ସଂସଦରୁ ବହିଷ୍କାର ପରେ ବର୍ଷିଲେ ମହୁଆ ମୈଇତ୍ର: ପୂର୍ବରୁ ୧୬ ସାଂସଦ ହୋଇଛନ୍ତି ବିଦା, ଇନ୍ଦିରାଠୁ ରାହୁଲ ଗାନ୍ଧି ଯାଏ ରହିଛି ଲମ୍ବା ଲିଷ୍ଟ୍

Published By : Prameya-News7 Bureau | December 09, 2023 IST

ନୂଆଦିଲ୍ଲୀ: ମହୁଆ ମୈଇତ୍ରଙ୍କୁ ନେଇ ମହାଭାରତ । ରିପୋର୍ଟ ପଢ଼ିବାକୁ ଦେଲେନି, ବିଦା କଲେ । ସଦାଚାର କମିଟି ସୁପାରିସ୍‌ରେ ସାଂସଦ ବିଦା। ପୂର୍ବର ୧୬ଜଣ ହୋଇଛନ୍ତି ବହିଷ୍କୃତଟଙ୍କା ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକସଭାରୁ ବହିଷ୍କୃତ ହୋଇଛନ୍ତି ତୃଣମୂଳ କଂଗ୍ରେସ ସାସଂଦ ମହୁଆ ମୈଇତ୍ର । ଏଥିକ୍ସି କମିଟିର ଅନୁମୋଦନ ଆଧାରରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ବାଚସ୍ପତି ଓମ ବର୍ଲା । ସଦାଚାର କମିଟି ମହୁଆଙ୍କ ବିରୋଧରେ ୪୯୫ ପୃଷ୍ଠାର ରିପୋର୍ଟ ଉପସ୍ଥାପନ କରିବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବହିଷ୍କାର କରିବାକୁ ପ୍ରସ୍ତାବ ଆଗତ କରିଥିଲେ। ବିରୋଧୀ ରିପୋର୍ଟ ପଢ଼ିବାକୁ ସମୟ ମାଗିଥିଲେ ମଧ୍ୟ ତାଙ୍କୁ ସମୟ ଦିଆଯାଇନଥିଲା । ଆଉ ସାଂସଦ ପଦ ହରାଇବା ପରେ ସରକାରଙ୍କ ଉପରେ ବର୍ଷିଛନ୍ତି ମହୁଆ।

wp:html /wp:html

ସଂସଦରୁ କୌଣସି ସାଂସଦ ବହିଷ୍କୃତ ହେବା ନୂଆ ଘଟଣା ନୁହେଁ । ମହୁଆଙ୍କ ପୂର୍ବରୁ କଂଗ୍ରେସ ବହୁ ହେଭିଓ୍ବେଟ୍ ନେତା ବହିଷ୍କୃତ ହୋଇଛନ୍ତି। ଆଇରନ୍ ଲେଡୀ ଇନ୍ଦିରା ଗାନ୍ଧିଙ୍କ ଠାରୁ ଆରମ୍ଭ କରି ରାହୁଲ ଗାନ୍ଧି, ସୁବ୍ରମଣ୍ୟମ୍‌ ସ୍ୱାମୀ, ବିଜୟ ମାଲ୍ୟାଙ୍କ ଭଳି ୧୬ଜଣ ସାଂସଦ ଲୋକସଭା ସଦସ୍ୟତା ହରାଇଛନ୍ତି । ଏମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ଏଚ୍‌ଜି ମୁଦଗଲ ଶୀର୍ଷରେ ରହିଛନ୍ତି । ଏକ ବ୍ୟବସାୟୀ ସଂଘ ନିକଟରୁ ଟଙ୍କା ନେବା ଅଭିଯୋଗ ଆସିବା ପରେ ସେ ୧୯୫୧ରେ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ ।

wp:embed {"url":"https://www.prameyanews7.com/husband-and-wife-to-work-at-the-same-place-it-is-not-the-right-says-high-court/","type":"wp-embed","providerNameSlug":"prameya-news-7"}
https://www.prameyanews7.com/husband-and-wife-to-work-at-the-same-place-it-is-not-the-right-says-high-court/
/wp:embed

