ନୂଆଦିଲ୍ଲୀ: ଜାନୁଆରୀ ୨୦ ତାରିଖ ଅର୍ଥାତ୍ ସୋମବାର ଶପଥ ନେବେ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆମେରିକାର ୪୭ତମ ରାଷ୍ଟ୍ରପତି ହେବେ । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ମାତ୍ର ଭୀଷଣ ଥଣ୍ଡା ପାଇଁ ଆମେରିକା କ୍ୟାପିଟଲ୍ ବାହାରେ ବଦଳରେ ଭିତରେ ହେବ ଶପଥ ସମାରୋହ । ଏହାକୁ ଆମେରିକା ଇତିହାସରେ ସବୁଠୁ ଥଣ୍ଡା ଶପଥ ଗ୍ରହଣ ଉତ୍ସବ ବୋଲି କୁହାଯାଉଛି ।
ଏନେଇ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆ ପୋଷ୍ଟ କରି କହିଛନ୍ତି, ଶପଥ ସମାରୋହ ବେଳେ ଓ୍ବାଂଶିଟନ ଡି.ସିର ତାପମାତ୍ରା ନିମ୍ନ ସ୍ତରକୁ ଯାଇପାରେ । ଦେଶରେ ଅର୍କଟିକ୍ ତୋଫାନ ଏବେ ଚାଲୁଛି । ପାଗ ଖରାପ ରହିବ ବୋଲି ଆମେରିକୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପ୍ରବଳ ଥଣ୍ଡା ଯୋଗୁଁ କୌଣସି ଲୋକ ପ୍ରଭାବିତ ନହୁଅନ୍ତୁ, ତେଣୁ ପ୍ରାର୍ଥନା ସଭା ଏବଂ ଅନ୍ୟ ଘୋଷଣାକୁ ୟୁନାଇଟେଡ୍ ଷ୍ଟେଟ୍ କ୍ୟାପିଟଲରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଟ୍ରମ୍ପ ସୋସିଆଲ୍ ମିଡିଆରେ ପ୍ରକାଶ କରିଛନ୍ତି ।
ଏହା ପୂର୍ବ ସରକାରଙ୍କ ଶପଥ ଗ୍ରହଣ ସମାରୋହକୁ କ୍ୟାପିଟଲ୍ ହାଉସ୍ ଭିତିରେ ଆୟୋଜନ କରାଯାଇଥିଲା । ୧୯୮୫ରେ ପୂର୍ବତନ ରିପବ୍ଲିକାନା ରାଷ୍ଟ୍ରପତି ରୋନାଲ୍ଡ ରିଗନ ପାଇଁ ମଧ୍ୟ ଦ୍ବିତୀୟ ଶପଥ ଗ୍ରହଣ ଉତ୍ସବ ହୋଇଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଉତ୍ସବ କ୍ୟାପିଟଲ୍ ଓ୍ବାନ ଏରିନା ଓ୍ବାଂଶିଟନ ସହରର ଏକ ଖେଳ ପଡ଼ିଆରେ ଆୟୋଜନ ହୋଇଥିଲା । ଏଥିରେ ସର୍ବାଧିକ ୨୦ ହଜାର ଲୋକ ବସିପାରିବେ । ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଆମେରିକାର ପୂର୍ବତନ ପ୍ରଥମ ମହିଳା ମେଚେଲ୍ ଓବାମା ସାମିଲ୍ ହେବେ ନାହିଁ ବୋଲି ସୂଚନା ରହିଛି ।