ଛାତ୍ରଙ୍କୁ ଆକ୍ରମଣ କରି ଲୁଟ୍ ଘଟଣା : ୨ ଫେରାର ଲୁଟେରା ଗିରଫ

Published By : Prameya-News7 Bureau | January 04, 2024 IST

ବାରଙ୍ଗ ୪।୧: ଛାତ୍ରଙ୍କୁ ଆକ୍ରମଣ କରି ଲୁଟ୍ ଘଟଣାରେ ଗିରଫ ହେଲେ ୨ ପେଶାଦାର ଲୁଟେରା । ସ୍ମାର୍ଟ ୱାଚ୍ ଏବଂ ଦୁଇ ଦାମୀ ସ୍ମାର୍ଟ ଫୋନ୍ ଜବତ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୨୧ ତାରିଖରେ ହଷ୍ଟେଲ ଫେରୁଥିବା ଛାତ୍ରଙ୍କୁ ଆକ୍ରମଣ କରି ମୋବାଇଲ୍, ନଗଦ ଟଙ୍କା ସମେତ ଦାମୀ ଡ୍ରେସ୍ ଲୁଟି ନେଇଥିଲେ ଲୁଟେରା । ଦୁଇ ଫେରାର ଲୁଟେରାଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ । ଗିରଫ ହୋଇଥିବା ଲୁଟେରା ହେଲେ ରତ୍ନାକର ସାହୁ ଓରଫ ଗୁନୁ ଏବଂ ବିକାଶ ଓରଫ ପାପୁନି ବେହେରା । ଉଭୟ ସାଲିଆ ସାହିରେ ରହି ରାସ୍ତାରେ ଯାଉଥିବା ଲୋକଙ୍କୁ ଅଟକାଇବା ସହ ଆକ୍ରମଣ କରି ଲୁଟ୍ କରୁଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗୁରୁବାର ଆହୁରି ଦୁଇ ଫେରାର ଲୁଟେରାଙ୍କୁ ଗିରଫ କରାଯାଇଥିବା ସହ ଦୁଇଟି ମୋବାଇଲ୍ ଫୋନ ସହ ସ୍ମାର୍ଟ ୱାଚ ଜବତ କରିଛି ପୋଲିସ ।

You Can Read :

wp:embed {"url":"https://www.prameyanews7.com/one-arrested-for-allegedly-killing-his-friend-in-khurda-district/","type":"wp-embed","providerNameSlug":"prameya-news-7"}
https://www.prameyanews7.com/one-arrested-for-allegedly-killing-his-friend-in-khurda-district/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.