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ୧୯୭୮ରେ ସଂସଦରୁ ବହିଷ୍କାର କରାଯାଇଥିଲା । ଡିସେମ୍ବର ୧୪, ୧୯୭୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇ ଇନ୍ଦିରାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରିଥିଲେ । ଭୋଟ୍‌ ସମୟରେ ୨୭୯ ଜଣ ସାଂସଦ ସେହି ପ୍ରସ୍ତାବ ସପକ୍ଷରେ ମତଦାନ କରିଥିଲେ । ଫଳରେ ଇନ୍ଦିରା ଗାନ୍ଧି ପଦ ହରାଇଥିଲେ ।

୧୯୭୬ରେ ସୁବ୍ରମଣ୍ୟମ ସ୍ୱାମୀ ରାଜ୍ୟସଭାରୁ ବହିଷ୍କୃତ ହୋଇଥିଲେ । ସେତେବେଳେ ସେ ଜନସଂଘର ନେତା ଥିଲେ । ଜରୁରିକାଳୀନ ସ୍ଥିତି ସମୟରେ ତାଙ୍କର ଅପମାନଜନକ ଆଚରଣ ଯୋଗୁ ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।

ସେହିପରି ୨୦୦୫ରେ ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ଅଭିଯୋଗରେ ୧୦ଜଣ ସାଂସଦ ଲୋକସଭାରୁ ବହିଷ୍କୃତ ହୋଇଥିଲେ । ସେମାନଙ୍କ ମଧ୍ୟରେ ବିଜେପିର ଆନ୍ନାସାହେବ ଏମ୍‌ କେ ପାଟିଲ, ୱାଇ ଜି ମହାଜନ, ସୁରେଶ ଚଣ୍ଡେଲ, ପ୍ରଦୀପ ଗାନ୍ଧି ଏବଂ ଚନ୍ଦ୍ରପ୍ରତାପ ସିଂହ ରହିଛନ୍ତି । ବହୁଜନ ସମାଜ ପାର୍ଟିର ନରେନ୍ଦ୍ର କୁମାର କୁଶୱାହା, ଲାଲ ଚନ୍ଦ୍ର କୋଲ, ରାଜାରାମ ପାଲ ଏବଂ ଆର୍‌ଜେଡିର ମନୋଜ କୁମାର ଓ କଂଗ୍ରେସର ରାମସେବକ ସିଂହ ନିଜ ସାଂସଦ ପଦ ହରାଇଛନ୍ତି ।

wp:embed {"url":"https://www.prameyanews7.com/muslim-woman-assaulted-by-brother-in-law-for-voting/","type":"wp-embed","providerNameSlug":"prameya-news-7"}
https://www.prameyanews7.com/muslim-woman-assaulted-by-brother-in-law-for-voting/
/wp:embed

ବ୍ୟବସାୟୀ ବିଜୟ ମାଲ୍ୟା ପୂର୍ବରୁ ରାଜ୍ୟସଭାରୁ ବହିଷ୍କୃତ ହୋଇଛନ୍ତି । ତାଙ୍କ ବିରୋଧରେ ଥିବା ୯୪୦୦ କୋଟିରୁ ଅଧିକ ଟଙ୍କାର ଋଣ ଖିଲାପି ଅଭିଯୋଗର ତଦନ୍ତ କରୁଥିବା ସଂସଦୀୟ ପ୍ୟାନେଲର ସୁପାରିସ ପରେ କର୍ଣ୍ଣାଟକର ସ୍ୱାଧୀନ ସାଂସଦ ମାଲ୍ୟାଙ୍କ ବିରୋଧରେ ଏହି ପଦକ୍ଷେପ ନିଆଯାଇଥିଲା ।

କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି । ମୋଦି ସାଙ୍ଗିଆ ମାମଲାରେ ସୁରଟର ଏକ ଟ୍ରାଏଲ କୋର୍ଟ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍‌ ଦଣ୍ଡ ଦେଇଥିଲେ । ଏହାର ଦିନକ ପରେ ତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.