୯୨ ବର୍ଷୀୟ ବୃଦ୍ଧଙ୍କୁ ୨୭୨ ଥର କାମୁଡିଲାଣି ସାପ, ତାଙ୍କ ଉପରେ ହେଉନି ସାପ ବିଷର କୌଣସି ପ୍ରଭାବ…

Published By : Prameya-News7 Bureau | July 17, 2024 IST

ନୂଆଦିଲ୍ଲୀ ୧୭।୦୭: ୯୨ ବର୍ଷୀୟ ବୃଦ୍ଧ । ୨୭୨ ଥର କାମୁଡିଲାଣି ସାପ । କିନ୍ତୁ ଜୀବିତ ଅଛନ୍ତି ବ୍ୟକ୍ତି । ତାଙ୍କ ଉପରେ ହେଉନି ସାପ ବିଷର ପ୍ରଭାବ । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏପରି କିଛି ଦାବି କରିଛନ୍ତି ୯୨ ବର୍ଷୀୟ ଅମର ସିଂ । ତାଙ୍କର କହିବା କଥା ହେଉଛି ସାପ ବିଷ ତାଙ୍କୁ କାଟୁ କରେନି । କାରଣ ସେ ଲୁଣ ଖାଆନ୍ତିନି ।   

ମଣିଷ ସାପକୁ ଭୟ କରେ । କାରଣ ଏଥିରେ ବିଷ ଥାଏ । ମଣିଷଙ୍କୁ ଜଣା କି ଯଦି କୌଣସି ବିଷଧର ସାପ ସେମାନଙ୍କୁ କାମୁଡେ ତେବେ ସେମାନଙ୍କ ଜୀବନ ବିପଦରେ ପଡିଯିବ । କିନ୍ତୁ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନଙ୍କ ଉପରେ ସାପ ବିଷର କୌଣସି ପ୍ରଭାବ ହୋଇନଥାଏ । ଇତିହାସରେ ଏପରି କିଛି କଥା ଶୁଣିଥିବେ ନିଶ୍ଚିତ । କେବଳ ଇତିହାସରେ ନୁହେଁ ବରଂ ବର୍ତ୍ତମାନ ସମୟରେ ମଧ୍ୟ ଏପରି ଜଣେ ବ୍ୟକ୍ତି ଅଛନ୍ତି । ଏହି ବ୍ୟକ୍ତିଙ୍କୁ ୯୨ ବର୍ଷ ହେଲାଣି । ତାଙ୍କୁ ପିଲା ଦିନରୁ ଏବେ ଯାଏଁ ୨୭୨ଥର କାମୁଡି ସାରିଛି ସାପ । କିନ୍ତୁ ତାଙ୍କର କିଛି ଅସୁବିଧା ହୋଇନି ।  

ବ୍ୟକ୍ତି ଜଣକ ହେଉଛନ୍ତି ହିମାଚଳ ପ୍ରଦେଶର ଅମର ସିଂ। ୨୦୦୩ରେ ଏହି କଥା ସାମ୍ନାକୁ ଆସିଥିଲା । ସେତେବେଳେ ୯୨ ବର୍ଷିୟ ଅମର ସିଂ ଦାବି କରିଥିଲେ ଯେ ତାଙ୍କୁ ପିଲାଦିନରୁ ୨୭୨ ଥର ସାପ କାମୁଡ଼ିଥିଲେ । କିନ୍ତୁ ସାପର ବିଷ ତାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନଥିଲା।

ସେହି ସମୟରେ ଗଣମାଧ୍ୟମକୁ ଅମର ସିଂ କହିଥିଲେ ଯେ ସାପ ବିଷ ତାଙ୍କୁ ପ୍ରଭାବିତ କରେନି, କାରଣ ସେ ଆରମ୍ଭରୁ ଲୁଣ ଖାଉ ନାହାଁନ୍ତି । ସେ ବିଶ୍ୱାସ କରୁଥିଲେ ଯେ ଯଦି ଆପଣ ଲୁଣ ନ ଖାଆନ୍ତି ତେବେ ସାପର ବିଷ ଆପଣଙ୍କ ଉପରେ କୌଣସି ପ୍ରଭାବ ପକାଇବନି । କିନ୍ତୁ ଏକଥାକୁ ବିଜ୍ଞାନ ଗ୍ରହଣ କରିନଥାଏ । 

ବିଜ୍ଞାନ ବିଶ୍ବାସ କରେ ଯେ ଯଦି ଏକ ବିଷାକ୍ତ ସାପ କାମୁଡ଼େ, ତେବେ ଏହା ନିଶ୍ଚିତ ଯେ ବିଷ ଆପଣଙ୍କୁ ପ୍ରଭାବିତ କରିବ। ଏହା ନିଶ୍ଚିତ ଭାବରେ ସମ୍ଭବ ଯେ ଏହି ବିଷର ପ୍ରଭାବ କିଛି ବ୍ୟକ୍ତିଙ୍କ ଉପରେ ଅଧିକ ହୋଇପାରେ ଏବଂ କିଛି ବ୍ୟକ୍ତିଙ୍କ ଉପରେ ଏହାର ପ୍ରଭାବ କମ୍ ହୋଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.