ଆମେରିକା ଓ ଆଫଗାନିସ୍ତାନ ସମେତ ଏହି ଦଳ ସୁପର-୮ରେ ପ୍ରବେଶ, ପାକିସ୍ତାନ-ନ୍ୟୁଜିଲାଣ୍ଡ ସହ ୧୦ ଟିମ୍ ଆଉଟ୍

Published By : Prameya-News7 Bureau | June 15, 2024 IST

abp live

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ର ଲିଗ୍ ପର୍ଯ୍ୟାୟ ସରିବାକୁ ଯାଉଛି। ୨୦ ଦଳକୁ ନେଇ ଆରମ୍ଭ ହୋଇଥିବା ଚଳିତ ଟି-୨୦ ବିଶ୍ଵକପ୍‌ରେ ୮ଟି ଦଳ ସୁପର-୮ରେ ପ୍ରବେଶ କରିବେ। ଏ ପର୍ଯ୍ୟନ୍ତ ଭାରତ, ଆଫଗାନିସ୍ତାନ, ଆମେରିକା, ଦକ୍ଷିଣ ଆଫ୍ରିକ, ଅଷ୍ଟ୍ରେଲିଆ ଓ ଓ୍ଵେଷ୍ଟଇଣ୍ଡିଜ ଦଳ ସୁପର-୮ରେ ପ୍ରବେଶ କରି ସାରିଛନ୍ତି। ଆଉ ଦୁଇଟି ଦଳ 

ପାକିସ୍ତାନ ସହିତ ଏହି ଦଳର ଅଭିଯାନ ସମାପ୍ତ

ପାକିସ୍ତାନ, ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ପରି ବଡ଼ ଦଳ ଟି-୨୦ ବିଶ୍ଵକପ୍ ୨୦୨୪ର ଲିଗ୍ ପର୍ଯ୍ୟାୟରେ ବାଦ୍ ପଡ଼ିଛନ୍ତି। ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରୁ ୧୦ଟି ଦଳ ପାକିସ୍ତାନ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ନେପାଳ, ୟୁଗାଣ୍ଡା, ପପୁଆ ନ୍ୟୁ ଗିନି, ଓମାନ, ନାମିବ୍ୟା, କାନାଡ଼ା ଓ ଆୟରଲାଣ୍ଡ ବାଦ୍ ପଡ଼ି ସାରିଛନ୍ତି। ସଦ୍ୟତମ ସମୀକରଣ ଅନୁସାରେ, ନେଦରଲାଣ୍ଡ୍ସ ଓ ସ୍କଟଲ୍ୟାଣ୍ଡକୁ ସୁପର-୮ରେ ପ୍ରବେଶ କରିବା ମୁସ୍କିଲ। 

ଏହି ଦୁଇ ଦଳ ପହଞ୍ଚିବା ଆଶା

ଗ୍ରୁପ ଡିରେ ବର୍ତ୍ତମାନ ବାଂଲାଦେଶ ତିନୋଟି ମ୍ୟାଚ୍‌ରୁ ଦୁଇ ବିଜୟ ସହ ୪ ପଏଣ୍ଟ ପାଇଛି। ବାଂଲାଦେଶ ନିଜର ଶେଷ ଲିଗ୍ ମ୍ୟାଚ୍ ନେପାଳ ବିପକ୍ଷରେ ଖେଳିବ। ନେଦରଲାଣ୍ଡ୍ସ ତିନୋଟି ମ୍ୟାଚ୍‌ରୁ ଦୁଇ ଅଙ୍କ ପାଇଛି। ଏମିତିରେ ବାଂଲାଦେଶର ମ୍ୟାଚ୍ ବର୍ଷାରେ ଧୋଇ ହୋଇଗଲେ ବି ଦଳ ସୁପର-୮ରେ ପ୍ରବେଶ କରି ପାରିବ। ଅନ୍ୟପଟେ ଗ୍ରୁପ ବିରେ ଇଂଲଣ୍ଡ ତିନୋଟି ମ୍ୟାଚ୍‌ରୁ ତିନି ପଏଣ୍ଟ ପାଇଛି। ଇଂଲଣ୍ଡ ଶେଷ ଲିଗ୍ ମ୍ୟାଚ୍ ଜିତି ସୁପର-୮ରେ ପ୍ରବେଶ କରି ପାରିବ। ସେପଟେ ସ୍କଟଲ୍ୟାଣ୍ଡ ତିନୋଟି ମୁକାବିଲାରୁ ପାଞ୍ଚ ପଏଣ୍ଟ ପାଇ ସାରିଛି। ଯଦି ସ୍କଟଲ୍ୟାଣ୍ଡର ମ୍ୟାଚ୍ ବର୍ଷାରେ ବାତିଲ ହୁଏ ତେବେ ଦଳ ଏକ ପଏଣ୍ଟ ପାଇବ ଏବଂ ଇଂଲଣ୍ଡ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରି ପାରିବ ନାହିଁ। 

ସ୍କଟଲ୍ୟାଣ୍ଡର ଶେଷ ମୁକାବିଲା ଅଷ୍ଟ୍ରେଲିଆ ବିପକ୍ଷରେ ରହିଛି। ଏମିତିରେ ଏହି ମ୍ୟାଚ୍ ଜିତିବା ସ୍କଟଲ୍ୟାଣ୍ଡ ପାଇଁ ବହୁତ ମୁସ୍କିଲ। ପୁଣି ଏହି ମ୍ୟାଚ୍ ରଦ୍ଦ  ହେବାର ସମ୍ଭାବନା ବହୁତ କମ। କାରଣ ଏହି ମ୍ୟାଚ୍ ଫ୍ଲୋରିଡା ନୁହେଁ ଓ୍ଵେଷ୍ଟଇଣ୍ଡିଜର ସେଣ୍ଟ ଲୁସିଆରେ ଖେଳାଯିବ। ଅନ୍ୟପଟେ ଇଂଲଣ୍ଡ ନିଜର ଶେଷ ମ୍ୟାଚ୍ ନାମିବ୍ୟା ସହ ଖେଳିବ, ଯାହାକୁ ଦଳ ପାଇଁ ଜିତିବା ସେତେ କଷ୍ଟକର  ହେବ ନାହିଁ। ତେଣୁ ଇଂଲଣ୍ଡର ସୁପର-୮ରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିଛି।  

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.