ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ କେ.ଭି ସିଂଦେଓ, ଶୁଣିବେ ଲୋକଙ୍କ ସମସ୍ୟା

Published By : Prameya-News7 Bureau | July 10, 2024 IST

ସୁବର୍ଣ୍ଣପୁର ୧୦/୭: ସୁବର୍ଣ୍ଣପୁର ଗସ୍ତରେ ଆସୁଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିଂଦେଓ । ପ୍ରଥମେ ବଲାଙ୍ଗୀର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମ ସାରି ସୁବର୍ଣ୍ଣପୁର ଆସିବେ । ଡୁଙ୍ଗୁରିପାଳି ମାର୍କେଟ ୱାର୍ଡରେ ବୈଠକ ସାରି ବିନିକା ଟାଉନ ହଲ୍‌ ଠାରେ ନାଗରିକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ । ଡଭଲା ଛକଠାରେ ବିଜେପି କର୍ମୀମାନେ ବାଇକ ଶୋଭାଯାତ୍ରାରେ ଆସି ସମ୍ବର୍ଦ୍ଧନା ସଭାକୁ ପାଛୋଟି ନେବେ । ଏହି ସଭାରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲାଙ୍କ ସହ ଅଞ୍ଚଲର ବହୁ ବୁଦ୍ଧିଜୀବୀ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ଦଳର କର୍ମୀ ମାନେ ଉପସ୍ଥିତ ରହିବେ । ସଭାରେ ଅଞ୍ଚଳବାସୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା ହେବ । ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.