ଜଣେ ଶିକ୍ଷୟିତ୍ରୀଙ୍କୁ ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅଭିଯୋଗରେ ଗିରଫ କରାଯାଇଛି। ପ୍ରାଥମିକ ତଦନ୍ତ ହେବା ପରେ ୨୯ବର୍ଷ ବୟସ୍କା ଶିକ୍ଷୟିତ୍ରୀ ବ୍ରାଣ୍ଡି ଲିନଙ୍କୁ ଗିରଫ କରାଯାଇଛି। ତାଙ୍କୁ ୧୬ ଏବଂ ୧୮ବର୍ଷ ବୟସ୍କ ଦୁଇ ଜଣ ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅଭିଯୋଗରେ ଗିରଫ କରାଯାଇଛି।
{"id":198783,"width":579,"height":385,"sizeSlug":"large"}ଏହି ଘଟଣାଟି ଘଟିଛି ଆମେରିକାର ଓକଲାହୋମାରେ। ଅଭିଯୁକ୍ତା ଶିକ୍ଷୟିତ୍ରୀ ଏବଂ ଚିୟରଲିଡିଙ୍ଗ୍ କୋଚ ଓକଲାହୋମାର ସଲ୍ଲିସାଁ ସ୍ଥିତ ସେଣ୍ଟ୍ରାଲ୍ ପବ୍ଲିକ୍ ସ୍କୁଲରେ ପଢ଼ାଉଥିଲେ। ଶିକ୍ଷୟିତ୍ରୀ ମଧ୍ୟ ତାଙ୍କ ଦୋଷ ସ୍ବୀକାର କରିଛନ୍ତି। ସେ କାରରେ ଛାତ୍ରଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ।
{"id":198784,"width":592,"height":333,"sizeSlug":"large"}ଛାତ୍ରଙ୍କ କହିବା ଅନୁସାରେ ୨୦୧୭ମସିହାରୁ ୨୦୧୯ମସିହା ମଧ୍ୟରେ ସେ ଅନେକ ଥର ଶିକ୍ଷୟିତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ସିନିୟର ଛାତ୍ର କହିଥିଲେ ଯେ ୨୦୧୭ମସିହାରେ ଶିକ୍ଷୟିତ୍ରୀଙ୍କ ସହ ତାଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା।
{"id":198785,"width":580,"height":326,"sizeSlug":"large"}ପ୍ରଥମେ ଶିକ୍ଷୟିତ୍ରୀ ସ୍ନାପଚାଟରେ ଛାତ୍ରଙ୍କ ସହ କଥା ହେଉଥିଲେ। ଏହି ଆପରେ ସେ ନ୍ୟୁଡ ଫଟୋ ମଧ୍ୟ ସେୟାର କରିଥିଲେ। ଜୁନିୟର ଛାତ୍ର କହିଥିଲେ ଯେ ଶିକ୍ଷୟିତ୍ରୀ ତାଙ୍କ ସହ କାରରେ ଶାରିରୀକ ସମ୍ପର୍କ ସ୍ଥାପନ କରିଥିଲେ। ଘଟଣା ବିଷୟରେ ଜଣା ପଡ଼ିବା ପରେ ଶିକ୍ଷୟିତ୍ରୀଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା। ଦୋଷୀ ସାବ୍ୟସ୍ତ ହେଲେ ତାଙ୍କୁ ୧୦ବର୍ଷ ଜେଲ୍ ଦଣ୍ଡ ହୋଇପାରେ।