ଖାଇବା ବେଳେ ମାଛ ତରକାରୀ ହେଇନି ବୋଲି ପଚାରିଲା ପୁଅ, ଟଙ୍କା ନାହିଁ କେଉଁଠୁ ଆଣିବି କହିବାରୁ ତଣ୍ଟି ଚିପି କଲା ହତ୍ୟା

Published By : Prameya-News7 Bureau | July 17, 2024 IST

ସୋର ୧୭: ମା’ର ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ପୁଅ l ପୁଅକୁ ଅଟକ ରଖିଛି ପୋଲିସ । ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚପଡା ପଞ୍ଚାୟତ ତାଳପଦା ଗ୍ରାମର ବାସନ୍ତି ମହାନ୍ତିଙ୍କ ବଡ଼ ପୁଅ ଅରୁଣ ମହାନ୍ତି ସବୁଦିନ ମଦ୍ୟପାନ କରି ବିଳମ୍ବିତ ରାତିରେ ଘରକୁ ଫେରନ୍ତି । ମା’, ସ୍ତ୍ରୀ, ପିଲା ମାନଙ୍କୁ ମାରଧର କରନ୍ତି l ମଙ୍ଗଳବାର ବିଳମ୍ବିତ ରାତିରେ ଅରୁଣ ମଦ ପିଇ ଘରକୁ ଆସି ମା’ ବାସନ୍ତିଙ୍କୁ ଖାଇବା ପାଇଁ ମାଗିଥିଲେ l ମା’ ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ l ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା’ କହିବାରୁ ଏଥିରେ ପୁଅ ରାଗିଯାଇ ମା’କୁ ମାରଧର କରିବା ସହିତ ତଣ୍ଟି ଚିପି ଦେଇଥିଲା l ଏହା ଦେଖି ଅରୁଣଙ୍କ ସ୍ତ୍ରୀ କବିତା ଆସି ଛଡେଇବାକୁ ଆସିଥିଲା ବେଳେ ତାଙ୍କୁ ମଧ୍ୟ ମାରଧର କରିଥିଲେ l ତଣ୍ଟି ଚିପିବା ପରେ ମା’ ଅଚେତ ହୋଇ ତଳେ ପଡିଯାଇଥିଲେ l ସ୍ଥାନୀୟ ଲୋକ ମାନେ ଉଦ୍ଧାର କରିବା ପରେ ମେଡିକାଲ ନେଇଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ବୋହୂ କବିତା ସିମୁଳିଆ ଥାନାରେ ହତ୍ୟା ଅଭିଯୋଗ ପରେ ସିମୁଳିଆ ପୋଲିସ ପୁଅ ଅରୁଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l 

You Can Read:

ମହାପ୍ରଭୁଙ୍କୁ ରୁପା ଶ୍ରୀପୟର ଦାନ କଲେ ନୀଳଗିରି ବିଧାୟକ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.