ନୂଆଦିଲ୍ଲୀ ୦୭/୧୧: ଯଦି ଆପଣ ଉଦାସୀନତାକୁ ଦୂର କରିବାକୁ ଚାହୁଁଛନ୍ତି, ତେବେ ବିବାହ କରନ୍ତୁ । କିନ୍ତୁ ଗୋଟିଏ ଅଧ୍ୟୟନରୁ ଜଣାପଡିଛି ଯେ ବିବାହିତ ବ୍ୟକ୍ତିଙ୍କ ତୁଳନାରେ ଅବିବାହିତ ବ୍ୟକ୍ତିମାନେ ପ୍ରାୟ ୮୦ ପ୍ରତିଶତ ଅଧିକ ଡିପ୍ରେସନର ଶିକାର । ଖାସ କରି ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଡିପ୍ରେସନର ଶିକାର ହେଉଛନ୍ତି । ଖାସ୍ କରି ସେଇମାନେ ଯେଉଁମାନେ ଅଧିକ ଶିକ୍ଷିତ ଥାନ୍ତି । ଅଧ୍ୟୟନରୁ ଏସବୁ ଜାଣିବାକୁ ଚେଷ୍ଟା କରିଛନ୍ତି ବିଶେଷଜ୍ଞ ।
ବିଶ୍ୱାସ କରାଯାଏ କି, ବିବାହିତ ଲୋକମାନଙ୍କ ମଧ୍ୟରେ ଉଦାସୀନତାର ହାର କମ୍ ରହିଛି । ପରସ୍ପର ସହ ଏକାଠି ରହିବା ଫଳରେ ସକାରାତ୍ମକ ଭାବନା ବଢିଥାଏ । ୭ଟି ଦେଶର ୧ ଲକ୍ଷରୁ ଅଧିକ ଲୋକଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏଥିରେ କେବଳ ୟୁ.କେର ୭ ହଜାର ଲୋକ ସାମଲ ହୋଇଥିଲେ । ବିଷେଷଜ୍ଞମାନେ ୟୁ.କେରେ ୨୦୦୭ର ଆଡଲ୍ଟ ସାଇକ୍ରେଟ୍ରିକ୍ ମୋର୍ବିଡିଟି ସର୍ଭେ (APMS) କୁ ମଧ୍ୟ ଧ୍ୟାନରେ ରଖି ସର୍ଭେ କରିଥିଲେ । ଯେଉଁଥିରେ ପ୍ରାୟ ୨୨୨% ଲୋକ ଉଦାସୀନତାର ଲକ୍ଷଣ ଥିବା ସ୍ପଷ୍ଟ ହୋଇଥିଲା ।
ସେଥିରୁ ୭୩ ଜଣ ବିବାହିତ, ୬୨ ଜଣ ଅବିବାହିତ, ୫୫ ଜଣ ଛାଡପତ୍ର କିମ୍ବା ଅଲଗା ହୋଇଥିବା ଏବଂ ୩୨ ଜଣ ବିଧବା ଥିବା ଜଣାପଡିଛି । ଚୀନ୍ର ମକାଉରେ ଥିବା ମକାଉ ପଲିଟେକ୍ନିକ୍ ୟୁନିଭରସିଟିର କେଫେଙ୍ଗ୍ ଲି ଏବଂ ତାଙ୍କ ଟିମ୍ ଲେଖିଛନ୍ତି ଯେ ଆମର କ୍ରସ୍ ଦେଶ ବିଶ୍ଳେଷଣରୁ ଜଣାପଡିଛି ଯେ ଅବିବାହିତ ବ୍ୟକ୍ତିଙ୍କ ମଧ୍ୟରେ ଉଦାସୀନତାର ଆଶଙ୍କା ଅଧିକ ହୋଇପାରେ ।
ଅଧ୍ୟୟନରେ ଆମେରିକା, ମେକ୍ସିକୋ, ଆୟରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ଚୀନ ଏବଂ ଇଣ୍ଡୋନେସିଆର ୪ ରୁ ୧୮ ବର୍ଷ ଲୋକଙ୍କୁ ନେଇ ସର୍ଭେ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଜଣାପଡିଥିଲା କି, ଅବିବାହିତ ଲୋକଙ୍କ ମଧ୍ୟରେ ଉଦାସୀନ ଲକ୍ଷଣରେ ପୀଡିତ ହେବାର ଆଶଙ୍କା ୭୯ ପ୍ରତିଶତ ଅଧିକ ଥିଲା । ଛାଡପତ୍ର ହୋଇଥିବା କିମ୍ବା ଅଲଗା ହୋଇଥିବା ଲୋକଙ୍କ ମଧ୍ୟରେ ଏହି ବିପଦ ୯୯ ପ୍ରତିଶତ ଅଧିକ ଥିଲା ।
ଜୀବନସାଥୀଙ୍କୁ ହରାଇଥିବା ବା ଅଲଗା ହୋଇଥିବା ଲୋକଙ୍କ ମଧ୍ୟରେ ୯୯ ପ୍ରତିଶତ ଅଧିକ ଥିଲା । ଯେଉଁମାନେ ନିଜ ଜୀବନସାଥୀଙ୍କୁ ହରାଇଥିଲେ, ସେମାନଙ୍କ ମଧ୍ୟରେ ବିବାହିତଙ୍କ ତୁଳନାରେ ଡିପ୍ରେସନ ହେବାର ଆଶଙ୍କା ୬୪ ପ୍ରତିଶତ ଅଧିକ ଥିଲା । ଅଧ୍ୟୟନ ଅନୁଯାୟୀ, ପାଶ୍ଚାତ୍ୟ ଦେଶମାନଙ୍କରେ ଅବିବାହିତ ଲୋକଙ୍କର ପୂର୍ବ ଦେଶ ତୁଳନାରେ ଅବସାଦ ହେବାର ଆଶଙ୍କା ଅଧିକ ଥିଲା। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ, ବିଶ୍ୱରେ ପ୍ରାୟ ୨୮୦ ନିୟୁତ ଲୋକ ଉଦାସୀନତାର ଶିକାର ହେଉଛନ୍ତି।