୨୦୧୯ ବିଶ୍ୱକପ୍‌ : ‘ଅଷ୍ଟ୍ରେଲିଆ ବିପକ୍ଷ ସେଞ୍ଚୁରୀ ମୋ ପାଇଁ ଖାସ୍‌, ଏହି ମ୍ୟାଚ୍‌ରେ ମୋ ହାତ ଭାଙ୍ଗିଥିଲା’ - ଶିଖର ଧାଓ୍ୱାନ୍‌

Published By : Prameya-News7 Bureau | June 28, 2023 IST

ମୁମ୍ବାଇ ୨୮।୦୬ : ଶିଖର କହିଲେ ମନର କଥା । ୨୦୧୯ ବିଶ୍ୱକପ୍‌ ମୋ ପାଇଁ ଥିଲା ସ୍ପେଶାଲ । ଖାସ୍‌ କରି ଅଷ୍ଟ୍ରେଲିଆ ବିପକ୍ଷରେ ମାରିଥିବା ଶତକ ମୋ ପାଇଁ ବହୁତ ପ୍ରେରଣଦାୟୀ ।

ପାଖେଇ ଆସୁଛି ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ । କ୍ରିକେଟ୍‌ର ଏହି ମହାକୁମ୍ଭକୁ ଆଉ ୧୦୦ ଦିନ ବାକି ରହିଛି । ଚଳିତ ବିଶ୍ୱକପ୍‌ର ଆୟୋଜକ ରହିଛି ଭାରତ । ଗତ ବିଶ୍ୱକପ୍‌ରେ ସେମିଫାଇନାଲ୍‌ରେ ଭାରତ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଥିଲା । ଯାହାଫଳରେ କି ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଥିଲା । ୨୦୧୯ ବିଶ୍ୱକପ୍‌ର କିଛି ହୃହୟସ୍ପର୍ଶୀ କଥା କହିଛନ୍ତି ଶିଖର ଧାଓ୍ୱାନ ।

wp:embed {"url":"https://www.prameyanews7.com/odi-cricket-world-cup-winners-list/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odi-cricket-world-cup-winners-list/
/wp:embed

ସେ କହିଛନ୍ତି ଯେ, ବିଶ୍ୱକପ୍‌ରେ ଟିମ୍‌ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ମୋ ପାଇଁ ୨୦୧୯ରେ ଅଷ୍ଟ୍ରେଲିଆ ବିପକ୍ଷ ଶତକ ବହୁତ ଖାସ୍‌ ଥିଲା । କାହିଁକି ସେହି ମ୍ୟାଚ୍‌ରେ ମୋ ହାତ ଭାଙ୍ଗିଯାଇଥିଲା । ମୁଁ ମାତ୍ର ୨୫ ରନ୍‌ କରିଥିବା ବେଳେ ମୋ ହାତରେ ଆଘାତ ଲାଗିଥିଲା । ଯାହାଫଳରେ କି ମୋ ହାତ ଭାଙ୍ଗିଯାଇଥିଲା । ତାପରେ ବି ମୁଁ ଖେଳିଚାଲିଥିଲି । ଶେଷରେ ଶତକ ହାସଲ କରିଥିଲା । ଯାହା ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇ ରହିବ ।

ସୂଚନାଯୋଗ୍ୟ ଯେ, ୨୦୧୯ ଦିନିକିଆ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲରୁ ବିଦା ହୋଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୨୩୯ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଭାରତ ଚେସ୍‌ କରିବାକୁ ପଡିଆକୁ ଓହ୍ଲାଇଥିଲା । କିନ୍ତୁ ଟାର୍ଗେଟ ହାସଲ୍‌ କରିବାରେ ବିଫଳ ହୋଇଥିଲା । ୪୯.୩ ଓଭରରେ ପୁରା ଟିମ୍‌ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଯାହାଫଳରେ ନ୍ୟୁଜିଲାଣ୍ଡ ଟିମ୍‌ ୧୮ ରନ୍‌ରେ ସେମିଫାଇନାଲ୍‌ ମ୍ୟାଚ୍‌ ବିଜୟୀ ହୋଇଥିଲା ।

wp:embed {"url":"https://www.prameyanews7.com/odi-world-cup-2023-schedule/","type":"wp-embed","providerNameSlug":"prameya-news-7"}
https://www.prameyanews7.com/odi-world-cup-2023-schedule/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.