କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ଆଶ୍ୱସ୍ତି, ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା

Published By : Prameya-News7 Bureau | August 01, 2023 IST

କଟକ ୦୧।୦୮: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କୁ ମିଳିଲା ଆଶ୍ୱସ୍ତି। ହାଇକୋର୍ଟରୁ ମିଳିଲା ଅନ୍ତରୀଣ ସୁରକ୍ଷା। ନିର୍ଦ୍ଧାରିତ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ। ଏହାସହିତ ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପଟେ ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ ନିର୍ଦ୍ଦେଶ। ଅଗଷ୍ଟ ୨୫ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।  ଆଗୁଆ ଜାମିନ ପାଇଁ ହାଇକୋର୍ଟରେ କରିଥିଲେ ଆବେଦନ। ଆଉ ଏବେ ଏହି ମାମଲାରେ ଶୁଣାଣି କରି ସୌରୀନ ଭଟ୍ଟଙ୍କୁ ମିଳିଛି ଆଶ୍ୱସ୍ତି

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ କଟକର ଜଣେ ଯୁବତୀ ମହିଳା ଥାନାକୁ ଆସି କଣ୍ଠଶିଳ୍ପୀ ସୌରୀନ୍‌ ଭଟ୍ଟଙ୍କ ବିରୋଧରେ ଆଣିଥିଲେ ସଂଗୀନ ଅଭିଯୋଗ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ସେ ଅଭିଯୋଗ କରିଥିଲେ ଅଭିଯୋଗକାରିଣୀ । ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ଯୁବତୀଙ୍କ ୧୬୪ରେ ଷ୍ଟେଟମେଣ୍ଟ ରେକର୍ଡ କରାଯାଇଥିଲା । ସୌରିନ ଭଟ୍ଟଙ୍କ ନାମରେ କଟକ ମହିଳା ଥାନାରେ ଅଭିଯୋଗ କରିଥିଲେ ଜଗତପୁର ଅଞ୍ଚଳର ଜଣେ ଯୁବତୀ । ଦୀର୍ଘ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିବା ପରେ ପ୍ରତାରଣା ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ।

wp:embed {"url":"https://www.prameyanews7.com/broad-seals-england-win-in-fifth-test-against-australia-to-draw-ashes-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/broad-seals-england-win-in-fifth-test-against-australia-to-draw-ashes-series/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.