ଏମଏ ବେବୀ ହେଲେ ସିପିଆଇଏମ୍‌ର ନୂଆ ମହାସଚିବ, ସୀତାରାମ ୟେଚୁରୀଙ୍କ ପରେ ଖାଲି ଥିଲା ପଦ

Published By : Prameya-News7 Bureau | April 06, 2025 IST

NDTV

ନୂଆଦିଲ୍ଲୀ: ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାର୍କ୍ସବାଦୀ ସିପିଆଇଏମ୍‌ର ନୂଆ ମହାସଚିବ ହେଲେ ମରିୟମ ଆଲେକଜାଣ୍ଡାର ବେବୀ । କେରଳ ସରକାରରେ ମନ୍ତ୍ରୀ ରହିସାରିଥିବା ୭୧ ବର୍ଷୀୟ ରାଜନେତାଙ୍କୁ ଦଳ ରବିବାର ନୂଆ ମହାସଚିବ ଭାବରେ ନିଯୁକ୍ତ କରିଛି। ଏମଏମ ବେବୀ, ସୀତାରାମ ୟେଚୁରୀଙ୍କ ସ୍ଥାନ ନେଇଛନ୍ତି । ୨୦୨୪ ସେପ୍ଟେମ୍ବରରେ ସୀତାରାମ ୟେଚୁୀରିଙ୍କ ପରଲୋକ ହୋଇଥିଲା।

ଏମଏ ବେବୀ କିଏ ?

ଏମଏ ବେବୀ ପୋଲିତବ୍ୟୁରୋର ଜଣେ ସଦସ୍ୟ । ପୂର୍ବରୁ ସେ କେରଳର ଶିକ୍ଷା ମନ୍ତ୍ରୀ ଭାବରେ କାମ କରିସାରିଛନ୍ତି । ବେବୀ କେରଳରୁ ପାର୍ଟିର ମହାସଚିବ ହେବାରେ ଦ୍ବିତୀୟ ବ୍ୟକ୍ତି। ତାଙ୍କ ପୂର୍ବରୁ ପାର୍ଟିର ବରିଷ୍ଠ ନେତା ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଈ.ଏମ.ଏସ ନମ୍ବୁଦରୀପାଦ ଏହି ପଦ ସମ୍ଭାଳିଥିଲେ।

ଏମଏ ବେବୀଙ୍କ ଜନ୍ମ କେରଳର କୋଲ୍ଲମରେ ୧୯୫୪ ଏପ୍ରିଲ ୫ରେ ହୋଇଥିଲା । ସେ ପ୍ରକ୍କୁଲମ ଲୋୟର ପ୍ରାଇମେରୀ ସ୍କୁଲରୁ ଏବଂ ପ୍ରକ୍କୁଲମ ଏନଏସଏସ ହାଇସ୍କୁଲରୁ ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ଏହା ପରେ ସେ କେରଳ ଷ୍ଟୁଡେଣ୍ଟ୍ସ ଫେଡେରେସନରୁ ରାଜନୀତିରେ ଏଣ୍ଟ୍ରି କରିଥିଲେ । ବେବୀଙ୍କ ଶିକ୍ଷା ଏବଂ ରାଜନୀତିରେ ଲମ୍ବା ପୃଷ୍ଠଭୂମି ତାଙ୍କୁ ଏହି ପଦବୀ ପାଇଁ ଚୟନ କରାଯାଇଛି ।

ତେବେ ବେବୀଙ୍କୁ ଏଭଳି ସମୟରେ ମହାସଚିବ ନିଯୁକ୍ତ କରାଯାଇଛି, ଯେତେବେଳେ ସିପିଆଇଏମ ଅନେକ ଚାଲେଞ୍ଜ ଦେଇ ଗତି କରୁଛି। ଏମିତିରେ ତାଙ୍କ ନେତୃତ୍ବରେ ପାର୍ଟିକୁ ନୂଆ ଦିଗ ମିଳିବା ନେଇ ଆଶା କରାଯାଉଛି। ବେବୀଙ୍କୁ ନିଯୁକ୍ତି ସହ ସିପିଆଇଏମ ଏହାର ନୂଆ କେନ୍ଦ୍ରୀୟ ସମିତିର ଗଠନ କରିଛି। ଯେଉଁଥିରେ ୮୫ ସଦସ୍ୟ ସାମିଲ ଅଛନ୍ତି । ଏହି ସମିତିରେ ୨୦% ମହିଳା ସାମିଲ ଅଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.