ନେପାଳରେ ଭୂସ୍ଖଳନ ଓ ବର୍ଷା ବିତ୍ପାତ; ୫ଜଣ ମୃତ, ୨୮ରୁ ଅଧିକ ନିଖୋଜ

Published By : Prameya-News7 Bureau | June 19, 2023 IST

କାଠମାଣ୍ଡୁ: ନେପାଳରେ ବର୍ଷା ବିତ୍ପାତ । ଲଗାଣ ବର୍ଷା ଯୋଗୁ  ଦେଶର ପୂର୍ବ ପ୍ରାନ୍ତରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସେହିପରି ବିଭିନ୍ନ ସ୍ଥାନରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଛି । ପ୍ରାଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ପୂର୍ବ ନେପାଳରେ ବନ୍ୟା ଓ ଭୂସ୍ଖଳନ ଯୋଗୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି ।

wp:embed {"url":"https://www.prameyanews7.com/lucknow-up-and-bihar-weather-heatwave-corona-lockdown-heat-stroke/","type":"wp-embed","providerNameSlug":"prameya-news-7"}
https://www.prameyanews7.com/lucknow-up-and-bihar-weather-heatwave-corona-lockdown-heat-stroke/
/wp:embed

କାଶି ପ୍ରାନ୍ତରେ ଶନିବାର ୪ ଜିଲ୍ଲାରେ ସଂଧ୍ୟା ସୁଧା ୫ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ ରିପୋର୍ଟ ହୋଇଛି । କାଶି ପ୍ରାନ୍ତରେ ମୌସୁମୀ ପାଇଁ ପ୍ରବଳ ବର୍ଷା ହୋଇଛି । ଲଗାଣ ବର୍ଷା ଯୋଗୁ ଅଧିକାଂଶ ଜିଲ୍ଲାରେ ନଦୀ ଗୁଡ଼ିକ ଫୁଲିଛି। ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ଗାଁ ଜଳମଗ୍ନ ହୋଇଛି । ଜତୀୟ ଜରୁରୀକାଳୀନ ସଂସ୍ଥା ଲୋକଙ୍କୁ ଉଦ୍ଧାର କରିବାରେ ଲାଗିପଡ଼ିଛନ୍ତି ।

wp:embed {"url":"https://www.prameyanews7.com/assam-flood-situation-remains-grim-rivers-flowing-above-danger-mark/","type":"wp-embed","providerNameSlug":"prameya-news-7"}
https://www.prameyanews7.com/assam-flood-situation-remains-grim-rivers-flowing-above-danger-mark/
/wp:embed

ପୋଲିସ ରିପୋର୍ଟ ମୁତାବକ, ପଞ୍ଚଥରରେ ୨ଜଣଙ୍କ ମୃତ୍ୟୁ ହୋଇଛି, ସେହିପରି ତାପ୍ଲେଜଙ୍ଗ, ଶଙ୍ଖୁବାସଭା ଏବଂ ଧାନୁକ୍ତାରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି। ଶଙ୍ଖୁବାସଭା ପ୍ରାୟ ୨୧ଜଣ, ପଞ୍ଚଥରରେ ୪ଜଣ, ତାପ୍ଲେଜଙ୍ଗରେ ୩ଜଣ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ରେସକ୍ୟୁ ଟିମ୍ ଉଦ୍ଧାର କରିବା ପାଇଁ ଖୋଜାଖୋଜି ଆରମ୍ଭ କରିଛି ।

ଗତ ସପ୍ତହରେ ପ୍ରାକ୍ ମୌସୁମୀ ବର୍ଷା ନେପାଳରେ ଆରମ୍ଭ ହୋଇଛି। ଏହା ସାତ ଦିନ ମଧ୍ୟରେ ପୁରା ଦେଶରେ ପ୍ରବେଶ କରିଛି । ଫଳରେ ପ୍ରବଳ ବର୍ଷା ଯୋଗୁ ଦେଶରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନ ଜଳମଗ୍ନ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.