ଭୁବନେଶ୍ବର ୨୧।୪: ପୁଣି ତେଜିଲା ମହାନଦୀ ଜଳ ବିବାଦ ପ୍ରସଙ୍ଗ । ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲ କହିଛନ୍ତି, ମୁଁ ଏ ପ୍ରସଙ୍ଗ ବିଧାନସଭାରେ ଉଠାଇଛି । ତୁରନ୍ତ ମହାନଦୀ ପ୍ରସଙ୍ଗ ସମାଧାନ କର । ବର୍ତ୍ତମାନ ଟ୍ରିପଲ ଇଞ୍ଜିନ ସରକାର ଅଛି, ଡେରି ନକରି ତୁରନ୍ତ ସମାଧାନ କରନ୍ତୁ ।
ଭୂପେଶ ବାଘେଲଙ୍କୁ କଡ଼ା ଜବାବ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କଂଗ୍ରେସ ନିକଟରେ ପ୍ରସଙ୍ଗ ନାହିଁ । କେବଳ ଏହି ପ୍ରସଙ୍ଗକୁ ରାଜନୈତିକ ରଙ୍ଗ ଦେବାକୁ ଚେଷ୍ଟା କରୁଛି କଂଗ୍ରେସ । କଂଗ୍ରେସ ଆଜି ଯେଉଁ ପ୍ରସ୍ତାବ ଦେଉଛି, ହୁଏତ ଆଗରୁ କହିଥିଲେ ସମସ୍ୟାର ସମାଧାନ ହୋଇସାରିଥାନ୍ତା । ମୁଁ ପୂର୍ବରୁ କେନ୍ଦ୍ରରେ ଜଳ ଶକ୍ତି ବିଭାଗର ମନ୍ତ୍ରୀ ଥିବା ବେଳେ ଆପୋଷ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ ପାଇଁ ପ୍ରସ୍ତାବ ଦେଇଥିଲି । ଓଡ଼ିଶା ସହ କୌଣସି ପ୍ରସଙ୍ଗରେ ବିବାଦ ଥିବା ଅଣ ବିଜେପି ସରକାର ଥିବା ରାଜ୍ୟ ଗୁଡ଼ିକ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ସହମତି ପ୍ରକାଶ କରୁନଥିଲେ । ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସହ ଛତିଶଗଡ଼ରେ ଟ୍ରିପଲ ଇଞ୍ଜିନ ସରକାର ଅଛି । ଓଡ଼ିଶାରେ ମଧ୍ୟ ଜଳ ସମ୍ପଦ ବିଭାଗର ଦାୟିତ୍ଵ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି । ତେଣୁ ମହାନଦୀ ବିବାଦ ସମାଧାନ ପାଇଁ ସରକାର ତତ୍ପର ଅଛନ୍ତି ବୋଲି ସେ କହିଛନ୍ତି ।
ସେପଟେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ କାଉଣ୍ଟର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ କହିଲେ, ଭୂପେଶ ବାଘେଲ, ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ସତ୍ୟ କ'ଣ ଲୋକଙ୍କ ଆଗରେ କୁହନ୍ତୁ । ୩୮% ସେୟାର ସୋନିଆ ଓ ରାହୁଲ ଗାନ୍ଧୀ ନେଇ ନାହାନ୍ତି କି ? ୫୦ ଲକ୍ଷ ଟଙ୍କାରେ ୫ରୁ ୧୦ ହଜାର କୋଟିର ସମ୍ପତ୍ତି ନେଇଛନ୍ତି କି ନାହିଁ ? ଯଦି ସେମାନେ ଚଞ୍ଚକତା ପୂର୍ଣ୍ଣ କାମ କରିନାହାନ୍ତି, ସେ କଥା ଲୋକଙ୍କ ଆଗରେ କୁହନ୍ତୁ । ଯଦି ସତ୍ ସାହସ ଅଛି ସତ୍ୟ କୁହନ୍ତୁ । ଲୋକଙ୍କୁ କନଫ୍ୟୁଜ୍ କଲେ ଚଳିବ ନାହିଁ । ଲୋକ ଆଉ ଦ୍ୱାନ୍ଦ୍ବାତ୍ମକ ବକ୍ତବ୍ୟ ଶୁଣିବାକୁ ଚାହୁଁନାହାନ୍ତି । ତେଣୁ ସବୁ କଥାର ସ୍ପଷ୍ଟତା ଦରକାର ବୋଲି ମନମୋହନ ସାମଲ କହିଛନ୍ତି ।
You Can Read:
ଶିକ୍ଷକଙ୍କ ବଦଳି ପ୍ରତିବାଦରେ ରାଜରାସ୍ତାରେ ଛାତ୍ରଛାତ୍ରୀ, ସ୍କୁଲକୁ ଆସିବା ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