ବାଲେଶ୍ବର ୨୪।୭: ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି LC -3ରେ କ୍ଷେପଣାସ୍ତ୍ର ପରୀକ୍ଷଣ ହେବ । କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି । କ୍ଷେପଣାସ୍ତ୍ର ପାଇଁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅସ୍ଥାୟୀ ଶିବିରରେ ଉତ୍ତେଜନା ଦେଖାଦେଇଛି । ମଣି ନାଗେଶ୍ବର ହାଇସ୍କୁଲ ପରିସରରେ ଅସ୍ଥାୟୀ ଶିବିରରେ ସ୍ଥାନୀୟ ଲୋକ ହୋହଲ୍ଲା କରିଛନ୍ତି I ବିସ୍ଥାପିତଙ୍କ ପାଇଁ ଟଙ୍କା, ଖାଦ୍ୟ, ପିଇବା ପାଣି ନଥିବା ଯୋଗୁ ଉତ୍ତେଜନା ଦେଖାଦେଇଥିବା ଜଣାପଡିଛି ।
ସୂଚନାଯୋଗ୍ୟ ଯେ, ଚାନ୍ଦିପୁରରୁ କ୍ଷେପଣାସ୍ତ୍ର ପରୀକ୍ଷଣ ନେଇ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ୪ ଗୋଟି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ୧୦ଗାଁର ମୋଟ୍ ୧୦,୫୮୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ଜୟଦେବକସବାରୁ ୨୭୨୫ ଜଣ, ଭୀମପୁରରୁ ୧୮୨୩ ଜଣ, ସାହାଜାନଗରରୁ ୪୭୭ ଜଣ, କୁସୁମୁଳୀ ୧୩୦୭ ଜଣ, ଖଡୁପାହିରୁ ୮୦୩ ଜଣ, ତୁଣ୍ଡରା ୪୦୮ ଜଣ, ଛଚିନାରୁ ୪୭୯ ଜଣ, ଦୋମୁହାଁ ପାଟଣାରୁ ୪୧ ଜଣ, କଣ୍ଟର୍ଦାରୁ ୩୯୧ ଜଣ ଓ ବର୍ଦ୍ଧନପୁରରୁ ୨୧୨୭ ଅଞ୍ଚଳର ମୋଟ ୧୦,୫୮୧ ଲୋକଙ୍କ ପୁନର୍ବାସ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।
You Can Read:
ରାଜ୍ୟପାଳଙ୍କୁ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରୁ ନିବୃତ ରହିବ ବିଜେଡି : କଳିକେଶ