ରିଟେଲ ଇନଭେଷ୍ଟର୍ସଙ୍କୁ ‘ଏଲଗୋ’ ଟ୍ରେଡିଂ ଅନୁମତି ଦେଇ ପାରନ୍ତି SEBI, ଜାଣନ୍ତୁ ବଜାର ନିୟାମକଙ୍କ ଯୋଜନା କ’ଣ?

Published By : Prameya-News7 Bureau | December 13, 2024 IST

ମୁମ୍ବାଇ ୧୩।୧୨: ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଖୁଚୁରା ନିବେଶକଙ୍କୁ ଏଲଗୋ ଟ୍ରେଡିଂ ଲାଗି ଅନୁମତି ଦେଇ ପାରନ୍ତି। ଏ ନେଇ ବଜାର ନିୟାମକ ଏକ ସର୍କୁଲାର ଜାରି କରିଛନ୍ତି। ଏହି ପ୍ରାସ୍ତାବ ଉପରେ ସାଧାରଣ ଲୋକଙ୍କ ରାୟ ମଗାଯାଇଛି। ସେବି ଖୁଚୁରା ନିବେଶକଙ୍କ ସ୍ୱାର୍ଥର ସୁରକ୍ଷା ଧ୍ୟାନରେ ରଖି ଏଥି ପାଇଁ ନିୟମ କରିପାରନ୍ତି। ଏଲଗୋରିଦିମ ଟ୍ରେଡିଂରେ ଟ୍ରେଡସ ପାଇଁ କମ୍ପ୍ୟୁଟର ପ୍ରୋଗ୍ରାମର ବ୍ୟବହାର ହୁଏ। ଏହି ପ୍ରୋଗ୍ରାମ ପୂର୍ବରୁ ଧାର୍ଯ୍ୟ ମୂଲ୍ୟ, ଟାଇମିଂ ଓ ଭଲ୍ୟୁମ ଉପରେ କାମ କରେ। 

ଏପର୍ଯ୍ୟନ୍ତ କେବଳ ସଂସ୍ଥାଗତ ନିବେଶକମାନେ ଏଲଗୋ ଟ୍ରେଡିଂ କରିଆସୁଥିଲେ। ଏଥିରେ ଯଦି ସେବି ଖୁଚୁରା ନିବେଶକଙ୍କୁ ଏଲଗୋ ଟ୍ରେଡିଂର ଅନୁମତି ଦିଅନ୍ତି ତେବେ ସେମାନେ ବ୍ରୋକରଙ୍କ ମାଧ୍ୟମରେ ଆପ୍ରୁଭଡ୍ ଏଲଗୋ ବ୍ୟବହାର କରିପାରିବେ। ଏଥିଲାଗି ଏଲଗୋ ଓ ସମ୍ପର୍କିତ ସିଷ୍ଟମର ରେଜିଷ୍ଟ୍ରେସନ ଷ୍ଟକଏକ୍ସଚେଞ୍ଜରେ କରିବାକୁ ହେବ। ବିଶେଷଜ୍ଞଙ୍କ କହିବା କଥା ହେଉଛି ସେବିଙ୍କ ଏହି ନିଷ୍ପତ୍ତି ଯୋଗୁ ଖୁଚୁରା ନିବେଶକ ମଧ୍ୟ ଏଲଗୋ ଟ୍ରେଡିଂ କରିପାରିବେ। 

ଖୁଚୁରା ନିବେଶକଙ୍କୁ ବ୍ରୋକର ଏଲଗୋ ଟ୍ରେଡିଂ ସୁବିଧାସବୁ ଉପଲବ୍ଧ କରିବେ। ଏଥି ଲାଗି ସୁରକ୍ଷାର କଡ଼ା ମାନଦଣ୍ଡ ପାଳନ କରାଯିବ। ଏହା ପରେ ସେବି ଏହି ବିଷୟ ସମ୍ପର୍କିତ ସବୁ ପକ୍ଷଙ୍କ ସହ ଚର୍ଚ୍ଚା କରିବେ। ପୁଣି ଖୁଚୁରା ଟ୍ରେଡର୍ସଙ୍କ ନିମନ୍ତେ ଆଗାମୀ ବର୍ଷ ଟ୍ରେଡିଂ ନିୟମ ଜାରି କରି ଦିଆଯିବ। ବଜାର ନିୟାମକ କହିଛନ୍ତି ଯେ ଏଲଗୋ ଟ୍ରେଡିଂ ଫାସେଲିଟି କେବଳ ଷ୍ଟକ ବ୍ରୋକରଙ୍କ ପକ୍ଷରୁ ଉପଲବ୍ଧ କରାଯିବ। ପ୍ରତ୍ୟେକ ଏଲଗୋ ଲାଗି ଷ୍ଟକ୍ ଏକ୍ସଚେ଼ଞ୍ଜର ମଞ୍ଜୁରୀ ଜରୁରି କରାଯିବ। 

ଏବେ କେତେକ ନିବେଶକ ଟ୍ରେଡ ପ୍ଲେସ୍ କରିବା ଲାଗି ନିଜର ଏଲଗୋ ତିଆରି କରୁଛନ୍ତି। ସେବି କହିଛନ୍ତି ଏପରି ଟ୍ରେଡର୍ସଙ୍କୁ ସେମାନଙ୍କ ଏଲଗୋକୁ ଏକ୍ସଚେଞ୍ଜରେ ରେଜିଷ୍ଟର୍ଡ କରିବାକୁ ପଡିବ। ଏଥିରେ ବ୍ରୋକର୍ସଙ୍କୁ ଓପନ ଏପିଆଇ ଲାଗି ଅନୁମତି ଦିଆଯିବନି ବୋଲି କୁହାଯାଇପାରେ। ସେମାନଙ୍କୁ କେବଳ ୟୁନିକ୍ ଭେଣ୍ଡର କ୍ଲାଏଣ୍ଟ ସ୍ପେସିଫିକ୍ ଏପିଆଇ ଓ ଷ୍ଟାଟିକ୍ ଆଇପି ଜରିଆରେ ଅନୁମତି ଦେବାକୁ ପଡିବ।  ଭେଣ୍ଡର ଓ ଏଣ୍ଡ ୟୁଜରଙ୍କ ଟ୍ରେସେବିଲିଟି ଲାଗି ଆଇଡେଣ୍ଟିଫିକେସନ ଜରୁରି ହେବ। 

ଖୁଚୁରା ନିବେଶକମାନେ ଅନେକ ସମୟରୁ ଏଲଗୋ ଟ୍ରେଡ ବ୍ୟବହାର କରିବାକୁ ଦାବି କରିଆସୁଛନ୍ତି। ଏଣୁ ସେବି ରିଟେଲ ଇନଭେଷ୍ଟରଙ୍କ ହୀତକୁ ଧ୍ୟାନରେ ରଖି ଏଥର ଆଇନ ଓ ନିୟମ କରିବା ପାଇଁ ବିଚାର କରୁଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.