ହେଲମେଟ୍‌ ନ ପିନ୍ଧିଲେ ବି ଏମାନଙ୍କର କଟେନି ଚାଲାଣ, ଜାଣନ୍ତୁ କିଏ ଏମାନେ ?

Published By : Prameya-News7 Bureau | July 24, 2024 IST

ନୂଆଦିଲ୍ଲୀ ୨୪।୦୭ : ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଟ୍ରାଫିକର ନିୟମ କରାଯାଇଛି । ଯଦି କେହି ଏହି ନିୟମ ଉଲ୍ଲଘଂନ କରନ୍ତି ତେବେ ହୋଇଥାଏ କାର୍ଯ୍ୟନୁଷ୍ଠାନ । ଖାସ୍ କରି ୨ ଚକିଆ ଗାଡି ଚାଳକଙ୍କ ପାଇଁ  ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ । ଯଦି କେହି ବିନା ହେଲମେଟ୍ରେ ଗାଡି ଚଳାନ୍ତି ତେବେ ଚେକିଂ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । 

ଯଦି ହେଲମେଟ ନ ପିନ୍ଧି ବାଇକ୍ ଚଲାଉଥିବାର ଧରା ପଡ଼ନ୍ତି ତେବେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଚାଲାଣ କଟିପାରେ । କିନ୍ତୁ ଦେଶରେ ଏପରି ଏକ ସମ୍ପ୍ରଦାୟ ରହିଛି ଯାହାକୁ ଏହି ନିୟମରୁ ଦିଆଯାଇଛି ସମ୍ପୂର୍ଣ୍ଣ ସ୍ୱାଧୀନତା । ଅର୍ଥାତ୍ ଯଦି ସେହି ଲୋକମାନେ ବିନା ହେଲମେଟରେ ଗାଡି ଚଳାଇ ଟ୍ରାଫିକ ପୋଲିସ ସମ୍ମୁଖରେ ଯାଆନ୍ତି, ତେବେ ପୋଲିସ ସେମାନଙ୍କୁ ଅଟକାଇ ନଥାଏ । କାରଣ ସରକାର ସେମାନଙ୍କୁ ବିନା ହେଲମେଟରେ ଗାଡି ଚଳାଇବାକୁ ଅନୁମତି ଦେଇଛନ୍ତି। ଆସନ୍ତୁ ଜାଣିବା ଏପରି କାହିଁକି?

ବାସ୍ତବରେ ଏମାନେ ହେଉଛନ୍ତି ଶିଖ ସମ୍ପ୍ରଦାୟ । ଭାରତରେ ଶିଖ ସମ୍ପ୍ରଦାୟର ଲୋକଙ୍କୁ ବିନା ହେଲମେଟରେ ଗାଡି ଚଲାଇବାକୁ ଅନୁମତି ଦିଆଯାଇଛି । ଏହାର କାରଣ ହେଉଛି ସେମାନଙ୍କ ମୁଣ୍ଡର ପଗଡ଼ି । ଅନେକ ସ୍ତର ସହିତ ବନ୍ଧା ହୋଇଥିବା ପଗଡି ଉପରେ ହେଲମେଟ ରୁହେ ନାହିଁ। ଏହି କାରଣରୁ ସେମାନେ ହେଲମେଟ ପିନ୍ଧିପାରନ୍ତିନି । 

ବାସ୍ତବରେ ମୁଣ୍ଡକୁ ଗୁରୁତର ଆଘାତରୁ ରକ୍ଷା କରିବା ପାଇଁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିନ୍ତୁ ଶିଖ ସମ୍ପ୍ରଦାୟର ଲୋକମାନଙ୍କ ପଗଡ଼ି ହେଲମେଟ୍ ପରି କାମ କରେ। ଦୁର୍ଘଟଣା ସମୟରେ ସର୍ଦ୍ଦାର ଲୋକଙ୍କ ପଗଡି ହେଲମେଟ ପରି କାମ କରିଥାଏ ଏବଂ ମୁଣ୍ଡକୁ ଗୁରୁତର ଆଘାତରୁ ରକ୍ଷା କରିଥାଏ । ଏହି କାରଣରୁ ସରକାର ଏହି ସମ୍ପ୍ରଦାୟର ଲୋକଙ୍କୁ ହେଲମେଟ୍ ନ ପିନ୍ଧିବାକୁ ଅନୁମତି ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.