ତୁର୍କି ଏକ୍ସପ୍ଲୋସିଭ୍ କାରଖାନାରେ ବିସ୍ଫୋରଣ, ୫ ମୃତ

Published By : Prameya-News7 Bureau | June 10, 2023 IST

ଅଙ୍କାରା ୧୦।୬: ତୁର୍କିୟେ ରାଜଧାନୀ ଅଙ୍କାରାରେ ଥିବା ବିସ୍ଫୋରକ କାରଖାନାରେ ଶନିବାର ଭୀଷଣ ବିସ୍ଫୋରଣ ହୋଇଛି। ଫଳରେ ଏଠାରେ କାର୍ଯ୍ୟ କରୁଥିବା ୫ ଜଣ କର୍ମଚାରୀ ପ୍ରାଣ ହରାଇଛନ୍ତି। କାରଖାନାରେ ହୋଇଥିବା ବିସ୍ପୋରଣ ଏତେ ଭୟାନକ ଥିଲା ଯେ ଏହାର ଗୋଟି ପାର୍ଶ୍ୱ ଭୂଷୁଡି ପଡିଛି। ଏହି ବିସ୍ଫୋରକ କାରଖାନା ସରକାରୀ ମାଲିକାନାଧୀନ ଓ ମେକାନିକାଲ ଏଣ୍ଡ କେମିକାଲ ଇଣ୍ଡଷ୍ଟ୍ରି କର୍ପୋରେସନ ପରିସରରେ ଥିଲା। ଏହି ବିସ୍ପୋରଣ ନେଇ ଅଙ୍କାରା ଗଭର୍ଣ୍ଣର ଗଣମାଧ୍ୟମକୁ ସୂଚିତ କରିଛନ୍ତି।

{"id":801418,"sizeSlug":"full","linkDestination":"none"}

ଗଣମାଧ୍ୟମ ସହ ଆଲୋଚନାରେ ଗଭର୍ଣ୍ଣର ୱାସିପ ସାହିନ କହିଛନ୍ତି ଯେ ଡିନାମାଇଟ୍ ଉତ୍ପାଦନ କାଳରେ ରସାୟନିକ ପ୍ରତିକ୍ରିୟା ଯୋଗୁ ହୁଏତ ଏହି ବିସ୍ଫୋରଣ ହୋଇଥାଇପାରେ। ତେବେ ଘଟଣାର ଏବେ ତଦନ୍ତ ଚାଲିଛି ଓ ତଦନ୍ତ ପରେ ବିସ୍ଫୋରଣର ବାସ୍ତବ କାରଣ ଜଣା ପଡିବ ବୋଲି ଗଭର୍ଣ୍ଣର କହିଛନ୍ତି। ଗଭର୍ଣ୍ଣରଙ୍କ ଅନୁସାରେ ଏହି କାରଖାନାରେ ବିସ୍ଫୋରକ ଓ ରକେଟ ନିର୍ମାଣ କରାଯାଏ। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ ଏବି ବିସ୍ଫୋରଣ ଏତେ ଭୟଙ୍କର ଥିଲାଯେ ଆଖପାଖରେ ଥିବା ଘର ଓ ଦୋକାନର କାଚ ଭଙ୍ଗିଯାଇଛି।

{"id":801419,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ଡିସେମ୍ବର ମାସରେ ତୁର୍କିୟେର ଏକ କୋଇଲା ଖଣିରେ ବିସ୍ଫୋରଣ ହୋଇଥିଲା। ଫଳରେ ସେତେବେଳେ ଖଣିରେ କାମ କରୁଥିବା ୪୦ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ବ୍ଲାକ୍‌ ସି କୂଳରେ ଅବସ୍ଥିତ ବାର୍ଟିନର ଆମାସରାରେ ଥିବା ମୁଦୁର୍ଲୁଗୁ ଖଣିରେ ହୋଇଥିଲା। ଏହା ପୂର୍ବରୁ ୨୦୧୪ ମସିହାରେ ସୋମା ସହରରେ ଏକ କୋଇଲା ଖଣିରେ ନିଆଁ ଲାଗିଯିବାରୁ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।

୩୨ ବର୍ଷ ହେଲା ମା’ କୁ ଦେଖିନି, ମୋତେ ଛାଡ଼ି ଦିଅ; ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ଖୋଲା ଚିଠି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.