ଭୁବନେଶ୍ବର ୭।୧୧: ମହିଳା ବିରୋଧୀ ଅପରାଧ ପ୍ରସଙ୍ଗରେ ପୂର୍ବ ସରକାର ଏବଂ ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତାର ଜାଗୃତିକରଣ କାର୍ଯ୍ୟକ୍ରମ ଯୋଗଦେଇ ଏଭଳି ପ୍ରସଙ୍ଗରେ ବର୍ଷିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ଏକ ଅଙ୍କ । Ncrb ରିପୋର୍ଟ ଅନୁଯାୟୀ ଓଡ଼ିଶାରେ ମହିଳା ବିରୋଧୀ ଅପରାଧରେ ଦଣ୍ଡ ବିଧାନ ହାର ମାତ୍ର ୯.୩ ପ୍ରତିଶତ । ଯାହା ଲଜ୍ଜାଜନକ ସ୍ଥିତିରେ ଅଛି ।
୨୪ ବର୍ଷ ଧରି ଶାସନ କରିଥିବା ମୁଖ୍ୟମନ୍ତ୍ରୀ ଯାହାଙ୍କ ପାଖରେ ଗୃହ ବିଭାଗ ଥିଲା, ସେ ଏହି କଥାକୁ ଜାଣି ପାରୁନଥିଲେ । କିନ୍ତୁ ସବୁଠି ମହିଳା ସଶକ୍ତିକରଣ କଥା କହୁଥିଲେ । ଏହାକୁ ତ୍ୱରିତ ପ୍ରକ୍ରିୟାରେ ବୃଦ୍ଧି କରାଯିବ । ଆମ ସରାକର ଏହାକୁ ଗୁରୁତ୍ବର ସହ ବିଚାରକୁ ନେଉଛି । ଲଜ୍ଜାଜନକ ପରିସ୍ଥିତି ପାଇଁ ୨ଟି କାରଣ, ଖାମଖିଆଲି ଢଙ୍ଗରେ ତଦନ୍ତ କରିବା ଆଉ ଯଦି ପୁଣି ଚାପ ପଡିଲା ତାହେଲେ ମାମଲା ହେବ ନାହିଁ । ଦ୍ଵିତୀୟଟି ରାଜନୈତିକ ଇଚ୍ଛାଶକ୍ତିର ଅଭାବ ।
ଅନ୍ୟ ରାଜ୍ୟ ଗୁଡିକରେ ଦଣ୍ଡ ବିଧାନ ହାର ଅଧିକ ରହୁଥିବା ବେଳେ ଓଡ଼ିଶାରେ ଏତେ କମ୍ । ପୂର୍ବ ସରକାର କେବଳ ଡିଣ୍ଡିମ ପିଟୁଥିଲେ ମହିଳା ସଶକ୍ତିକରଣ ଉପରେ । ଏସବୁ କଥା ଚାଲିବ ନାହିଁ । ବିଧାନସଭାରେ କହିଥିଲି । ଜିଲ୍ଲାପାଳ ଏବଂ ଏସ୍ପି ମାନଙ୍କୁ ମଧ୍ୟ କହିଥିଲି, ମହିଳା ବିରୋଧୀ ଅପରାଧ ଜଡିତ ସବୁ ମାମଲାକୁ ବିଚାର କରି ଦଣ୍ଡବିଧାନ ପାଇଁ ନିର୍ଦ୍ଦେଶ ଦେଇଥିଲି । ଏହାସହ ଅନ୍ୟ ପଦକ୍ଷେପ ନେବାକୁ ହେବ । ଆବଶ୍ୟକ ହେଲେ ସ୍ପେଶାଲ କୋର୍ଟ ପ୍ରତିଷ୍ଠା କରି କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
You Can Read:
ବାରମ୍ବାର ବାତିଲ ହେଲା ବିମାନ, ଭୁବନେଶ୍ବର ବିମାନବନ୍ଦରରେ ଧାରଣାରେ ବସିଲେ ଯାତ୍ରୀ