ଓଡ଼ିଶା ସହ ଥିଲା ରତନଙ୍କ ନିବିଡ଼ ସଂପର୍କ , ଆସିଥିଲେ ଏକାଧିକ ଥର ...

Published By : Prameya-News7 Bureau | October 10, 2024 IST

ଗଞ୍ଜାମ 10/10 : ଗୋଟିଏ ମଣିଷର ଅନେକ ନାଁ ସେ କିମ୍ବଦନ୍ତୀ, ଶିଳ୍ପ ସମ୍ରାଟ, ଅମୂଲ୍ୟ ରତ୍ନ। ଏସବୁ ପରେ ବି ସେ ଜଣେ ଦରଦୀ ହୃଦୟର ମଣିଷ। ସେ ପଦ୍ମ ଭୂଷଣ , ପଦ୍ମ ବିଭୂଷଣ ରତନ ଟାଟା। ୮୬ ବର୍ଷ ବୟସରେ ବିଜନେସ୍ ଟାଇକୁନଙ୍କର ହୋଇଛି ପରଲୋକ ।  ତାଙ୍କର ବିୟୋଗ ଭାରତୀୟ ଶିଳ୍ପ ଜଗତରେ ସୃଷ୍ଟି କରିଛି ବିରାଟ ଶୂନ୍ୟସ୍ଥାନ କାହିଁକିନା ସେଥିଲେ ଶିଳ୍ପ ଜଗତର ଚାଣକ୍ୟ। । ତାଙ୍କ ଭଳି ଶିଳ୍ପରତ୍ନଙ୍କୁ ହରାଇ ସରାଦେଶରେ ଶୋକର ଛାୟା। ବଡ଼ କଥା ହେଉଛି , ସେଥିରୁ ବାଦ୍ ପଡ଼ିନି ଓଡ଼ିଶା। କାରଣ ଓଡ଼ିଶା ସହ ରତନ ଟାଟାଙ୍କ ସମ୍ପର୍କ ଅତି ନିବିଡ଼ । ଓଡିଶାର ଶିଳ୍ପ, ଅର୍ଥନୈତିକ ପ୍ରଗତି, ସମାଜସେବା କ୍ଷେତ୍ରରେ ରତନ ଟାଟାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ଅତୁଳନୀୟ ଅବଦାନ ।

ଓଡ଼ିଶାର ଯାଜପୁରର କଳିଙ୍ଗନଗର ଇସ୍ପାତ କାରଖାନା, ଗୋପାଳପୁରରେ ପ୍ରତିଷ୍ଠା ହୋଇଛି ଟାଟା ପ୍ରକଳ୍ପ । ଏହି ପ୍ରୋଜେକ୍ଟ ପାଇଁ ଏକାଧିକଥର ଓଡ଼ିଶା ଆସିଛନ୍ତି ରତନ ଟାଟା। ଗଞ୍ଜାମ ଜିଲ୍ଲା ସହ ରତନ ଟାଟାଙ୍କ ରହିଛି ଖାସ୍ ସମ୍ପର୍କ। ସେ ୧୯୯୫ରେ ଗୋପାଳପୁର ଷ୍ଟିଲ୍ ପ୍ରକଳ୍ପର ଶିଳାନ୍ୟାସ ପାଇଁ ଓଡ଼ିଶା ଆସିଥିଲେ । ପରେ ପୁଣି ଥରେ ସେ ଗଞ୍ଜାମକୁ ୭ ମେ ୨୦୧୮ ରେ ଆସି ଗୋପାଳପୁରର କିଛି ଅଚଂଳ ପରିଦର୍ଶନ କରିବା ସହ ଗଞ୍ଜାମବାସୀଙ୍କ ସହ ବିଭିନ୍ନପ୍ରକଳ୍ପରେ ଆଲୋଚନା କରିଥିଲେ । ଏହା ପରେ ଛତ୍ରପୁରରେ ଜାଗା ମିଶନ ଭଳି ଏକ ଯୁଗାନ୍ତକାରୀ ଯୋଜନାର ଶୁଭାରମ୍ଭ କରିଥିଲେ । ଓଡ଼ିଶାରେ ବସ୍ତି ବାସିନ୍ଦାମାନଙ୍କୁ ଘର ଯୋଗାଇ ଦେବା କ୍ଷେତ୍ରରେ ଟାଟା ଓ  ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟମରେ ‘ଜାଗା ମିଶନ’ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଯାହାକି ସେତେବେଳେ ବସ୍ତି ବାସିନ୍ଦାଙ୍କ ପାଇଁ ବିଶ୍ୱର ସବୁଠୁ ବଡ଼ ପ୍ରକଳ୍ପର ମାନ୍ୟତା ପାଇଥିଲା। ଏହି ଭଳି ଯୋଜନା ରେ ଟାଟା ଗ୍ରୁପ ସହଯୋଗ କରିଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସାମ୍ମନିତା ବି କରିଥିଲେ। 

ପ୍ରଥମ ପର୍ଯ୍ୟାୟରେ  ଗଂଜାମ ଜିଲ୍ଲାର ୭ଟି ଏନଏସି ଓ ହିଞ୍ଜିଳି ମ୍ୟୁନିଷିପାଲଟି । ଏହାସହ ପୁରୀ ଜିଲାର କୋଣାର୍କ ଏନଏସିର ସମୁଦାୟ ୧୯୭୩ ସହରାଚଂଳ ବସ୍ତି ବାସିନ୍ଦାଙ୍କ ଜମିଅଧିକାର ବଟଂନର ଶୁଭାରମ୍ଭ କରିଥିଲେ ରତନ।  ଏମିତି କି ଓଡିଶାରେ ବାସଉପଯୋଗୀ ବସତି ମିଶନର ମଧ୍ୟ ଶୁଭାରମ୍ଭ କରିଥିଲେ । ତେବେ ଗଞ୍ଜାମବାସୀ ସର୍ବଦା ତାଙ୍କ ଅବଦାନକୁ ସବୁବେଳେ ମନେ ପକାଇବେ। 

AlsoRead-  କିଏ ସମ୍ଭାଳିବେ ରତନ ଟାଟାଙ୍କର ୩୦ ଲକ୍ଷ କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.