ବରପଦା ଇଞ୍ଜିନିୟରିଂ କଲେଜରେ ଅଜବ ସ୍ଥିତି,୮ମାସ ହେଲା ପାଠପଢା ଠପ୍, ଆମରଣ ଅନଶନରେ ପିଲା

Published By : Prameya-News7 Bureau | March 24, 2025 IST

ଭଦ୍ରକ ୨୪/୩: ମ୍ୟାନେଜିଂ କମିଟି ଓ କର୍ମଚାରୀଙ୍କ ମଧ୍ୟରେ ତୁଟୁନି ବିବାଦ । ବାଜିରେ ଲାଗିଛି ପିଲାଙ୍କ ଭବିଷ୍ୟତ । ୮ ମାସ ହେଲା କଲେଜ ବନ୍ଦ ଯୋଗୁ ପିଲାଙ୍କ ପାଠପଢା ଠପ୍‌ ହୋଇଯାଇଛି। କଲେଜ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ । ସମସ୍ତଙ୍କୁ ଅଭିଯୋଗ କରିସାରିଛନ୍ତି ହେଲେ ପଦକ୍ଷେପ ଶୂନ । ବାଧ୍ୟ ହୋଇ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । 

ଭଦ୍ରକ ସ୍ଥିତ ବରପଦା ଇଞ୍ଜିନିୟରିଂ କଲେଜରେ ଛାତ୍ର ଅଶାନ୍ତି । ୮ମାସ ହେଲା କଲେଜ ବନ୍ଦ ପ୍ରତିବାଦରେ ଆମରଣ ଅନଶନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । କଲେଜର ଶତାଧିକ ଛାତ୍ରଛାତ୍ରୀ ଆଜି କଲେଜ ମୁଖ୍ୟ ଫାଟକ ବନ୍ଦ କରିବା ସହ ଗେଟ୍ ସମ୍ମୁଖରେ ନାରାବାଜି କରିବା ସହ ଆମରଣ ଅନଶନ ଆରମ୍ଭ କରିଛନ୍ତି । ଦୀର୍ଘ ୮ ମାସ ହେବ କଲେଜରେ ପାଠପଢା ବନ୍ଦ ଥିବା ଅଭିଯୋଗ ହୋଇଛି  ।


 ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଏବେ ଅନଲାଇନ ପାଠପଢା ଉପରେ ନିର୍ଭର କରିବାକୁ ପଡୁଥିବା କହିଛନ୍ତି ଛାତ୍ରଛାତ୍ରୀ । ତୁରନ୍ତ ଏ ଦିଗରେ ଧ୍ୟାନ ଦେବାକୁ ଦାବି କରିଛନ୍ତି ଏମାନେ । କଲେଜରେ ପାଠପଢା ନହେବା ଯାଏ ଆମରଣ ଅନଶନ ଜାରି ରହିବା ନେଇ କଡା ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଦୀର୍ଘ ମାସ ହେବ କଲେଜର ମ୍ୟାନେଜିଂ କମିଟି ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ଯୋଗୁ ଏପରି ସମସ୍ୟା ଉପୁଜିଛି । 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.