‘ଶେଷ ହେବ ରାଜଦ୍ରୋହ ଆଇନ’, ଲୋକସଭାରେ CrPC ସଂଶୋଧନ ବିଲ୍ ଆଗତ କଲେ ଗୃହମନ୍ତ୍ରୀ ଅମିତ୍ ଶାହ

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ଦେଶରେ ଶେଷ ହେବ ବିବାଦୀୟ ରାଜଦ୍ରୋହ ଆଇନ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଲୋକସଭାରେ ଘୋଷଣା କରିଛନ୍ତି ଯେ ରାଜଦ୍ରୋହ ଆଇନକୁ ସମାପ୍ତ କରିବା ପାଇଁ ଏକ ପ୍ରସ୍ତାବ ଅଗତ କରାଯାଇଛି । ବ୍ରିଟିଶ ଶାସନ କାଳରୁ ଚାଲି ଆସୁଥିବା ଏହି ଆଇନକୁ ନେଇ ପୂର୍ବରୁ ଅନେକ ବିବାଦ ହୋଇସାରିଛି । ଅନେକ ବିରୋଧୀ ଦଳ ମଧ୍ୟ ଏହାକୁ ଶେଷ କରିବା ପାଇଁ ଦାବି କରିଥିଲେ । ଏହି ଆଇନର ଦୁରୁପଯୋଗ ହେଉଥିବା ମଧ୍ୟ ଅଭିଯୋଗ ହୋଇଥିଲା ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ ଲୋକସଭାରେ ଶୁକ୍ରବାର ଭାରତୀୟ ଦଣ୍ଡ ବିଧାନ ସଂହିତା, ସିଆରପିସି ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ବଦଳାଇବା ପାଇଁ ତିନି ବିଧେୟକ ଆଗତ କରିଛନ୍ତି । ଏହାକୁ ଉପସ୍ଥାପନ କରି ସେ କହିଛନ୍ତି ଯେ ଏହି ତିନି ଆଇନ ଇଂରେଜଙ୍କ ଦ୍ୱାରା କରାଯାଇଥିଲା । ଆମେ ଏହାକୁ ବଦଳାଇ ନୂଆ ଆଇନ ଆଣୁଛୁ । ଆମିତ୍ ଶାହ ଯେଉଁ ତିନି ନୂଆ ଆଇନର ଘୋଷଣା କରିଛନ୍ତି ସେଥିରେ ଭାରତୀୟ ନ୍ୟାୟ ସଂହିତା ୨୦୨୩, ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ଏବଂ ଭାରତୀୟ ସାକ୍ଷ୍ୟ ବିଧେୟକ ୨୦୨୩ ସାମିଲ ରହିଛି ।

ପଢନ୍ତୁ: ମଣିପୁର ଆମ ହୃଦୟର ଅଂଶ, ଖୁବ୍‌ଶୀଘ୍ର ସେଠାରେ ଶାନ୍ତି ପ୍ରତିଷ୍ଠା ହେବ: ଅନାସ୍ଥା ପ୍ରସ୍ତାବରେ ଆଲୋଚନା ବେଳେ କହିଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ଗୃହମନ୍ତ୍ରୀ ନିଜ ସମ୍ୱୋଧନରେ କହିଛନ୍ତି, '୧୮୬୦ରୁ ୨୦୨୩ ଯାଏ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀ ଇଂରେଜଙ୍କ ଦ୍ୱାରା ପ୍ରସ୍ତୁତ ଆଇନ ଅନୁସାରେ ଚାଲୁଥିଲା । ତିନି ଆଇନକୁ ବଦଳାଯିବ ଏବଂ ଦେଶରେ ଅପରାଧିକ ନ୍ୟାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଅଣାଯିବ' ।

wp:html /wp:html

କେନ୍ଦ୍ର ଗୃହମନ୍ତ୍ରୀ କହିଛନ୍ତି, 'ମୁଁ ଯେଉଁ ତିନି ବିଧେୟକ ଏକସଙ୍ଗରେ ଆଣିଛି, ଏହା ଭାରତୀୟ ଦଣ୍ଡ ବିଧାନ ପ୍ରକ୍ରିୟା, କ୍ରିମିନାଲ ଜଷ୍ଟିସ୍ ସିଷ୍ଟମରେ ସୁଧାର ଆଣିବ । ଇଣ୍ଡିଆନ୍ ପିନଲ କୋଡ୍ ଯାହା ୧୮୬୦ରେ କରାଯାଇଥିଲା, କ୍ରିମିନଲ ପ୍ରୋସିଜର କୋଡ୍ ୧୮୯୮ରେ ଅଣାଯାଇଥିଲା ଏବଂ ଇଣ୍ଡିଆନ ଏଭିଡେନ୍ସ ଆକ୍ଟ ୧୮୭୨ରେ ଇଂରେଜମାନେ ପାରିତ କରିଥିଲେ । ଏହି ତିନି ଆଇନକୁ ଆଜି ଆମେ ଶେଷ କରିବାକୁ ଯାଉଛୁ' ।

ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି ଯେ ଏବେ ଭାରତୀୟ ଦଣ୍ଡ ସଂହିତାର ସ୍ଥାନ ଭାରତୀୟ ନ୍ୟାୟ ସଂହିତା ନେବ । ସେହିପରି ସିଆପିସି ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ରହିବ । ଏବଂ ଏଭିଡେନ୍ସ ଆକ୍ଟର ନାଁ ପରିବର୍ତ୍ତନ କରି ଏବେ ଭାରତୀୟ ସାକ୍ଷ୍ୟ ଅଧିନିୟମ କରାଯାଇଛି ଏବଂ ରାଜଦ୍ରୋହ ଆଇନକୁ ଶେଷ କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।

Also Read: ବଦଳିବେ ୨୩ ହାଇକୋର୍ଟର ବିଚାରପତି; ସୁପାରିସ୍ କଲା ସୁପ୍ରିମକୋର୍ଟ କଲେଜିୟମ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.