ନୂଆଦିଲ୍ଲୀ, ୧୮/୦୭: ଏନଡିଏର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ସହଯୋଗୀ ଦଳଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ଏନଡିଏର ମହତ୍ବ ବିଷୟରେ କହିବା ସହ ପରିବାରବାଦ ଏବଂ ଦୁର୍ନୀତି ଉପରେ ମଧ୍ୟ ଟାର୍ଗେଟ କରିଛନ୍ତି। ଆଉ ବିରୋଧୀ ଦଳଙ୍କ ଉପରେ ବର୍ଷିଛନ୍ତି। ଏହି ଅବସରରେ ସେ ଏନଡିଏର ଫୁଲ୍ ଫର୍ମ କହିବାକୁ ଯାଇ କହିଛନ୍ତି ଯେ, ଏନଡିଏରେ ଏନ୍ର ଅର୍ଥ ହେଉଛି ନ୍ୟୁ ଇଣ୍ଡିଆ, ଡି ମାନେ ଡେଭେଲପ୍ ନେସନ, ଏ ଫର୍ ଆସପିରେସନ ଅଫ୍ ପିପୁଲ ଅଫ୍ ଇଣ୍ଡିଆ।
ଆଜି ଯୁବ, ମହିଳା, ମଧ୍ୟମ ବର୍ଗ, ଦଲିତ ଏବଂ ନିଷ୍ପେସିତଙ୍କ ଏନଡିଏ ଉପରେ ଭରଷା ରହିଛି। ପିଏମ କହିଛନ୍ତି ଏନଡିଏ ଭୋଟ ନୁହେଁ ବିକାଶବାଦର ରାଜନୀତି କରିଛନ୍ତି। ପିଏମ କହିଛନ୍ତି ଆମେ ବିରୋଧୀ ଭାବରେ ରହିଛୁ, କିନ୍ତୁ ସରକାରଙ୍କ ବିରୋଧ କରିବା ପାଇଁ ବିଦେଶୀ ସହାୟତା ମାଗିନାହୁଁ। ମୋଦୀ କହିଛନ୍ତି ଅନେକ ବିରୋଧୀ ସରକାର ରାଜ୍ୟରେ କେନ୍ଦ୍ରର ଯୋଜନା ଲାଗୁ କରିବାକୁ ଦେଉନାହାଁନ୍ତି। ବିରୋଧୀ ଦଳମାନେ କାହିଁକି ଏକଜୁଟ ହେଉଛନ୍ତି ଜନତା ତାହା ଦେଖୁଛନ୍ତି। ରାଜନୀତିକ ସ୍ବାର୍ଥ ପାଇଁ ଏମାନେ ପାଖା-ପାଖି ଆସିପାରିବେ, କିନ୍ତୁ ଏକାଠି ହୋଇପାରିବେ ନାହିଁ। ଏମାନେ ନିଜ କର୍ମୀଙ୍କର ମଧ୍ୟ ହୋଇପାରିବେନି।
ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ଏନଡିଏର ଗୁରୁତ୍ଵପୂର୍ଣ୍ଣ ବୈଠକ, ପିଏମ ମୋଦୀ ଉପସ୍ଥିତ, ୨୦୨୪କୁ ନେଇ ରଣନୀତି ଉପରେ ଚାଲିଛି ଚର୍ଚ୍ଚା
ପିଏମ ମୋଦୀ ବିରୋଧୀ ମେଣ୍ଟ ଉପରେ ଟାର୍ଗେଟ୍ କରି କହିଛନ୍ତି ଯେତେବେଳେ ମେଣ୍ଟ ଦୁର୍ନୀତି ଉଦ୍ଦେଶ୍ୟରେ ହୋଇଥାଏ କିମ୍ବା ପରିବାରବାଦ, ଜାତିବାଦ ଏବଂ ଇତ୍ୟାଦିକୁ ଧ୍ୟାନରେ ରଖି ହୋଇଥାଏ ତେବେ ତାହା ଦେଶକୁ ବହୁତ କ୍ଷତି ପହଞ୍ଚାଏ। ପିଏମ ମୋଦୀ କହିଛନ୍ତି ଆମେ ସୌଭାଗ୍ୟଶାଳୀ ଯେ. ଏନଡିଏ ଏଭଳି ମେଣ୍ଟ ଠାରୁ ଭିନ୍ନ। ‘‘ଆମ ପାଇଁ ମେଣ୍ଟ ବିବଶତା ନୁହେଁ, ଆମର ମଜବୁତିର ମାଧ୍ୟମ। ଏନଡିଏରେ କେହି ରାଜନୀତିକ ବଡ଼ କିମ୍ବା ଛୋଟ ନୁହେଁ। ଆମେ ସବୁ ଗୋଟିଏ ଲକ୍ଷ୍ୟ ପାଇଁ ଆଗକୁ ବଢ଼ୁଛୁ।’’
ମୋଦୀ କହିଛନ୍ତି ଏନଡିଏର ସବୁ ଦଳ ସମାଜ ବଞ୍ଚିତ ବର୍ଗଙ୍କ ମଧ୍ୟରେ କାମ କରୁଛନ୍ତି। ଆମ ସହ ଆଦିବାସୀ, ପଛୁଆ ବର୍ଗର ଲୋକଙ୍କ ମଧ୍ୟରେ କାମ କରୁଥିବା ଦଳ ଅଛନ୍ତି। ପ୍ରଥେମ ଦେଶ, ହେଉଛି ଏନଡିଏର ବିଚାରଧାରା। ଦେଶର ଦ୍ରାରିଦ୍ର୍ୟତାକୁ ଶେଷ କରିବାକୁ ଆମେ ସଂକଳ୍ପ ନେଇଛୁ। ଆଜି ଏହି କାରଣରୁ ଭାରତ ଦରିଦ୍ର୍ୟତା ଶେଷ ହେବ ଉପରେ।
ରାଜନୀତିରେ ପ୍ରତିସ୍ପର୍ଦ୍ଧା ହୋଇପାରେ କିନ୍ତୁ ଶତ୍ରୁତା ହୋଇନଥାଏ। ଆଜି ବିରୋଧୀ ନିଜର ଏକ ପରିଚୟ କରିଛି ଆମକୁ ଗାଳି ଦେବା ଏବଂ ଆମକୁ ଅପମାନିତ କରିବା। କିନ୍ତୁ ଏହା ପରେବି ଆମେ ଦେଶକୁ ଦଳରୁ ଉପରେ ରଖିଛୁ। ଏନଡିଏ ସରକାର ହିଁ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ଦେଇଥିଲା, ମୁଲାୟମ ସିଂହ ଯାଦବ, ଶରଦ ପଓ୍ବାର, ଗୁଲାମ ନବୀ ଆଜାଦଙ୍କ ଭଳି ଅନେକ ନେତାଙ୍କୁ ପଦ୍ମ ସମ୍ମାନ ଦେଇଥିଲୁ।
ଆହୁରି ପଢ଼ନ୍ତୁ: I.N.D.I.A.କୁ ନେଇ ବିପକ୍ଷଙ୍କୁ ଘେରିଲା ବିଜେପି, ଜାଣନ୍ତୁ ସ୍ପଷ୍ଟୀକରଣରେ କ’ଣ କହିଲା କଂଗ୍ରେସ୍?