‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ ଏବେ ‘ଆଂଶିକ ଅଦାଲତ କାର୍ଯ୍ୟଦିବସ’; ସଂଶୋଧନ କଲେ ସୁପ୍ରିମକୋର୍ଟ

Published By : Prameya-News7 Bureau | November 08, 2024 IST

ନୂଆଦିଲ୍ଲୀ: ବଦଳିଲା ‘ଗ୍ରୀଷ୍ମକାଳୀନ ଅବକାଶ ଛୁଟି’ର ନାଁ । ସୁପ୍ରିମକୋର୍ଟ ଏହାକୁ ସଂଶୋଧନ କରି ଏହି ସ୍ଥାନରେ ‘ଆଂଶିକ ଅଦାଲତ କାର୍ଯ୍ୟଦିବସ’ କରିଛନ୍ତି । ସବୁଠୁ ବଡ଼କଥା ହେଲା ସର୍ବୋଚ୍ଚ ଅଦାଲତ ଏଭଳି ସମୟରେ ଏହାକୁ ସଂଶୋଧନ କରିଛନ୍ତି, ଯେଉଁ ସମୟରେ ଏକ ଗୋଷ୍ଠୀ ଅଦାଲତର ଲମ୍ବା ଛୁଟି ଉପରେ ପ୍ରଶ୍ନ ଉଠାଉଥିଲେ । କିଛି ଦିନ ପୂର୍ବରୁ ପ୍ରକାଶିତ ହୋଇଥିବା ୨୦୨୫ ସୁପ୍ରିମକୋର୍ଟ କ୍ୟାଲେଣ୍ଡର ଅନୁଯାୟୀ, ‘ଆଂଶିକ ଅଦାଲତ ଦିବସ’ ମେ’ ମାସ ୨୬ ତାରିଖରୁ ଆରମ୍ଭ ହୋଇ ଜୁଲାଇ ୧୪ ତାରିଖରେ ସମାପ୍ତ ହେବ ।      

ନିଜ ନିୟମରେ ସଂଶୋଧନ କରି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ସର୍ବୋଚ୍ଚ ନ୍ୟାୟାଳୟର ଏହି ନିୟମର ସଂଶୋଧନ କରିଛନ୍ତି । ସୁପ୍ରିମକୋର୍ଟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି, ଆଶିଂକ ଅଦାଲତ କାର୍ଯ୍ୟ ଦିବସର ସମୟ ସୀମା ଓ ଛୁଟିର ସଂଖ୍ୟା ପ୍ରଧାନ ବିଚାରପତି ସ୍ଥିର କରିବେ। ରବିବାରକୁ ଛାଡ଼ି ଏହି ସଂଖ୍ୟା ୯୫ରୁ ଯେପରି ଅଧିକ ନ ହେବ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ପୂର୍ବରୁ ଏହି ଗ୍ରୀଷ୍ମକାଳୀନ ଛୁଟି ସଂଖ୍ୟା ୧୦୩ ଥିଲା ।

ପୂର୍ବରୁ ସୁପ୍ରିମକୋର୍ଟରେ ଗ୍ରୀଷ୍ମକାଳୀନ ଅବକାଶ ଛୁଟି ବ୍ୟବସ୍ଥା ରହିଥିଲା । ଶୀର୍ଷ ଅଦାଲତ ଏହି ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଉନଥାଏ । ପ୍ରବଳ ଗ୍ରୀଷ୍ମ ସମୟରେ ଗୁରୁତ୍ବପୂର୍ଣ୍ଣ ଏବଂ ତତ୍କାଳ ମାମଲାରେ ଶୁଣାଣି ପାଇଁ ପ୍ରଧାନ ବିଚାରପତିଙ୍କ ଦ୍ବାରା ଏକ ଅବକାଶକାଳୀନ ଖଣ୍ଡପୀଠ ଗଠନ ହୋଉଥାଏ । ଏବେ ଏହାକୁ ପରିବର୍ତ୍ତନ କରି ଆଂଶିକ ଅଦାଲତ କାର୍ଯ୍ୟ ଦିବସ’ କରାଯାଇଛି ।....

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.