GSAT 24 ସାଟେଲାଇଟ୍‌ର ଆରମ୍ଭ, ଟାଟା ପ୍ଲେରେ ଏବେ ଦେଖିପାରିବେ ୯୦୦ ଚ୍ୟାନେଲ

Published By : Prameya-News7 Bureau | August 07, 2023 IST

ନୂଆଦିଲ୍ଲୀ: ସୋମବାର GSAT 24 ସାଟେଲାଇଟର ଆନୁଷ୍ଠାନିକ ଆରମ୍ଭ ହୋଇଛି । ଏହି ସାଟେଲାଇଟର ପୂରା ସର୍ଭିସ ୧୦ ବର୍ଷ ପାଇଁ ଟାଟା ପ୍ଲେ ନେଇଛି । ଏହାପରେ ଟାଟା ପ୍ଲେରେ ଏବେ ୬୦୦ ପରିବର୍ତ୍ତେ ୯୦୦ ଚ୍ୟାନେଲ ବଢିଆ ପିକ୍ଚର କ୍ୱାଲିଟି ସହ ଦେଖିବାକୁ ମିଳିବ । ଏହି ଅବସରରେ ଇସ୍ରୋ ମୁଖ୍ୟ ଏସ ସୋମନାଥ ମଧ୍ୟ ଉପସ୍ଥିତ ରହିଥିଲେ । ସମ୍ପୂର୍ଣ୍ଣ ରୂପେ ମେଡ୍ ଇନ୍ ଇଣ୍ଡିଆ ଏହି GSAT 24 ସାଟେଲାଇଟ୍ ଟେଣ୍ଟକୁ ୨୦୨୨ ଜୁନ ଲଞ୍ଚ କରାଯାଇଥିଲା, କିନ୍ତୁ ଏହାର ସର୍ଭିସ ସୋମବାରରୁ ଆରମ୍ଭ ହୋଇଛି । ପ୍ରାୟ ୩୬ ହଜାର କିଲୋମିଟର ଦୂରରୁ ଏହି ସାଟେଲାଇଟର ପୂରା ସର୍ଭିସକୁ ପୂରା କ୍ଷମତା ସହ ଆସନ୍ତା ୧୦ ବର୍ଷ ପାଇଁ ଟାଟା ପ୍ଲେ ନିଜ ପାଖକୁ ନେଇଛି ।

ଟାଟା ପ୍ଲେର ଏମଡି ହରିତ ନାଗପାଲ କହିଛନ୍ତି ଯେ ଏହା ଏକ ନୂଆ ସାଟେଲାଇଟ୍, ଏହାପରେ ଆମର ଚ୍ୟାନେଲ ଦେବା କ୍ଷମତା ଏବେ ଅଧିକ ହୋଇଯିବ । ପୂର୍ବରୁ ଆମେ ୬୦୦ ଚ୍ୟାନେଲ ଯୋଗାଇ ପାରୁଥିଲୁ, କିନ୍ତୁ ଏବେ ୯୦୦ ଚ୍ୟାନେଲ ଦେଇପାରିବୁ । ଏହାସହ ପିକ୍ଚର ଏବଂ କ୍ୱାଲିଟି ଅଧିକ ଭଲ ହୋଇପାରିବ ।

ପଢନ୍ତୁ: ଭାରତର ପ୍ରଥମ 5G ୱାୟାରଲେସ୍‌ Wi-Fi ହେଲା ଲଞ୍ଚ୍‌, ଏକାସାଙ୍ଗରେ ଚାଲିପାରିବ ୬୪ ଡିଭାଇସ୍‌

ସେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଟାଟା ପ୍ଲେ ଭିନ୍ନ-ଭିନ୍ନ ସାଟେଲାଇଟ୍ ଜରିଆରେ ଲୋକଙ୍କ ପାଖରେ ପହଞ୍ଚୁଥିଲା । କିନ୍ତୁ ଏବେ ସବୁ ଚ୍ୟାନେଲ ଗୋଟିଏ ସାଟେଲାଇଟ୍ ଜରିଆରେ ପହଞ୍ଚିବ । ଏହି ସାଟେଲାଇଟକୁ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ଇସ୍ରୋର ନିର୍ଦ୍ଦେଶରେ ଟାଟା ପ୍ଲେ ପାଇଁ ତିଆରି କରିଥିଲା ।

ଅନ୍ୟପଟେ ଏନଏସଆଇଏଲର ଅଧ୍ୟକ୍ଷ ରାଧା କୃଷ୍ଣନ କହିଛନ୍ତି ଯେ ଏହା ଡିଟିଏଚର ଚାହିଦାକୁ ପୂରଣ କରିବ । ଏହି ସାଟେଲାଇଟକୁ ଇସ୍ରୋ ନିର୍ମାଣ କରିଛି । ଏନଏସଆଇଏଲ ଏହାକୁ ଫଣ୍ଡିଂ କରିଛି । ଏହି ସାଟେଲାଇଟର ସମସ୍ତ ଅଧିକାରକୁ ଟାଟା ପ୍ଲେ ୧୦ ବର୍ଷ ପାଇଁ ନେଇଛି । ଏଥିପାଇଁ ଆମେ ଯାହା ନିବେଶ କରିଛୁ, ତାହାଠୁ ଅଧିକ ପାଇବା ନେଇ ଅନୁମାନ ରଖିଛୁ ।

କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏନଏସଆଇଏଲ ଏହି ପଦକ୍ଷେପ ଗ୍ରହଣ କରିଥିଲା । ପୂର୍ବରୁ କିଛି ଚ୍ୟାନେଲ ଦେଖିବାକୁ ପାଉଥିଲେ, କିଛି ନାହିଁ । କିନ୍ତୁ ଏବେ ସବୁ ଦେଖିବାକୁ ମିଳିବ । ଏହା ଆତ୍ମନିର୍ଭର ଭାରତ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଇସ୍ରୋ ମୁଖ୍ୟ ଏହାକୁ ସ୍ପେସ ଦୁନିଆରେ ଆଉ ଏକ ପାଦ ବୋଲି କହିଛନ୍ତି, ଆଗକୁ ମଧ୍ୟ ଏହିପରି ସାଟେଲାଇଟ୍ ଲଞ୍ଚ କରାଯିବ ।

Also Read: ଲାଗାତାର ଦ୍ୱିତୀୟ ଦିନରେ ବୃଦ୍ଧି ସହ ବନ୍ଦ ହେଲା ପୁଞ୍ଜି ବଜାର, ନିବେଶକଙ୍କ ଲାଭ ୧.୧୯ ଲକ୍ଷ କୋଟି ଟଙ୍କା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.