ଲୋକସଭା ବାଚସ୍ପତି ଓମ ବିରଳାଙ୍କ ଘୋଷଣା, ପୁରୁଣା ସଂସଦ ଭବନକୁ ଏବେ କୁହାଯିବ ‘ସମ୍ବିଧାନ ସଦନ’

Published By : Prameya-News7 Bureau | September 19, 2023 IST

ନୂଆଦିଲ୍ଲୀ ୧୯।୯: ଲୋକସଭା ବାଚସ୍ପଚି ଓମ ବିରଳା ମଙ୍ଗଳବାର ଘୋଷଣା କରିଛନ୍ତି ଯେ ପୁରୁଣା ସଂସଦ ଭବନକୁ ଏବେ ‘ସମ୍ବିଧାନ ସଦନ’ ବୋଲି ଜଣାଯିବ। କାରଣ ସଂସଦର କାର୍ଯ୍ୟକ୍ରମ ୧୯ ସେପ୍ଟେମ୍ବରରୁ ସଂସଦର ନୂଆ ଭବନକୁ ସ୍ଥାନାନ୍ତରିତ ହୋଇଯାଇଛି। ସଂସଦର ବିଶେଷ ଅଧିବେଶନ ସୋମବାର ପୁରୁଣା ସଂସଦ ଭବନରେ ଅନୁଷ୍ଠିତ ହୋଇଥିଲା। ବାଚସ୍ପତି ଏହା ମଧ୍ୟ ଘୋଷଣା କରିଛନ୍ତି ଯେ ଏବେ ଲୋକସଭା କାର୍ଯ୍ୟକ୍ରମରେ ଉପଯୋଗ ହେଉଥିବା ‘ଲବି’ ଓ  ‘ଗ୍ୟାଲେରୀ’ ଭଳି ଶବ୍ଦ ନୂଆ ବିଲ୍ଡିଂରେ ସନ୍ଦର୍ଭିତ ହେବ।

ଏହି ଘୋଷଣା ପରେ ବାଚସ୍ପତି ଗୃହର କାର୍ଯ୍ୟକୁ ବୁଧବାର ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ସ୍ଥଗିତ କରିଛନ୍ତି। ଏହା ପୂର୍ବରୁ ପୁରୁଣା ସଂସଦ ଭବନ ସେଣ୍ଟ୍ରାଲ ହଲରେ ଆୟୋଜିତ ସମାରୋହକୁ ସମ୍ବୋଦ୍ଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁରୁଣା ସଂସଦ ଭବନର ନାମ ‘ସମ୍ବିଧାନ ସଦନ’ହେବା ଦରକାର ବୋଲି ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ ଆମେ ନୂଆ ସଂସଦ ଭବନକୁ ସ୍ଥାନାନ୍ତରିତ ହେଉଛେ। ଏହା ଏକ ଶୁଭ ଦିନ, ତେବେ ମୋର କହିବା କଥା ହେଲା ଆମେ ଯେତେବେଳେ ନୂଆ ଭବନକୁ ଯାଉଛେ ପୁରୁଣା ଭବନର ମହିମା ଓ ଗାରିମା ଯେପରି ଅକ୍ଷୁର୍ଣ୍ଣ ରହେ ।

{"id":846691,"sizeSlug":"full","linkDestination":"none"}

ଏହାକୁ ଯେପରି କେହି ପୂରୁଣା ସଂସଦ ଭବନ  ନୁକୁହେ ବୋଲି ମୋଦି କହିଥିଲେ। ଏହି ସଂସଦ ଭବନର ଦେଶ ନିମନ୍ତେ ଅନେକ ଯୋଗଦାନ ରହିଛି ଏହାର ଗର୍ବ ଓ ଗାରିମା ଅତୁଟ ରହୁ ଓ ଏହାକୁ ସମ୍ବିଧାନ ସଦନ କୁହାଯାଉ ବୋଲି ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ମଙ୍ଗଳବାର ସମାରୋହ ନିମନ୍ତେ ପୁରୁଣା ସଂସଦ ଭବନର ଐତିହାସିକ ସେଣ୍ଟ୍ରାଲ ହଲରେ ଏକତ୍ରୀତ ହୋଇଥିଲେ। ଏହି ଅବସରରେ ଲୋକସଭାରେ କଂଗ୍ରେସ ଦଳର ନେତା ଅଧିର ରଞ୍ଜନ ଚୌଧୁରୀ ହାତରେ ଏକ ସମ୍ବିଧାନର ବହି ଧରି ପୁରୁଣା ସଂସଦ ଭବନରୁ ନୂଆ ସଂସଦ ଭବନକୁ  ମାର୍ଚ୍ଚ କରିଥିଲେ।

ଚୌଧୁରୀଙ୍କ ଏହି ମାର୍ଚ୍ଚରେ ତାଙ୍କ ସହ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ୱାଇନାଡ ସାଂସଦ ରାହୁଲ ଗାନ୍ଧି, ଡିଏମକେ ନେତା ଟି.ଆର.ବାଲୁ, କନିମୋଈ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଲ ଓ ଜୟରାମ ରମେଶ ପ୍ରମୁଖ ଯାଇଥିଲେ। ସଂସଦ ନୂଆ ଭବନକୁ ପ୍ରବେଶ କରିବା ପୂର୍ବରୁ ଚୌଧୁରୀ ସମ୍ବିଧାନ ବହିକୁ ଉପରକୁ ଉଠାଇ ଦେଖାଇଥିଲେ। ପରେ ଗୃହରେ କାର୍ଯ୍ୟକ୍ରମ କାଳରେ ନିଜ ଭାଷଣରେ ଚୌଧୁରୀ ସମ୍ବିଧାନ ବହିକୁ ଉପରକୁ ଉଠାଇ କହିଥିଲେ ଯେ ଆପଣ ଯାହାବି କାମ କରନ୍ତୁ ତେବେ ବୁଝିବେ ସମ୍ବିଧାନ ସର୍ବୋପରି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.