ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ୱାନ ୱେ ପାଇଁ ଗଲା ଜୀବନ !

Published By : Prameya-News7 Bureau | October 10, 2024 IST

ଭଦ୍ରକ: ୱାନ ୱେ ପାଇଁ ଗଲା ଦୁଇ ଜୀବନ। ରାଜପଥରେ ଟ୍ରକ ସହ ବାଇକ ମୁହାଁ ମୁହିଁ ଧକ୍କାରେ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରାଜପଥରେ ଉତ୍ତେଜନା ଦେଖାଯିବା ସହ ଉତ୍ତ୍ୟକ୍ତ ଲୋକ ରାଜପଥ ଅବରୋଧ କରିଛନ୍ତି। ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ବିଷ୍ଣୁପୁର ଛକ ନିକଟ ରେ ଏହି ଦୁର୍ଘଟଣା ଘଟିଛି । ରାଜପଥରେ ରାସ୍ତା ମରାମତି ପାଇଁ ୱାନ ୱେ କରାଯାଇଅଛି ।

ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ଭଦ୍ରକ ଆଡ଼କୁ ଆସୁଥିବା ବେଳେ ଭଦ୍ରକ ଜିଲ୍ଲା ବିଷ୍ଣୁପୁର ଛକ ନିକଟରେ ମୋଟର ସାଇକେଲକୁ ସାମ୍ନାରୁ ଏକ ସ୍କାର୍ପ ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀ ଙ୍କ ର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ଧାମନଗର ଥାନା ଅନ୍ତର୍ଗତ ତାଳପଦା ଗାଁର ଦୀପ୍ତି ରଞ୍ଜନ ଓ ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ରଙ୍ଗରାଜପୁର ଅଞ୍ଚଳ ର ପ୍ରଶାନ୍ତ ସ୍ୱାଇଁ ବୋଲି ସୂଚନା ମିଳିଛି । ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ପ୍ରତିବାଦ ରେ ଜାତୀୟ ରାଜପଥ ଅବରୋଧ କରିଚନ୍ତି ସ୍ଥାନୀୟ ଲୋକେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.