ଗାଁରେ ତାତିଲେ ମହିଳା ଗୋଷ୍ଠୀ, ଭାଙ୍ଗିଲେ ବେଆଇନ ମଦ ଭାଟି

Published By : Prameya-News7 Bureau | September 01, 2024 IST

ଭୋଗରାଇ ୧।୯: ତାତିଲେ ମହିଳା ଗୋଷ୍ଠୀ । ବେଆଇନ ମଦ ଭାଟି ଉପରେ କଲେ ଚଢାଉ । ବେଆଇନ ମଦ ଭାଟି ଭାଙ୍ଗିବା ସହ ବିପୁଳ ପରିମାଣର  ଦେଶୀ ଓ ବିଦେଶୀ ମଦ ବିକ୍ରି ସାମଗ୍ରୀ ଓ କିଛି ଟଙ୍କା  ଜବତ କରିଛନ୍ତି ମହିଳା ଗୋଷ୍ଠୀ । ଘଟଣାସ୍ଥଳରେ ଭୋଗରାଇ ପୋଲିସ ପହଞ୍ଚି ମହିଳାଙ୍କୁ ଗିରଫ କରିଛି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କାଁଥିଭଉଁରୀ ପଞ୍ଚାୟତର ବିଚିତ୍ରପୁର ଗ୍ରାମରେ ।

ଗାଁର ଶିବା ଜେନାଙ୍କ ସ୍ତ୍ରୀ ଦୀର୍ଘ ବର୍ଷ ହେବ ଗାଁରେ ଚୋରା ମଦ ବ୍ୟବସାୟ କରୁଥିଲେ । ଗାଁର ପିଲା ଠୁ ବୟସ୍କ ସମସ୍ତେ ଚୋରା ମଦ ପିଇ ନିଶାସକ୍ତ ଅବସ୍ଥାରେ ନାନା ଅସାମାଜିକ କାର୍ଯ୍ୟ କରୁଥିବା ନଜିର ମଧ୍ୟ ରହିଛି ।   ପୂର୍ବରୁ ଅବକାରୀ ପୋଲିସ ତାଙ୍କୁ ଗିରଫ କରିଥିଲେ ମଧ୍ଯ ଜାମିନରେ ଆସି ସେହି କାରବାର ଚଳାଇଥିଲେ । ସମ୍ପ୍ରତି ପରିସ୍ଥିତିକୁ ଲକ୍ଷ୍ୟକରି ଗାଁର ଜୟ ହନୁମାନ, ମା’ ତାରିଣୀ, ବୃନ୍ଦାବତୀ, ସରସ୍ବତୀ ଆଦି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ମଦ ଭାଟି ଭାଙ୍ଗିଥିବା ଦେଖିବାକୁ ମିଳିଛି ।

You Can Read:

ଅବକାରୀ ବିଭାଗ ପଞ୍ଝାରେ ବ୍ରାଉନସୁଗାର ବେପାରୀ, ଜଣେ ଯୁବତୀଙ୍କ ସମେତ ୩ ଗିରଫ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.