ଅଭାବନୀୟ ଘଟଣା, ବାପାଙ୍କ ୨ୟ ବିବାହ ପ୍ରସ୍ତାବ ଆସିବାରୁ ଆତ୍ମହତ୍ୟା କଲେ ଦୁଇ ପୁଅ

Published By : Prameya-News7 Bureau | March 10, 2025 IST

Breaking_1

ଖଣ୍ଡପଡ଼ା ୧୦।୦୩ : ଅଭାବନୀୟ ଘଟଣା । ୨ ନାବାଳକ ପୁଅ ଆତ୍ମହତ୍ୟା କରିଥିବାର ଖବର ସାମ୍ନାକୁ ଆସିଛି। ବାପାଙ୍କ ଦ୍ଵିତୀୟ ବିବାହକୁ ନେଇ ଦୁଇ ନାବାଳକ ପୁଅ ଜୀବନ ହାରିଛନ୍ତି । ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ଧାନଚେଙ୍ଗଡ଼ା ଶିବ ମନ୍ଦିର ନିକଟରେ ଘଟିଛି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । 

ଧାନଚାଙ୍ଗଡ଼ା ଗାଁର ଅଚ୍ୟୁତ ମହାନ୍ତିଙ୍କ ପୁଅ ପ୍ରକାଶ ମହାନ୍ତି। ୧୫ ବର୍ଷ ତଳେ ବିବାହ ହୋଇଥିଲେ। ତାଙ୍କର ଦୁଇଟି ପୁଅ। ବଡ଼ପୁଅ ୧୪ ବର୍ଷ ହୋଇଥିଲାବେଳେ ସାନପୁଅଙ୍କ ୧୧ ବର୍ଷ। ପ୍ରକାଶଙ୍କ ସ୍ତ୍ରୀ କୁମ ୩ ବର୍ଷ ତଳେ ମୃତ୍ୟୁ ବରଣ କରିଥିଲେ। ରବିବାର ଦିନ ପ୍ରକାଶ ୨ୟ ବିବାହ ପାଇଁ ପ୍ରସ୍ତାବ ଆସିଥିଲା । ଏହି କାରଣରୁ ପ୍ରକାଶଙ୍କ ଦୁଇ ନାବାଳକ ପୁଅ ଆତ୍ମହତ୍ୟା କରିଥିବା ପ୍ରକାଶଙ୍କ ବାପା କହିଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଜବତ କରିି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବାକି ପ୍ରକାଶଙ୍କୁ ଅଟକ ରଖି ଜେରା ମଧ୍ୟ କରୁଛି ପୋଲିସ।

ଅନ୍ୟପଟେ ପ୍ରକାଶ ୨ୟ ବିବାହ କରିବାକୁ ଯାଉଛନ୍ତି । ସେଥିଲାଗି ସେ ଦୁଇ ପୁଅକୁ ମାରିଥିବା ଗାଁରେ ଆଲୋଚନା ହେଉଛି । ହେଲେ ମୃତ ନାବାଳକଙ୍କ ଆଈ ଭିନ୍ନ କଥା କହିଛନ୍ତି । ଆଈଙ୍କ ମତରେ, ନାତିକୁ ବାପା ପ୍ରକାଶ ହିଁ ସୁଚିନ୍ତିତ ହତ୍ୟା କରିଛନ୍ତି । 

ଚାମ୍ପିଅନ୍ସ ଟ୍ରଫି ଜିତିବା ପରେ ବିରାଟଙ୍କୁ ଆଲିଙ୍ଗନ କଲେ ଅନୁଷ୍କା, କ୍ୟାମେରାରେ କଏଦ ହେଲା ଭିଡିଓ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.