ସୁପର ସନଡେ’ରେ ହେବ ସୁପର ଫାଇଟ୍; ସଂଧ୍ୟାରେ ଇଂଲଣ୍ଡ-ୟୁଏସଏ ମୁକାବିଲା

Published By : Prameya-News7 Bureau | June 23, 2024 IST

ବ୍ରିଜଟାଉନ୍‌,୨୩/୦୬: ଟି-୨୦ ବିଶ୍ବକପରେ ରବିବାର ଦୁଇଟି ମ୍ୟାଚ୍ ଖେଳାଯାଉଛି ଦୁଇଟି ମ୍ୟାଚ୍  । ପ୍ରଥମ ମୁକାବିଲା ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମଧ୍ୟରେ ହୋଇଛି । ତେବେ ଦ୍ବିତୀୟରେ ମ୍ୟାଚରେ ମୁହାଁମୁହିଁ ହେବେ ଗ୍ରୁପ୍‌-୨ରେ ଇଂଲଣ୍ଡ ଓ ୟୁଏସଏ । ଆମେରିକା ପ୍ରଥମ ୨ଟି ମ୍ୟାଚ୍ ପରାଜିତ ହୋଇ ସେମି ଦୌଡ଼ରୁ ବାଦ୍ ପଡ଼ିଛି । ଯାହା ଫଳରେ ଇଂଲଣ୍ଡ ସେମି ଆଶା ଉଜ୍ଜୀବିତ ରହିଛି । ତଥାପି ସେମିରେ ପହଞ୍ଚିବାକୁ ହେଲେ ଇଂଲଣ୍ଡକୁ ବଡ଼ ବ୍ୟବଧାନରେ ଜିତି ରନ୍‌ ରେଟ୍‌ରେ ଉନ୍ନତି କରିବାକୁ ପଡ଼ିବ । କାରଣ ଏହି ଗ୍ରୁପ୍‌ରେ ଦକ୍ଷିଣ ଆଫ୍ରିକା ୨ଟି   ମ୍ୟାଚ୍‌ ଜିତି ସାରିଛି । ଶେଷ ମ୍ୟାଚ୍‌ରେ ଦଳ ୱେଷ୍ଟ ଇଣ୍ଡିଜକୁ ଭେଟିବ । କାରବିୟାନ ଦଳ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ  ପରାଜିତ ହୋଇଥିଲେ ହେଁ ଦ୍ୱିତୀୟ ମ୍ୟାଚ୍‌ରେ ୟୁଏସଏକୁ ୫୫ଟି ବଲ୍‌ ବାକି ଥାଇ ହରାଇ ରନ୍‌ ରେଟ୍‌ ବୃଦ୍ଧି କରିସାରିଛି ।  ଗ୍ରୁପ୍‌-୨ ପଏଣ୍ଟ ତାଲିକାରେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି । 

ୟୁଏସଏ ପ୍ରାଥମିକ ଲିଗ୍‌ ରାଉଣ୍ଡ୍‌ରେ ଉନ୍ନତ ପ୍ରଦର୍ଶନ  କରିଥିଲା । ମାତ୍ର ସୁପର-୮ ରାଉଣ୍ଡ ପୂର୍ବରୁ ଦଳର ଅଧିନାୟକ ମୋନାଙ୍କ ପଟେଲ ଆହତ ହେବାରୁ ବ୍ୟାଟିଂ ବିଭାଗର ସନ୍ତୁଳନ  ବିଗିଡ଼ି ଯାଇଛି । ବୋଲିଂ ବିଭାଗର ପ୍ରଦର୍ଶନ ଠିକ୍‌ ଠାକ୍‌ ରହିଥିଲେ  ହେଁ ଅଭିଜ୍ଞତାର ଅଭାବ ଯୋଗୁଁ ୟୁଏସଏ ପରାଜିତ ହେଉଛି । 

ଶୃଙ୍ଖଳିତ ବୋଲିଂ ବିଭାଗ ବିପକ୍ଷରେ ଇଂଲଣ୍ଡ ଫେଲ ମାରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ବ୍ୟାଟିଂ ବିଫଳତା  ପରାଜୟର ମୁଖ୍ୟ କାରଣ ସାଜିଥିଲା । ମାତ୍ର ରବିବାର ଦଳ  ନିକଟରେ ବିଜୟ ସୁଯୋଗ ରହିଛି । ତଥାପି ୟୁଏସକୁ ହାଲକା  ଭାବେ ନେବା ଭାରି ପଡ଼ିପାରେ । 

ବ୍ରିଜଟାଉନ୍‌ର କେନସିଙ୍ଗଟନ ଓଭାଲ ଗ୍ରାଉଣ୍ଡ ବ୍ୟାଟିଂ ପାଇଁ  ବେଶ୍‌ ଅନୁକୂଳ । ମାତ୍ର ଏଠାରେ ସ୍ପିନରମାନେ ପିଚ୍‌ର ଫାଇଦା  ଉଠାଇ ପାରିବେ । ଦିନ ବେଳା ଏହି ମ୍ୟାଚ୍‌ ରହିଥିବାରୁ ଟସ୍‌   ବିଜୟୀ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇ ପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.