ଚେନ୍ନାଇ ୨୮।୬: ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ବିଚାର ବିଭାଗୀୟ ହାଜତ ମିଆଦ ବଢିଛି। ଚେନ୍ନାଇ ସେସନସ୍ କୋର୍ଟଙ୍କ ମୁଖ୍ୟ ବିଚାରପତି ଏସ୍. ଅଲ୍ଲୀ ମନ୍ତ୍ରୀଙ୍କ ବିଚାରବିଭାଗୀୟ ହାଜତ ମିଆଦ ଜୁଲାଇ ୧୨ ପର୍ଯ୍ୟନ୍ତ ବଢେଇବାକୁ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରୀ ବାଲାଜୀ ଏବେ କାବେରୀ ହସ୍ପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। କୋର୍ଟରେ ତାଙ୍କୁ ଭିଡିଓ କନଫରେନସିଂ ମାଧ୍ୟମରେ ହାଜର କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାଲାଜୀଙ୍କୁ ନଗଦ ବଦଳେ ଚାକିରୀ ମାମଲାରେ ଜୁନ ୧୪ ତାରିଖ ଦିନ ଗିରଫ କରିଥିଲା।
{"id":809821,"sizeSlug":"full","linkDestination":"none"}ତେବେ ସେ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବାରୁ ତାଙ୍କୁ ଚେନ୍ନାଇ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଜୁନ ୧୫ ତାରିଖ ଦିନ ମାଡ୍ରାସ୍ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ବାଲାଜୀଙ୍କୁ ଘରୋଇ ହସ୍ପିଟାଲକୁ ସିଫ୍ଟ କରାଯାଇଛି। ଏହା ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ ଦାୟର କରାଯାଇଥିଲା। ହେଲେ ହାଇକୋର୍ଟଙ୍କ ମାମଲାରେ ଦଖଲ ଦେବା ପାଇଁ ସୁପ୍ରିମକୋର୍ଟ ମନା କରିଦେଇଥିଲେ। ଏହା ପୂର୍ବରୁ ବାଲାଜୀଙ୍କ ପତ୍ନୀ ମାଡ୍ରାସ ଉଚ୍ଚ ନ୍ୟାୟାଳୟରେ ହେବିୟସ କର୍ପସ୍ ପିଟିସନ ଦାଖଲ କରିଥିଲେ। ଆବେଦନ ଉପରେ ମଙ୍ଗଳବାର ମାଡ୍ରାସ ହାଇକୋର୍ଟରେ ଶୁଣାଣି ହୋଇଛି।
{"id":809822,"sizeSlug":"full","linkDestination":"none"}ଏହି ଆବେଦନର ଶୁଣାଣିରେ ଇଡିଙ୍କ ପକ୍ଷରୁ କୋର୍ଟରେ ହାଜର ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ହେବିୟସ କର୍ପସ ପିଟିସନକୁ ଶୁଣାଣିଯୋଗ୍ୟ ନୁହେଁ ବୋଲି କହିଥିଲେ। ସେ କହିଥିଲେ ଯେ ସିଆରପିସିରେ ଏପରି କୌଣସି ବ୍ୟବସ୍ଥା ନାହିଁ ଯେଉଁଥିରେ ଗିରଫ ଆଧାରକୁ ଲିଖିତ ଭାବେ କମ୍ କରାଯାଇ ପାରିବ। ତେବେ ବାଲାଜୀଙ୍କ ପତ୍ନୀ ଆଫିଡେଭିଟ୍ ଦାଖଲ କରି ରାଜ୍ୟ ବିଜେପି ସଭାପତିଙ୍କ ବିରୋଧରେ ଷଡ଼ଯନ୍ତ୍ରର ଅଭିଯୋଗ ଆଣିଥିଲେ। ହେଲେ ତୁଷାର ମେହେଟ୍ଟା ପିଏମଏଲଏର ଧାରା ୧୯ରେ ବ୍ୟକ୍ତିକୁ ସନ୍ଦେହରେ ଗିରଫ କରିବା ଲାଗି ଇଡିଙ୍କ ଅଧିକାର ଥିବା କହିଥିଲେ। ତେବେ ବାଲାଜୀଙ୍କ ଗିରଫଦାରୀର କାରଣ ସମ୍ପର୍କରେ ଖୁବ୍ ଶୀଘ୍ର ଜଣାଇ ଦିଆଯିବ ବୋଲି ମେହେଟ୍ଟା କୋର୍ଟଙ୍କୁ କହିଛନ୍ତି।
କର୍ଣ୍ଣାଟକରେ ବିପିଏଲ ପରିବାରଙ୍କୁ ମାଗଣା ଚାଉଳ ବଦଳେ ଏଣିକି ମିଳିବ ପଇସା, ଜାଣନ୍ତୁ କେବେଠୁ?