‘୨୦୧୯ ତୁଳନାରେ ୨୩ ଗୁଣ ବଢିଛି ସମ୍ପତ୍ତି’, ADRର ଏଭଳି ରିପୋର୍ଟକୁ ଖଣ୍ଡନ କଲେ ସୌଭିକ

Published By : Prameya-News7 Bureau | June 02, 2024 IST

କଟକ ୨।୬: ADR ରିପୋର୍ଟକୁ ନେଇ ତେଜିଲା ବିବାଦ । ନିକଟରେ ADR ରାଜ୍ୟର ବିଧାୟକ ଓ ସାଂସଦ ପ୍ରାର୍ଥୀମାନଙ୍କର ସମ୍ପତ୍ତିକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲା । ଏଡିଆର ସଂସ୍ଥା ଦ୍ୱାରା ସମ୍ପତ୍ତି ସମ୍ପର୍କିତ ରିପୋର୍ଟକୁ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ ଖଣ୍ଡନ କରିଛନ୍ତି । ସୌଭିକଙ୍କ ସମ୍ପତ୍ତି ୨୦୧୯ ତୁଳନାରେ ୨୩ ଗୁଣ ବଢିଥିବା ଏଡିଆର ସଂସ୍ଥା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲା । 

ତେବେ ଏହି ରିପୋର୍ଟକୁ ଖଣ୍ଡନ କରିଛନ୍ତ ଚୌଦ୍ବାର କଟକ ବିଧାୟକ ସୌଭିକ ବିଶ୍ବାଳ । ସୌଭିକଙ୍କ କହିବା ଅନୁସାରେ, ତାଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଯାହାବି ବଢିଛି, ତାହା ଜମି ଓ ସୁନାର ମୂଲ୍ୟ ବୃଦ୍ଧି ଯୋଗୁଁ ହୋଇଛି । ୨୦୧୯ରେ ସୌଭିକ ସତ୍ୟପାଠରେ ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୨୦ ଲକ୍ଷ ୬୮ ହଜାର ୮ ଶହ ଟଙ୍କା ଦର୍ଶାଇଥିବା ବେଳେ ୨୦୨୪ ସତ୍ୟପାଠ ଅନୁସାରେ ସେହି ସମ୍ପତ୍ତିର ମୂଲ୍ୟ ୫୨ ଲକ୍ଷ ୬୩ ହଜାର ୬ ଶହ ୬୮ ଟଙ୍କା ଦର୍ଶାଇଥିବା ସୌଭିକ କହିଛନ୍ତି । 

ସେହିପରି ୨୦୨୨ ମସିହା ଜୁଲାଇ ୧ ତାରିଖରେ ନିଜ ପୈତୃକ ଘରର ତୃତୀୟ ମହଲା ନିର୍ମାଣ ପାଇଁ ସେ ୧ କୋଟି ୧୫ ଲକ୍ଷ ଟଙ୍କା ଋଣରେ ଆଣିଥିବା ଏଡିଆର ନିଜ ରିପୋର୍ଟରେ ଦର୍ଶାଇ ନଥିବା ସୌଭିକ କହିଛନ୍ତି । କଟକରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦରେ ସ୍ପଷ୍ଟୀକରଣ ଦେଇ ସୌଭିକ କହିଛନ୍ତି, ତାଙ୍କ ସମ୍ପତ୍ତି ସହ ତାଙ୍କର ବାପାଙ୍କ ସମ୍ପତ୍ତିକୁ ମିଶାଇ ଓ ଋଣ ପରିମାଣକୁ ନମିଶାଇ ଏଡିଆର ସମ୍ପୂର୍ଣ୍ଣ ଭୁଲ ଓ ଭ୍ରମାତ୍ମକ ରିପୋର୍ଟ ଗଣମାଧ୍ୟମକୁ ଦେଇଛି ।

You Can Read :

ରାଜଧାନୀରେ ସିରିଜ୍‌ ଦୁର୍ଘଟଣା, ଦୁଇଟି କାର୍‌କୁ ପଛରୁ ପିଟିଲା ବସ୍‌

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.