read...

wp:embed {"url":"https://www.prameyanews7.com/i-will-repeat-the-same-thing-again-and-again-dmk-leader-day-after-uproar-over-sanatana-remark/","type":"wp-embed","providerNameSlug":"prameya-news-7"}
https://www.prameyanews7.com/i-will-repeat-the-same-thing-again-and-again-dmk-leader-day-after-uproar-over-sanatana-remark/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.