ଭୁବନେଶ୍ବର ୧୫।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ରାଜ୍ୟ କଂଗ୍ରେସର ଇସ୍ତାହାର ପତ୍ର ପ୍ରକାଶ ପାଇଛି । ନିର୍ବାଚନ ଇସ୍ତାହାରରେ ରାଜ୍ୟ କଂଗ୍ରେସ ୧୦ଟି ଗ୍ୟାରେଣ୍ଟି ପ୍ରଦାନ କରିଛି ଦଳ । ୧୦ଟି ଗ୍ୟାରେଣ୍ଟି ମଧ୍ୟରେ ରହିଛି,
୧.ବୋନସ୍ ସହ ଧାନର କ୍ରୟ ମୂଲ୍ୟ କ୍ବିଣ୍ଟାଲ ପ୍ରତି ୩ ହଜାର ଟଙ୍କା ।
-କୃଷି ଋଣ ଛାଡ
-କୃଷକ ପାଇଁ ମାସିକ ପେନସନ ୨ହଜାର ଟଙ୍କା
୨. ପ୍ରତ୍ୟେକ ଘରୋଇ ଉପଭୋକ୍ତାଙ୍କ ପାଇଁ ୨ଶହ ୟୁନିଟ୍ ବିଦ୍ୟୁତ ଦେୟ ଛାଡ ।
୩. ୫ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା
-ବେକାରୀ ଭତ୍ତା ମାସିକ ୩ ହଜାର ଟଙ୍କା
୪. ସମସ୍ତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଋଣ ଛାଡ
୫. ଗୃହଲକ୍ଷ୍ମୀ ଯୋଜନାରେ ପ୍ରତ୍ୟେକ ଘରର ମୁଖ୍ୟ (ମହିଳା)ଙ୍କୁ ମାସିକ ଭତ୍ତା ୨ ହଜାର ଟଙ୍କା
୬. ପ୍ରତି ପରିବାରକୁ ମାସିକ ୫ ଶହ ଟଙ୍କାରେ ଗୋଟିଏ ଗ୍ୟାସ୍ ସିଲିଣ୍ଡର
୭. ସରକାରୀ କର୍ମଚାରୀଙ୍କ ସମେତ ସମସ୍ତଙ୍କ ପାଇଁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ।
୮. ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଦିବ୍ୟାଙ୍ଗ ଭତ୍ତା ମାସିକା ୨୦୦୦ ଟଙ୍କା ।
୯. ରାଜ୍ୟରେ ଜାତିଭିତ୍ତିକି-ସାମାଜିକ ଓ ଆର୍ଥିକ ସର୍ଭେ ପୂର୍ବରୁ ତୁରନ୍ତ ଶିକ୍ଷାନୁଷ୍ଠାନ ଓ ଚାକିରି କ୍ଷେତ୍ରରେ ପଛୁଆ ବର୍ଗ ପାଇଁ ୨୭% ସଂରକ୍ଷଣ ବ୍ୟବସ୍ଥ
୧୦. ଚିଟ୍ଫଣ୍ଡ ଦ୍ବାରା ପ୍ରଭାବିତ ହୋଇଥିବା ଜମାକାରୀ ମାନଙ୍କୁ ୬ ମାସ ମଧ୍ୟରେ ଟଙ୍କା ଫେରସ୍ତ ଦିଆଯିବ ।
You Can Read :
ସିବିଆଇ ଡିଆଇଜି ହେବେ IPS ସାରା ଶର୍ମା, ତୁରନ୍ତ ଦାୟିତ୍ବ ମୁକ୍ତ କରିବାକୁ ରାଜ୍ୟ ସରକାରଙ୍କୁ ଚିଠି