ଲୁଟ୍‌ର ୧୫ ଦିନ ପରେ ଧରାପଡିଲେ ୨ ଲୁଟେରା, ନଗଦ ଟଙ୍କା ସହ ବାଇକ୍ ଜବତ

Published By : Prameya-News7 Bureau | April 05, 2025 IST

ଆଠଗଡ଼ : ୧୫ ଦିନ ପରେ ଲୁଟ୍ ଘଟଣାର ପର୍ଦ୍ଦାଫାଶ । ବାଇକ୍ ଡିକି ଭାଙ୍ଗି ଟଙ୍କା ଲୁଟ୍ କରିଥିବା ଦୁଇ ଲୁଟେରା ଗିରଫ । ଲୁଟେରାଙ୍କୁ ଗିରଫ କରିଛି ବଡ଼ମ୍ବା ପୋଲିସର ସ୍ଵତନ୍ତ୍ର ଟିମ୍ ।  ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅଧିନ ସୁରେଶ ଦାସ ଏବଂ କୋଟିନାଡ଼ା ଥାନା ଅନ୍ତର୍ଗତ ଏ. ସନ୍ତୋଷ ।

ସୂଚନାଯୋଗ୍ୟ ଯେ, କଟକ ବଡ଼ମ୍ବା ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ସମାନ ଢଙ୍ଗରେ ମୋଟର ସାଇକେଲ ଡିକି ଭାଙ୍ଗି ୮୦ ହଜାର ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଥିଲା । ତଦନ୍ତ ପାଇଁ ବଡ଼ମ୍ବା ଥାନା ଅଧିକାରୀ ଅନିରୁଦ୍ଧ ମୁଦୁଲିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ବତନ୍ତ୍ର ଟିମ୍ । ଏହି ଟିମ୍ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା । ଚଢାଉ ବେଳେ ଦୁଇ ଜଣଙ୍କୁ ଗିରଫ କରିଥିଲା ପୋଲିସ । ନଗଦ ୫୦ ହଜାର ଟଙ୍କା ସହିତ ଲୁଟ୍ରେ ବ୍ୟବହୃତ କିଛି ଯନ୍ତ୍ରାଂଶ ଏବଂ ଏକ ମୋଟର ସାଇକେଲକୁ ଜବତ କରାଯାଇଥିଲା । ଏହି ଲୁଟ୍ ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଅଛି କି, ସେମାନଙ୍କ ଗୋଷ୍ଠୀରେ ଅନ୍ୟ କିଏ ରହିଛନ୍ତି ସେନେଇ ପଚରାଉଚରା ଚାଲିଛି । ଏନେଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ୱଜିତ ମହାନ୍ତି ସୂଚନା ଦେଇଛନ୍ତି ।

You Can Read:

ବିଜେଡି ସ୍ୱାର୍ଥ ବିରୋଧରେ ବିନା ଅଧିକାରରେ ଏକ ତରଫା ଭାବେ କାମ କରିଛନ୍ତି ସସ୍ମିତ : ଗଣେଶ୍ବର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.