ଖୋଲିଲା ସୁଭଦ୍ରା ପୋର୍ଟାଲ୍,subhadra.odisha.gov.inରେ ମିଳିବ ସମସ୍ତ ସୂଚନା

Published By : Prameya-News7 Bureau | September 02, 2024 IST

ଭୁବନେଶ୍ବର ୨/୯: ଖୋଲିଲା ସୁଭଦ୍ରା ପୋର୍ଟାଲ୍। www.subhadra.odisha.gov.in ୱେବ ପୋର୍ଟାଲରୁ ମିଳିବ ସୁଭଦ୍ରା ଯୋଜନାର ସବୁ ତଥ୍ୟ। ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା ଏହି ପୋର୍ଟାଲର କରିଛନ୍ତି ଶୁଭାରମ୍ଭ। ମନ୍ତ୍ରୀ କହିଛନ୍ତି ହିତାଧିକାରୀଙ୍କ ଯୋଗ୍ୟତା, ସେମାନଙ୍କ ଅଧିକାର, ଆବେଦନର ପ୍ରକ୍ରିୟା, ବାରମ୍ବାର ପଚରାଯାଉଥିବା ପ୍ରଶ୍ନ ଓ ତାର ଉତ୍ତର ଏହି ପୋର୍ଟାଲରେ ଉପଲବ୍ଧ ଅଛି। ଏହି ୱେବସାଇଟରେ ସମସ୍ତ ତଥ୍ୟ ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ରହିଛି। ଏହା ସହ ଯୋଜନା ସଂପର୍କରେ ଅଧିକ ସୂଚନା ପାଇଁ ରାଜ୍ୟ ସରକାର ୧୪୬୭୮ ଟୋଲ ଫ୍ରି ନମ୍ବର ଜାରି କରିଛନ୍ତି। ଏହି ଟୋଲ ଫ୍ରି ନମ୍ବର ସକାଳ ୬ଟାରୁ ରାତି ୧୦ ପର୍ଯ୍ୟନ୍ତ କାମ କରିବ। ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ୪ ସେପ୍ଟେମ୍ବର ଅପରାହ୍ନରୁ ଫର୍ମ ଦାଖଲ କରାଯିବ। ସେପ୍ଟେମ୍ବର୧୭ରେ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ପ୍ରଥମ କିସ୍ତି। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ନିଜେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବେ । ସବୁ ଯୋଗ୍ୟ ମହିଳାଙ୍କୁ ମିଳିବା ପର୍ଯ୍ୟନ୍ତ ଏହା ଚାଲୁ ରହିବ ବୋଲି କହିଛନ୍ତି  ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । 

 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.